Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଛ
ମିଛ
★★★★★

© Rakesh Mishra

Tragedy

3 Minutes   5.2K    8


Content Ranking

ସମୟ ରାତି ୯ଟା କି ୯.୩୦ ହବ ବୋଧେ। ଶ୍ରୀୟା ଟକିଜ ସାମ୍ନାରେ କଳା ରଙ୍ଗର ସ୍କର୍ପିଓ ଗାଡି ଟା ଆସି ଛିଡା ହେଲା ଫୂଟପାଥ କୁ ଲାଗି, ଠିକ ସେଇଠି ଯେଉଁଠି ସୁରମା ମୁହଁରେ ଓଢଣୀ ବାନ୍ଧି ଛିଡା ହୋଇଥିଲା । କାଚ ଟା ତଳେଇ ଗଲା ସାମାନ୍ୟ, ମୁହଁକୁ ମୁହଁ ଦିଶିବ ଭଳି। ପ୍ରଶ୍ନ ଆସିଲା ଭିତରୁ - କି ରେ ଯିବୁ ??

- ଯିବା ପାଇଁ ହିଁ ତ ଛିଡା ହୋଇଛି ଏଠି..

- କେତେ ନେବୁ

- ୩୦୦

- ହୁଃ , ୩୦୦, କେତେ ନେବୁ ଠିକ ରେ କହ । ଟିକିଏ ଆଗକୁ ଗଲେ ତୋ ପରି ଆହୁରି ଅନେକ ମିଳିବେ ।

- ଆଛା ୨୫୦ ଦେଇ ଦେବେ..।

ଖୋଲିଗଲା ଗାଡିର ଆଗ ଗେଟ .. ଏପଟା ସେପଟ ଦୁଇଥର ଭଲଭାବେ ଦେଖି, ତୀବ୍ର ଗତିରେ ଗାଡି ଭିତରକୁ ପଶିଗଲା ସୁରମା । ଗାଡି ଗାଡିଚାଲିଥିଲା ରାଜଧାନୀର ରାଜରାସ୍ତାରେ ।

- ଏଇ ଲାଇନରେ କେତେ ଦିନ ?

- ୪-୫ ମାସ ହେଲା... ହାଲ୍କା ଭାବେ ଉତ୍ତର ଦେଲା ସୁରମା..

- ମୁଣ୍ଡରେ ସିନ୍ଦୁର.. ବାହାହେଇ ବି ଏମିତି କାମ କରୁଛୁ ?

ସୁରମାର ଇଛା ହେଉଥିଲା ପଚାରିବାକୁ, ଆପଣ ବି ତ' ବିବାହିତ ନା ?? ବିବାହିତା ପୁରୁଷଟିଏ ନିଜ ଦେହର ଭୋକ ମେଣ୍ଟେଇବାକୁ ଦୌଡ଼ି ଆସିପାରେ ସହର ତଳିର ନିଷିଦ୍ଧ ଇଲାକାକୁ, ହେଲେ ନାରୀ ପାଇଁ ସବୁ କଟକଣା । ହେଲେ ଜାଣି ଶୁଣି ନିରବ ରହିଲା ।

- ସ୍ୱାମୀ ଅଛି ନା ଘଇତା ଛାଡି ??

- "ଅଛି" ସଂକ୍ଷିପ୍ତ ଉତ୍ତର ସୁରମାର ।

- ସ୍ୱାମୀ କଣ କରେ ! ନା କିଛି କରେନି । ନିଶ୍ଚୟ ଯାହା ରୋଜଗାର କରେ ସବୁ ମଦରେ ଉଡାଏ । ଶଳେ ମାଇକିନାକୁ ପୋଷି ପାରିବେନି ଯଦି ବାହା ହୁଅନ୍ତି କଣପାଇଁ ।

ନିରବ ଥିଲା ସୁରମା । କିଛି ସମୟ କଟିଗଲା ନିରବରେ ।

- "ମୁଁ କିନ୍ତୁ ବେଶି ସମୟ ରହି ପାରିବିନି" କହିଲା ସୁରମା ଧୀର ସ୍ୱରରେ ।

- ଆରେ, ଏ ଯାଏ ତୋତେ ଛୁଇଁ ବି ଦେଖିଲିନି, ଶାଳୀ ଏତିକି ବେଳୁ ନଖରା ଆରମ୍ଭ କରିଦେଲୁ ? ତୁ ଗୋଟେ ରାତିରେ କେତେ ଜଣଙ୍କ ସଂଗେ ଶୋଇବୁ ??

ଗାଡି ଆସି ଛିଡା ହେଲା ଗୋଟେ ଶସ୍ତା ଲଜ ସାମ୍ନାରେ । ରୁମରେ ପଶୁ ପଶୁ ଭାସି ଆସିଲା ପୁଣି ସେଇ ତୀବ୍ର ସ୍ୱର ।

- ଖୋଲ ଖୋଲ.. ସାଲୱାର ଖୋଲ ।

୨୫୦ ଟଙ୍କା ସୁଧ ମୂଳ ସହ ଅସୁଲ କରି ସାରିଲା ପରେ, କେଇଟା ନୋଟ ଉଡ଼ିଆସିଲା ତା ନିର୍ବସ୍ତ୍ର ଦେହ ଉପରକୁ, ଆଉ ଏକ ତୀବ୍ର କଣ୍ଠ ।

- ଯା ଯା... ଯିବା ପାଇଁ ତ' ଭାରି ବ୍ୟସ୍ତ ହେଉଥିଲୁ । ଯା ଏବେ .. ଶଃ...।

ସାଲୱାର ଟା'କୁ କୌଣସି ପ୍ରକାର ଦେହରେ ଗୋଡ଼ରେ ଗଳେଇ ତରତର ହୋଇ ହୋଟେଲର ପାହାଚ ଓହ୍ଲେଇ ଆସିଲା ସୁରମା । ହୋଟେଲ ଘଡି ରେ ରାତି ୧୧ ଟା । ୫-୭ ମିନିଟରେ ବସ ମିଳି ଗଲା । ରାତି ଅନେକ ହେଲାଣି । ରାସ୍ତା ଘାଟ ଖାଁ ଖାଁ । ବସ ରୁ ଓହ୍ଲେଇ କ୍ଷିପ୍ର ଗତିରେ ଚାଲି ଚାଲି ଗଳିଟା ପାର ହୋଇ, ଘରର ଦରଜା ଖୋଲି ଭିତରକୁ ପଶିଲା। ରାଜୀବ ଶୋଇଛି । ସୁରମାକୁ ଦେଖି ଉଠିବାକୁ ଚେଷ୍ଟା କଲା। ଦୁଇ ହାତ କୁ ଧରି ଧୀରେ ଧୀରେ ଉଠେଇ ବସେଇଲା ସୁରମା ।

ରାଜୀବ ଆଉ ସୁରମା ଥିଲେ କଲେଜର ବନ୍ଧୁ । ଦୁଇବର୍ଷ ଆଗେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ସେମାନଙ୍କ ନିଷ୍ପାପ ପ୍ରେମରେ ବାଧା ହୋଇ ଛିଡା ହୋଇଥିଲା ଜାତି । ଦୁହିଁଙ୍କ ଘର ଲୋକେ ରାଜି ନ ହେବାରୁ ଦୁହେଁ ଘର ଛାଡି ପଳେଇ ଥିଲେ ଏବଂ ମନ୍ଦିରରେ ବାହା ହୋଇ ସାଙ୍ଗରେ ରହୁଥିଲେ । ଘରକୁ ଫେରିବାର ଉପାୟ ନଥିଲା ଦୁହିଁଙ୍କ ପାଖେ । ଡାହାଳ କୁକୁର ପରି ଉଭୟ ପରିବାର ଖୋଜି ବୁଲୁଥିଲେ ଦୁହିଁଙ୍କୁ । ପ୍ରାଣ ଭୟରେ ଦୁହେଁ ଗାଁରୁ ଆସି ଭୁବନେଶ୍ୱରରେ ଘର ଭଡା ନେଇ ରହୁଥିଲେ ।ମୁକ୍ତ ବିହଙ୍ଗପରି ଦୁହେଁ ଉଡ଼ି ବୁଲୁଥିଲେ ପ୍ରେମ ଆକାଶରେ । ଆଇଟିଆଇ ପାସ କରିଥିବାରୁ ରାଜୀବ ଗୋଟେ କାରଖାନାରେ ଚାକିରୀ କରୁଥିଲା । ସୁଗୃହିଣୀ ପରି ରୋଷେଇବାସ ସାରି ସୁରମା ପ୍ରତିଦିନ ସଂଜରେ ଅପେକ୍ଷା କରେ ରାଜୀବର । ହଠାତ ଦିନେ କାରଖାନାରୁ ଖବର ଆସିଲା ରାଜୀବ ଡାକ୍ତରଖାନାରେ ଭର୍ତ୍ତି । ପାଗଳୀଙ୍କ ପରି ଛୁଟି ଯାଇଥିଲା ସୁରମା ସରକାରୀ ଡାକ୍ତରଖାନାକୁ । କାରଖାନାରେ ମେସିନ୍ ରେ କାମ କରୁଥିବା ଅବସ୍ଥାରେ ଘଟିଥିଲା ଦୁର୍ଘଟଣା । ଦୁଇ ଗୋଡ ହରେଇ ପଙ୍ଗୁ ହୋଇ ଶୂନ୍ୟ ଦୃଷ୍ଟିରେ ରାଜୀବର ନିସ୍ତେଜ ଦେହ ପଡିରହିଥିଲା ଡାକ୍ତରଖାନାର ବିଛଣାରେ । ଦୁଇ ଆଖି କୋଣରୁ କାନମୂଳ ଯାଏ ବହି ଶୁଖିଯାଇଥିଲା କେଇଟୋପା ଲୁହ ।

କାରଖାନା କର୍ତ୍ତୃପକ୍ଷ ଯାହା କିଛି କ୍ଷତି ପୂରଣ ଦେଇ ଥିଲେ ସବୁ ସରି ଗଲା ରାଜୀବର ଚିକିତ୍ସାରେ । ତା' ପରଠୁ ରାଜୀବ ଏଇମିତି ସାରାଦିନ ବିଛଣାରେ ପଡି ଉପରକୁ ଚାହିଁ ରହିଥାଏ । କିଛି କଥା କୁହେନି.. କେବଳ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଥାଏ ଉପରକୁ । ବେଳେ ବେଳେ ଖୁବ ଚାପା ସ୍ୱରରେ କଣ ଭୁଟ ଭୁଟ କରେ ।

- ଆଜି ଏତେ ଡେରି କଲ.. ଧୀରେ ପଚାରିଲା ରାଜୀବ..।

- ମିତା ଅପାର ନାଇଟ ସିଫ୍ଟ ଥିଲା କିନ୍ତୁ ପୁଅ ଦେହ ଖରାପ ଥିଲା ବୋଲି ତାଙ୍କର ଆସିବା ଡେରି ଟିକେ ହେଲା । ଡାକ୍ତର ବାବୁ କହିଲେ ମିତା ଆସିବା ଯାଏ ରହିଯାଅ । ସେଥିପାଇଁ ଟିକେ ଡେରି ହୋଇଗଲା ।

ଡାଲିଗୋଳା ଭାତ ଗୁଣ୍ଡାଟା ରାଜୀବ ପାଟିରେ ଭରି ଦେଉ ଦେଉ କହିଲା ସୁରମା ।

ରାକେଶ ମିଶ୍ର

ଧାମନଗର, ଭଦ୍ରକ

ମୋ - ୮୪୨୦୯୧୨୫୪୫

ବିବାହିତ କାରଖାନା ନିଷ୍ପାପ

Rate the content


Originality
Flow
Language
Cover design

Comments

Post

Some text some message..