Rashmita Satyashovan

Others

5.0  

Rashmita Satyashovan

Others

ସ୍ମୃତି ଏକ ରୁପା ଜହ୍ନ

ସ୍ମୃତି ଏକ ରୁପା ଜହ୍ନ

2 mins
577


ସ୍ବପ୍ନର ସାଗୁଆ କିଆରୀ ରେ ଜହ୍ନର ଶୀତଳ କିରଣ ପଡିଲା ପରି ଆଜି ମୋତେ ବି ଅନୁଭବ ହଉଚି ସେ ଶୀତଲତା କିଛି ପୁରୁଣା ସ୍ମୃତିକୁ ମନକୁ ଆଣି । କାହିଁକି ନା ସେ ସ୍ମୃତିରେ ମୋ ପିଲା ଦିନ ଅଛି । ମୋ ଘର । ସେ ମାଟିର ବାସ୍ନା ଅଛି ଯେ ମୋର ଅତି ପ୍ରିୟ । ମୋ ବାପା ଦୁନିଆର ସବୁଠୁ ପ୍ରିୟ ମୋ ପାଈଁ । ମନେ ପଡେ ଦୂର ଚାକିରିରେ ଥିଲା ବେଳେ ଯେବେ ମୁଁ ତାଙ୍କୁ ମନେ ପକେଇ କାନ୍ଦେ । ରାତିସାରା କାନ୍ଦେ ଲୁଚି ଲୁଚି । କାହିଁକି ନା କିଏ ମୋ କାନ୍ଦ ଦେଖି ହସି ପକେଇବ କି ସେଥିପାଇଁ ମୁଁ କାହା ଆଗରେ ଲୁହ ଦେଖାଏନି । ସକାଳୁ ଉଠିଲା ବେଳକୁ ବାପା ଆସି ପହଂଚି ଯାଇ ଥାନ୍ତି । ସାଙ୍ଗରେ କେତେ ଯେ ଖେଳନା ଆଉ କେତେ କଣ ଆଣି ଥାନ୍ତି । ବାପା ଙ୍କର ମୁଁ ଭାରି ଗେଲ୍ହେଇ । ସେ ପ୍ରେମର ତୁଳନା କଣ ଅଛି । ସେମିତି ଭଲ ପାଇବା ଆଉ କଉଠୁ ପାଇନି ଆଜି ଯାଏ । ସେଥିପାଇଁ ବୋଧେ ଦୁଃଖ ବେଳେ ସେ ଭାରି ମନେ ପଡନ୍ତି । କାଳେ ମୋ ପାଖେ ଥାନ୍ତେ କି ।

ମୋ ମାଆ । ମାଆ ସହ ସେ ମୋ ଭଲ ବନ୍ଧୁଟିଏ । କିଛି ବି କଥା ମୁଁ ତାଙ୍କ ଆଗେ କହି ପରେ । ସେ ବହୁତ ଭାବି ଚିନ୍ତି ଠିକ କଥାକୁହନ୍ତି । ସେଥିପାଇଁ ପାଈଁ ମୋ ଜୀବନରଥର ସେ ଅର୍ଜୁନ । ମନେ ପଡେ ସେ ପିଲାଦିନର ମମି ଭାଇ ଆଉ ମୋର ଲୁଡୋ ଖେଳ । ଆମ ଭିତରେ ହଉଥିବା ଖଟି । ସଂଧ୍ୟା ବେଳର ସୁଲୁ ସୁଲିଆ ପବନର ସ୍ପର୍ଶ । ଆମ ଘର ଆମ ଦୁନିଆ । ମିଳି ମିଶି ଗୋଟେ ଜିନିଷକୁ ବାଣ୍ଟି କି ଖାଇବା । କାହା ପ୍ରତି କାହାର ଛଲ ନା ନଥିଲା ଥିଲା ଖାଲି ବିଶ୍ୱାସ ଆଉ ପ୍ରେମ । 25 ବର୍ଷର ସ୍ମୃତି ଯେ କେତେ ଥିବ ହୁଏତ ମରିବା ପର୍ଯ୍ୟନ୍ତ ମନେ ପଡୁଥିବା ।

ଏବେ ମୁଁ ଗୋଟେ ପିଲାର ମା ହେଇ ବୁଝୁଚି କେତେ କଷ୍ଟ କରି ଥିବେ ମୋ ମା ମୋ ପାଈଁ । ଏବେ ତାଙ୍କ ପରି ଭଲ ପାଇବା ମୁଁ କଉଠୁ ପାଉନି । ଖାଲି ଇଚ୍ଛା ହୁଏ ପୁଣି ସେ ଛୋଟ ଝିଅଟିଏ ହେଇ ଯାନ୍ତି କି ଭାରି ଅସହ୍ୟ ଏ ଜୀବନ ଲାଗୁଚି । ଚାରିପାଖରେ ଖାଲି ଛଲାନା । ମିଥ୍ୟାର ତାସ ଘର । ଏଠି କେହି କାହାର କଷ୍ଟ ବୁଝେନା । ମାୟାର ମହଲରେ ଜଳି ଜଳି ବଂଚିବା ଠୁ ଦୂର କୋଉ ଝାଟି ମାଟି ଘରେ ଶାନ୍ତିରେରହିବା । ଆଜି ମୁଁ ଜଳୁଛି । ତଥାପି ବଂଚିଛି କେବଳ ମୋ ସ୍ମୁତିର ଶୀତଲତାକୁ ପାଈଁ । ସବୁ ଦିନ କାନ୍ଦୁଚି ମୁଁ ଝୁରୁଛି ମୁଁ ମୋ ସ୍ମୃତିର ନାୟକ ଆଉ ନାୟିକାକୁ । ଯାହା ପାଈଁ ମୋ ସ୍ମୃତି ସୁନା ପରି ଝଲସି ଉଠୁଛି । କିଛି ସ୍ମୃତି କଷ୍ଟ ଦିଏ ସତ ହେଲେ ଏ ସ୍ମୃତି ଶାନ୍ତି ଦିଏ ମୋତେ । ଶୀତଲତା ଆଣି ଦିଏ ମନ ରେ ଠିକ ସେ ଜହ୍ନର ଜ୍ୟୋସ୍ନା ପରି  ।


Rate this content
Log in