STORYMIRROR

sasmita sahu

Others

3  

sasmita sahu

Others

ତୃପ୍ତି

ତୃପ୍ତି

1 min
458

ପାଖ ପଡ଼ୋଶୀ ନୂଆ ଏ. ସି. ଲଗେଇ ଥଣ୍ଡା ପବନ ସାଉଟୁଛନ୍ତି।ମୁଁ ବିଚରା ଗରମରେ ସନ୍ତୁଳି ହେଉଛି। ଦାସ୍ ବାବୁ ଡବଲ୍ ଡୋର୍ ଫ୍ରିଜ୍ ଆଣିଛନ୍ତି ଯେ ତାଙ୍କ ପିଲେ ଆଉ ଆଇସ୍କିଡ୍ରମ୍ କିଣୁନାହାନ୍ତି। ମୋ ପିଲେ ରଙ୍ଗୀନ୍ ବରଫ ଧରି ଚୁଷୁଛନ୍ତି। ସାମଲ ବାବୁ ଅଡି ତ ପାଣି ବାବୁ ମର୍ସିଡିସିରେ ସପରିବାର ସନ୍ଡେଟୁର୍ କରୁଛନ୍ତି। ଆଉ ମୁଁ..... ଡିମାଣ୍ଡ ନଥିଲେ ବି ବାହାଘର ସମୟରେ ଶଶୁରଘରୁ ମିଳିଥିଲା ତେଣୁ ସେଇଟା ଯୌତୁକ ହିଁ ଥିଲା ହିରୋହୋଣ୍ଡା ଖଣ୍ଡେ ବିନା ସୁଇଚ୍ ୱାଲ୍। ସେଥିରେ ଦୁଇଟି ଛୁଆଙ୍କ ସହ ଶ୍ରୀମତୀ ଜାଗାହେବା କାଠିକର। ସେଥିପାଇଁ କୁଆଡ଼େ ବାହାରିବା ପୂର୍ବରୁ ତନାଘନା। ସେ କୁହନ୍ତି ଏଇଥିପାଇଁ ମୁଁ କୁଆଡ଼େ ଯାଉନି। ମୁଁ ବି କୋଉ ଛାଡିବା ଲୋକ ଚାରିଚକିଆ ଆଣିଥିଲେ ଏମିତି ଜାଗାର ଅଭାବ ହେଇ ନ ଥାନ୍ତା। ଏମିତି କେତେ ଯୁକ୍ତିତର୍କ ମଧ୍ୟରେ ରବିବାର ବୁଲିବା ସରେ। ଆଜି ଶ୍ରୀମତୀ ହସି ହସି କହିଲେ ହେଇଟି ଶୁଣଚ ଏତେବଡ଼ ବାତ୍ୟା ଗଲା ତାଙ୍କର ସବୁ ଭାଙ୍ଗିଗଲା ଅଥଚ ସେମାନଙ୍କ ଘରକୁ କେହି ଟିକେ ଆସିଲେନି। ଆଜି ତାଙ୍କର କଳା ଝରକା ଲଗାଉଥିଲେ। ମୁଁ ହସିଲି ତୁମେ ବା କହୁଥିଲ ଆମ ଘରେ କୁଣିଆ ମାଳ ସେଇଥିପାଇଁ ଅଣ୍ଟୁନି। ଦେଖିଲ ଆମ ଘରେ ପରିବା ଶୁଖୁଚି, ବିନା ରାସନ୍ କାର୍ଡରେ ଚାଉଳ ବସ୍ତା। ପିଲାମାନେ ସେବେ ଯେମିତି ଖେଳୁଥିଲେ ଏବେ ବି ଖେଳୁଛନ୍ତି। ସେବେର ଖୋଲା ଝରକା ଏବେ ବି ଖୋଲା ଅଛି। ମୋ ସୁଇଚ୍ ୱାଲା ଫୋନ୍ ଟା ଭଲ ଚାର୍ଜ ରଖୁଚି।ଶ୍ରୀମତି ଚିଡିଗଲେ ମୁଁ କଅଣ କହୁଛି ଇଏ ମୋତେ କଣ କହୁଛନ୍ତି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍