STORYMIRROR

Raasmitaa Mohanty

Inspirational

4.0  

Raasmitaa Mohanty

Inspirational

ନାରୀ ର ଜୀବନ

ନାରୀ ର ଜୀବନ

2 mins
123

ଜୀବନ ବେଳେ ବେଳେ ଏମିତି ଏକ ରାସ୍ତା ରେ ଆଣି ଛିଡା କରି ଦିଏ ନା ଆଗକୁ ବଢ଼ି ହୁଏ ନା ପଛକୁ ଫେରି ହୁଏ, ଦୋଛକି ରେ ରହିବା କେତେ ଯେ କଷ୍ଟ କେବଳ ସେ ଲୋକ ହିଁ ଜାଣେ!ଆଗରେ ମାୟା ମରୀଚିକା ର ସୁନ୍ଦର ଚିତ୍ର ପଟ ଆଉ ପଛରେ  କ୍ରୁର ବାସ୍ତବତା ର ହୃଦୟ ବିତରଣା କାହାଣୀ ଟିଏ | ଆଗକୁ ଗଲେ ସ୍ୱାର୍ଥପର, ବିଭିନ୍ନ ପ୍ରକାର କଦର୍ଯ୍ୟ ଆଖ୍ୟା ରେ ସମ୍ମାନିତ, ଆଉ ଦୁଇ ପାଦ ପଛକୁ ଆସିଲେ ଭିତିହୀନ ମୂଲ୍ୟ ହୀନ ଆଉ ଅସମ୍ମାନ ର ଜଞ୍ଜୀର. ହେଲେ ବି ନିଜ ପାଇଁ ଜୀଇଁବାକୁ କାହାର ବା ଲୋଭ ନାହିଁ, ଦୁଇ ଦିନ ର ଜୀବନ ଆତ୍ମସମ୍ମାନ ର ସହ ବଞ୍ଚିବାକୁ ପଡିବ, 
ସମାଜ ର କେତେ ଯେ କ୍ରୁର ନିୟମ ଆଗରେ କେତେ ଯେ ଗୋଲାପ କଢି ବଂଚୁଛନ୍ତି ନିଷ୍ଠୁର ନିର୍ଦୟ ଜୀବନ, କେତେ ଯେ ଫୁଟିଵା ଆଗରୁ ଆକାରଣରେ ପାପ ନଜର ରେ ଦଳି ଚକଟି ହେଇ ଯାଉଛନ୍ତି, କେତେ କଷ୍ଟ୍ସ ସତେ ଏ ନାରୀ ର ଜୀବନ, ନାରୀ ଟିଏ ହୋଇ ଆଜି ମୁ ଅନୁଭବ କରି ପରେ ନାରୀ ର କଷ୍ଟ, ସହି ସହି ଯାଏ ତାକୁ ସେଥିପାଇଁ ତ ମିଳିଛି ସର୍ବଂସହା ର ଆଖ୍ୟା | ତାର କଣ ମନ ବୋଲି କିଛି ନାହିଁ. ତା ଭିତରେ ଆଉ ଘର ର କାନ୍ଥରେ ଝୁଲି ଥିବା ଫୋଟୋ ଫ୍ରେମ ଭିତରେ ଫରକ ଆଉ କଣ?
ହେଲେ ଉଠିବାକୁ ପଡିବ ତୋତେ, ନିଜର ଜୀବନ ଯୁଦ୍ଧ ରେ ତୁ ହିଁ ନିଜେ ଅର୍ଜୁନ, ଜିତିବାକୁ ପଡିବ ତୋତେ ନିଜେ ଜଳି ଜଳି ଅନ୍ୟକୁ ବାଟ ଦେଖେଇବା ଆଗରୁ ପହଂଚିବାକୁ ପଡିବ ତୋ ଲକ୍ଷ୍ୟ ସ୍ଥଳରେ!ସବୁ ସମ୍ପର୍କ ର ଡୋର କୁ ଫିତାଇ ନୁହଁ ଜାବୁଡି ଧରି ଚାଲିବାକୁ ପଡିବ, ଯିଏ ତୋରି ନିଜର ସେ ପଛେ ପଛରେ ଯିବ, ଆଉ ଯେ କେହି ବି ନୁହ ସେ ପଛରେ ବାଟ ବଣା ହେଇ ଯିବ ତୋତେ ଯିବାକୁ ହେବ ଲଢ଼ିବାକୁ ହବ..... କାଳେ କିଏ ତୋତେ ଅନୁସରଣ କରି ତୋ ରାସ୍ତା ରେ ଚାଲି ପଡିବ|ଉଠ ଆଆଉ ନିଜକୁ ସଜେଇ ଦେ ଜୀବନ ଲଢେଇ ରେ ମରି ମରି ବଞ୍ଚୁ ଥିବା ସେଇ ନିରୀହ ଫୁଲ ମାନଙ୍କ ଜୀବାନ ରଥର ଅଦୃଶ୍ୟ ସାରଥୀ.|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational