Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmita Satyashovan

Inspirational

4.3  

Rashmita Satyashovan

Inspirational

ପ୍ରତିଶୃତି

ପ୍ରତିଶୃତି

4 mins
372


ଜୀବନ କେବେ ସରଳରେଖା ପରି ଯାଏ ନା । ଅଙ୍କା ବଙ୍କା ନଦୀର ସ୍ରୋତ ପରି ତ କେବେ ଉଚ୍ଚ ଉଚ୍ଚ ପାହାଡର ବୋଝ ପରି କେବେ ଶୁଷ୍କ ମରୁଭୂମି ପରି ତ କେବେ ସଜ ଫୁଲର ବାସ୍ନା ପରି । କେବେ ଦିଗହରା ଚଢ଼େଇର ବ୍ୟାକୁଳତା ପରି ଏ ମାୟାର ଜୀବନ ।

କିଟି କିଟି ଅନ୍ଧାର ରାତିରେ ଏପଟେ ସେପଟେ ପାଦ ପକେଇ ଚାଲୁଚି ସେ । ନର ରାକ୍ଷସର ଭୟ ଅଛି ନା ଅନ୍ଧାରକୁ । ଲୁହ ଭରା ଆଖିରେ ଛାତିରେ ଅସୁମାରୀ କୋହର ଯନ୍ତ୍ରଣା ସହ ସେ ଆଗେଇ ଚାଲିଛି । କି କଷ୍ଟ ଏ ଜୀବନ କଣ ପାଈଁ ଏ ବିବାହ ବନ୍ଧନ । କି ମୂଲ୍ୟ ସେ ପ୍ରତିଶୃତିର ଯାହାର ମୂଲ୍ୟ କେହିରଖି ପାରେନା । ଏମିତି ଭାବି ଭାବି ଭାବି ଲିପିକା ଆଗେଇ ଚାଲିଛି ପଛରେ ପକେଇ ସବୁ ବନ୍ଧନ । ସବୁ ମାୟା ମମତା । ନିଜ ଅସ୍ଥିତ୍ୱର ପରିଚୟ ପାଇଁ ଲଢ଼ିଚି ଆଜି ।

ଶ୍ୟାମ ବାବୁ ଆଉ ନିର୍ମଳା ଦେବୀଙ୍କର ପ୍ରଥମ କନ୍ୟା ହେଲେ ଲିପିକା । ଦୁଇ ଝିଅ ବାପା ମାକୁ ନେଇ ତାଙ୍କ ତାଙ୍କ ପରିବାର । ସ୍ନେହ ଶ୍ରଦ୍ଧାରେ ବନ୍ଧା ସେମାନଂକର ଜୀଵନ । ଶ୍ୟାମ ବାବୁ ସରକାରୀ ଅଫିସ ରେ ମାମୁଲି କିରାଣୀ ଟିଏ । ଆଉ ନିର୍ମଳା ଦେବୀ ଭାରି ନୀତିଯୁକ୍ତ । ପାଠ ବେଶି ପଢି ନଥିଲେ ମଧ୍ୟ ଶିକ୍ଷିତା ନିଜ ଆତ୍ମସମ୍ନାନ ପାଇଁ ଲଢ଼ିବା ଶିଖେଇ ଛନ୍ତି ଲିପିକା ଆଉ ଦେବୀକାଙ୍କୁ ।

ଲିପିକା ଛୋଟ ବେଳଠୁ ଭାରି ଗେଲହବସରରେ ଲାଳିତ ପାଳିତ । ଭାରି ସ୍ୱାଧୀନ ଚିନ୍ତାରେ ବିଶ୍ୱାସରଖୁଥିବା ଝିଅ ଟିଏ । ସମୟ କାହା ପାଈଁରହେନା । ଦିନ ପରେ ଦିନ ବିତିଲା ପରି ପନ୍ଦର ବର୍ଷ ପୁରି ଗଲା । ଗାଁ ସ୍କୁଲରୁ ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେଲେ । ବାପାଙ୍କର ଖୁସି କହିଲେ ନ ସରେ । ଝିଅ ପାଠ ପଢି ବଡ ଚାକିରି କରିବାର ସ୍ବପ୍ନ ଦେଖିଛନ୍ତି ଖୁସି ନହେବେ କେମିତି । ଏବେ ଦୂର ସହରରେ ବଡ ମହାବିଦ୍ୟାଳୟରେ ନା ଲେଖା ଗଲା ।

ଗୋଟେ ଗାଁର ସରଳ ଝିଅ ଟେ ସହରରେ ପାଠ ପଢିବା ସହଜ କଥା ନୁହଁ । କେତେ ଯେ ବାଧା ବିଘ୍ନ ଆସେ ସେ ହିଁ କେବଳ ଜାଣେ । କେତେ ବଡବଡିଆ ପିଲା ଗାଉଁଲି କହି ନାକ ଟେକନ୍ତି ତ କିଏ ସରଳତାର ଫାଇଦା ଉଠାନ୍ତି । ଯାହା ବି ହଉ ବହୁ ବାଧା ବିଘ୍ନ ସତ୍ୱେ ବି ଲିପିକାର ସ୍ନାତକ ପୁରା ହୋଇଛି । ଦେଖୁଦେଖୁ ଆସିକି ବାଇଶି ପୁରି ତେଇଶୀ ଚାଲିବ । ପାଠ ପଢା ପରେ ଏବେ ଚାକିରି ଖୋଜିବାରେ ବ୍ୟସ୍ତ ଲିପିକା । କେମିତି ବାପାଙ୍କର ସ୍ବପ୍ନ ପୁରା କରିବେ ।

ଝିଅ ବଡ ହେଲେ ଆଗେ ମାର ଚିନ୍ତା କେମିତି ବାହାଘର ହେବ । ଭଲ ଘର ଭଲ ବରଟିଏ ଖୋଜିବାରେ ଲାଗି ପଡେ । ନିର୍ମଳା ଦେବୀ ବି ସେମିତି ବ୍ୟସ୍ତ ହୋଇ ଖୋଜିବାରେ ଲାଗି ପଡିଲେ । ଶେଷରେ ତାଙ୍କର ଇଚ୍ଛା ପୂର୍ଣ୍ଣ ହେଲା । ଭାରି ମେଳାପି ଲୋକ ପରି ଜଣା ପଡ଼ୁଥିଲେ ସେ ପରିବାରର ଲୋକ । ଭାରି ଭଦ୍ର ପିଲା ପରି ଜଣା ପଡ଼ୁଥିଲେ ବର ପାତ୍ର । କିଛିକୁ ଅଭ୍ୟାସ ନାହିଁ ବୋଲି ତାଙ୍କ ପରିବାର ଲୋକଙ୍କ ଠୁ ଜଣା ପଡିଲା । ବାହାଘର ପରେ ସବୁ ଉଚିତ କଥାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ । ଆଉ ଚାକିରି ପାଈଁ ତାଙ୍କ ଘର ଲୋକ ସମର୍ଥନ କରିଲେ । ବୋହୁକୁ ବୋହୁ ନୁହଁ ଝିଅ ପରିରଖିବେ କଥା ଦେଲେ । ଉଭୟ ପରିବାରର ସମର୍ଥନ ରେ ଖୁବ ଧୁମ ଧାମ ରେ ବିବାହ ସମ୍ପାଦନ ହେଲା । ନିଜ ଜୀବନର ସଂଚୟ କରି ଥିବା ସବୁ ପୁଞ୍ଜିକୁ ବର ଘରର ସବୁ ଡିମାଣ୍ଡରେ ରାଜି ହେଇ ଖର୍ଚ୍ଚ କରିଦେଲେ ।

ବାହାଘର ହେଇଗଲା । ସମସ୍ତେ ଭାରି ଖୁସି । ଲିପିକା ବି ଭାରି ଖୁସି ରେ ନୂଆ ପରିବାରକୁ ଆପଣେଇ ସମସ୍ତଙ୍କୁ ନିଜର ଭାବି ସମସ୍ତଙ୍କର ଯତ୍ନ ନେଲେ । ଦିନକୁ ଦିନ କାମର ବୋଝ ବଢ଼ି ଚାଲିଲା । ସେ ହାରିଲେନି ମନ ପ୍ରାଣ ଦେଇ ସବୁ କରି ଚାଲିଲେ । ଏପରି 6ମାସ ବିତିଗଲା । ଦିନେ ସେ ତାଙ୍କ ସ୍ୱାମୀଙ୍କୁ ଚାକିରି ଆଉ ପାଠ ପଢିବା ପାଈଁ ଅନୁରୋଧ କରିଲେ । ସେ ଚାହୁଁ ଥିଲେ କି ସେ ବି ତାଙ୍କ ସ୍ଵାମୀଙ୍କୁ ସାହାଯ୍ୟ କରନ୍ତୁ । ଆଉ ତାଙ୍କର ଲକ୍ଷ୍ୟ ବି ଥିଲା ନିଜେ ରୋଜଗାର କରିବା । ନିଜର ପରିଚୟ ବନେଇବା ପାଈଁ । ଏ ସ୍ବପ୍ନ ତାଙ୍କୁ ବେଳେ ବେଳେ ବ୍ୟସ୍ତ କରି ଦଉଥିଲା । ହେଲେ ତାଙ୍କ ସ୍ଵାମୀ ଆଉ କିଛି ଦିନ ଯାଉ କହି ନିତିଦିନ ପରି ନିଜ କର୍ମକ୍ଷେତ୍ରକୁ ଚାଲି ଗଲେ । ଦିନ ପରେ ଦିନ ବିତିଗଲାଣି । ଏମିତି ମନରେ ଥିବା ସ୍ବପ୍ନକୁ ନିଜ ମନରେ ସାଇତିରଖି 5 ବର୍ଷ ବିତିଗଲାଣି । ୟା ମଧ୍ୟରେ ବହୁତ ପରିବର୍ତ୍ତନ ହେଇ ସାରିଲାଣି । ବୋହୁକୁ ଝିଅ ପରିରଖିବେ ବୋଲି କହୁଥିବା ଶାଶୁ ଭାରି ଅସନ୍ତୋଷ । ଯେତେ କରିଲେ ବି ସନ୍ତୁଷ୍ଟ ନୁହଁ ସେ । ଦୋଷ ନକରିଲେ ବି ବାପଘର ଲୋକଙ୍କୁ କଥା କଥା ରେ ଭାରି କଡା କଥାକୁହନ୍ତି । ଏସବୁ କଥା ଭଲ ଲାଗୁ ନଥିଲେ ମଧ୍ୟ କିଛିକୁହନ୍ତିନି ଲିପିକା । ଶାଶୁର ମନୋଭାବର ପରିବର୍ତନ ସହ ତାଙ୍କର ଦୁଇଟା ରୂପ ବ୍ୟତିବ୍ୟସ୍ତ କରୁଛି ଲିପିକାଙ୍କୁ । କହିବେ ବା କାହାକୁ କିଏ ଅଛି ଶୁଣିବାକୁ ସ୍ୱାମୀଙ୍କର ସମୟ ନାହିଁ ଆଜି ଲିପିକାଙ୍କ ସହ କଥା ହବାକୁ । ସାଙ୍ଗ ମାନଙ୍କ ସହ ଖଟି ମସ୍ତି ଆଉ ସୋସିଆଲ ମେଡିଆରେ ବ୍ୟସ୍ତ ସିଏ । ନିଜ ସ୍ଟାଟସ ସହ ଖାପ ଖୁଆଇବା ପାଈଁ ହଉଥିବା ମଦ୍ୟପାନ ଏବେ ଅଭ୍ୟାସରେ ପରିଣତ ହେଇ ସାରିଛି । ମଦ୍ୟ ପାନ ପରେ ଧୀରେ ଧୀରେ ଗାଳିଗୁଲଜ ବି ବଢ଼ି ଚାଲିଛି । ଏସବୁ ପରିବେଶରେ ଅଣନିଶ୍ୱାସୀ ହେଇ ପଡିଛି ଲିପିକା କହିବ କାହାକୁ ବାପା ମା ଶୁଣିଲେ ମନ ଦୁଃଖ କରିବେ । ବାପାଙ୍କୁ କିଛି ସାହାଯ୍ୟ କରିପାରିନି ଆଜି ମୋ କଷ୍ଟ କହି କେମିତି କଷ୍ଟ ଦେବି । ଧୀରେ ଧୀରେ ଅତିଷ୍ଠ ହେଇଗଲାଣି ଜୀବନ । ଜୀବନ ହାରିବାକୁ ବି ଚେଷ୍ଟା କରି ପଛେଇ ଯାଇଛି କାହିଁକି ନା ସେ 6 ମାସର ଗର୍ଭବତୀ । ଯେଉ ସମୟରେ ସମସ୍ତଙ୍କର ଭଲ ପାଇବା ଦରକାର । ସେ ସମୟରେ ଏ ଯନ୍ତ୍ରଣା । ମଦ୍ୟ ପାନ ପରେ ସ୍ୱାମୀ ଏବେ ମାରିବାକୁ ମଧ୍ୟ ଉଦ୍ୟତ ହେଲେଣି । ସ୍ୱାଧୀନ ଚିନ୍ତାର ଝିଅ ଟି କେତେ ଆଉ ସହିବ । ନିଜ ଆତ୍ମସମ୍ମାନକୁ କେତେ ଆଉ ବଳି ପକେଇବ । ବିବାହ ବେଦିରେ ସ୍ୱାମୀ ନିଜ ସ୍ତ୍ରୀକୁ ସମ୍ମାନ ଦେବାର ପ୍ରତିଶୃତି ଦେଇ ତାକୁ ସମସ୍ତଙ୍କ ଆଗରେ ଅସମାନ କରେ । ନିଜ ଅର୍ଦ୍ଧାଙ୍ଗିନୀର ଉଚିତ କଥାରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇ ଆଜି ମନରୁ ପାସୋରି ଦିଏ । ଯିଏ 10 ମାସର ଯନ୍ତ୍ରଣା ସହି ନିଜକୁ ମୃତ୍ୟୁ ମୁଖକୁ ଠେଲି ତାକୁ ବାପା ହବାର ସୌଭାଗ୍ୟ ଦିଏ । ସେ ତା ସ୍ତ୍ରୀ ସେତିକି ସମ୍ମାନ ଦେଇ ପାରେନା । ତାକୁ ସେତେ ଭଲ ପାଇ ପାରେନା ଏ ପୁରୁଷ । କେତେ ଆଉ ସହି ଥାନ୍ତା । ସେ ଯନ୍ତ୍ରଣାକୁ ବୋହି ଆଜି ସେ ତା ସ୍ୱାମୀ ତା ପରିବାର ସବୁକୁ ପରିତ୍ୟାଗ କରିଛି । ଜୀବନ ସାରା ସାଥିରେ ଚାଲିବାକୁ ପ୍ରତିଶୃତି ଦେଇ ଯଦି ସ୍ୱାମୀ ଭୁଲି ଯାଇଛି । ତେବେ ସେ ପ୍ରତିଶୃତିର ମୂଲ୍ୟ କଣ ।

ତା ପେଟରେ ଥିବା ନୂଆ କିରଣକୁ ଦୂର ଜାଗାକୁ ନେଇ ଯିବାକୁ ସ୍ଥିର କରି ଆଗେଇ ଚାଲିଛନ୍ତି । ଏକ ନୂଆ ସକାଳର ଆଶା ନେଇ । ନିଜ ପିଲାକୁ ଉଚିତ ଶିକ୍ଷା ଦେବା ପାଈଁ ତ୍ୟାଗ କରି ଛନ୍ତି ସେ ନର୍କକୁ । ବୁଝେଇ ବୁଝେଇ ଥକି ଯାଇକୁ ଅଭ୍ୟାସକୁ ବଦଳେଇ ପାରି ନଥିଲେ କିନ୍ତୁ ନିଜ ଭବିଷ୍ୟତକୁ ସଜାଡି ବାର ଆଶା ନେଇ ଚାଲୁଛନ୍ତି । କିଏ ଫେରେଇବା ତାଙ୍କ ସ୍ନେହ ପ୍ରେମ ତ୍ୟାଗର ମୂଲ୍ୟ । ଆଜି ସେ ପ୍ରତିଶୃତି ଦେଇଛନ୍ତି ନିଜକୁ ଯେ ମୁ ଦୁର୍ବଳ ନୁହଁ । ମୋ ଆତ୍ମସମ୍ମାନ ପାଈଁ ମୁ ଲଢ଼ି ପାରିବି । ଏ ପ୍ରତିଶୃତିର ମୂଲ୍ୟ ମୁ ରଖିବି ।


Rate this content
Log in

Similar oriya story from Inspirational