Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Abstract

3  

Geeta Sarangi

Abstract

ଜୀବନ ଗୀତା-୨୫୩

ଜୀବନ ଗୀତା-୨୫୩

4 mins
7.6K


ଜୀବନ ଗୀତା-୨୫୩

ସାମ୍ବାଦିକ ଅମିତାଭ ଖିଲାରଙ୍କୁ ସମର୍ପିତ ।

ଜୀବନର ପାଟଡୋର

ବୁଝେନା ଆପଣା ପର

ଛନ୍ଦିଦିଏ ସବୁରିକୁ

କରି ସେ ଗଳାର ହାର ॥୦॥

ଜୀବନ ତ ସଭିଙ୍କର

ପୁଣି ବି ନୁହେଁ କାହାର

ସବୁଠି ଥାଏ ସେ

କୋଉଠି ନଥାଏ

ତାକୁ ଖୋଜିଖୋଜି

କାଳ ବିତୁଥାଏ,

ସୂତା ତ ଅଦୃଶ୍ୟ, ହାର

ଫୁଲର ଯେ ସମାହାର ॥୧॥

ଜୀବନ ଅଟେ ଅସୀମ

ପୂତ ଆଉ ଅନୁପମ

ସସୀମ ଏ ମଣିଷ

କେମିତି ଜାଣିବ

ରହସ୍ୟକୁ ତାହାର

ବୁଝି କି ପାରିବ

ସ୍ଥୁଳ ଦେହେ ସୂକ୍ଷ୍ମ ଆତ୍ମା

ପରାୟେ ତାର ବେଭାର ॥୨॥


Rate this content
Log in

Similar oriya story from Abstract