STORYMIRROR

sasmita sahu

Tragedy Inspirational

3  

sasmita sahu

Tragedy Inspirational

ମୋ ଗାଁ ବୁଢ଼ା ମାଷ୍ଟ୍ଟ ଆଖିରେ

ମୋ ଗାଁ ବୁଢ଼ା ମାଷ୍ଟ୍ଟ ଆଖିରେ

1 min
413

ଆଜି ପ୍ରଦୂଷଣର ଅସଂଖ୍ୟ କଷ୍ଟରେ ମୋ ଗାଁ କାନ୍ଦୁଚି। ମୋ ଗାଁର ନିଅଣ୍ଟିଆ ଋଣୀ ଚାଷୀ ସରକାରକୁ ଅନେଇଚି, ଶିକ୍ଷିତ ତା ଯୋଗ୍ୟତା ନେଇ ମୋ ଗାଁକୁ ଭୁଲିଛି, ବିଦେଶାଗତ ସମୟର ପାଉଁଶିଆ ସ୍ୱପ୍ନରେ ମୁହଁକୁ ପଖାଳି କେବେ କେମିତି ଗାଁକୁ ଫେରି ନିଜର ଭୂଗୋଳ ମାଗୁଛି। ସୂର୍ଯ୍ୟ ତା ଅନ୍ତର ଦୁଇଁ ଚିପୁଡି ନେଇଛି ହେଲେ କାହାକୁ ଚିନ୍ତା କି ଦକ ନାହିଁ। କିନ୍ତୁ ଗାଁ ର ତାତ୍ସଲ୍ୟ ସତ୍ଵେ ବୁଢ଼ା ମାଷ୍ଟ୍ରେ ବୈଶାଖ ଖରା ଆଡେଇ ସ୍କୁଲ ଗେଟ୍ ଖୋଲି କେଇଟା ଗଛକୁ ବଞ୍ଚେଇ ରଖିବାର ପ୍ରୟାସରେ ଲାଗିଛନ୍ତି ଯାହା। ଭାବିଛନ୍ତି ସ୍କୁଲ ଦାୟିତ୍ବ ସରିଲା ଏ ବର୍ଷ ମୌସୁମି ଆରମ୍ଭରେ ସରକାରକୁ ବାଦ୍ ଦେଇ ପିଲାଙ୍କୁ ଲଗେଇ ଗାଁରେ ଗଛ ଲଗାଇବା କାମଟା ସାରିବି।


ପେନସନ୍ ଗଣ୍ଡାକ ଆସିଲେ ପଶୁଙ୍କ କବଳରୁ ବଞ୍ଚେଇ ଗଛ ଚାରିପଟେ ତାରବାଡ ବୁଲେଇ ଆଣିବି। ମଣିଷ କବଳରୁ ବଞ୍ଚି ନ ଥିବା ଲୋକଟାର ବିଗତ ମାସ ରିଟାର୍ଡ କାଗଜରେ ସ୍କୁଲ୍ ହେର୍ ଫେର୍ ଷ୍ଟାମ୍ ବାଜିଚି ଯେ ପେନସନ୍ ଗଣ୍ଡାକ ମିଳିବ କି ନାହିଁ ତାହା ମଧ୍ୟ ଜାଣିନି। ତଥାପି ମୋ ଗାଁ ଆକାଶେ ଚାନ୍ଦର ଚାନ୍ଦିନୀ ଚେଷ୍ଟାରେ ଖରା ତରାରେ ନାରା ଦେଇ ବୁଲୁଛନ୍ତି "ଆରେ କୁଲରରେ ପାଣି ଭରନାରେ ପାଣିତକ ଗଛ ମୂଳେ ଅଜାଡି ଦିଅରେ" ତମ ବଂଶ ଉଧୁରି ଯିବ। ଏବେ ଗାଁରେ ଟୁପୁରୁଟାପର ହେଲେଣି ବୁଢ଼ା ମାଷ୍ଟ୍ରେ କୁଆଡ଼େ ପାଗଳ ହୋଇଗଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy