Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Tragedy

5.0  

Akshayakumar Dash

Tragedy

ବହୁରୂପୀ

ବହୁରୂପୀ

2 mins
535


ଗୋପୀର ଭୟ କୃଷ୍ଣକୁ । ଜୀବନ ସାରା କେତେକେତେ ଝୁଣ୍ଟି ଚାଲିଛି । ଖଣ୍ଡିଆ ଖାଵରା ହୋଇଛି । ଜଖମ କେତେ ଜାଗାରେ ଅଛି । ତଥାପି ମନକୁ ଦମ୍ଭ କରି ସୁନେଲି କିରଣ ଆଶାରେ ଦିଗବଳୟ ଆଡକୁ ଆଗେଇ ଯାଉଛି ।


ଗୋପୀ ପଢ଼ାଲେଖା ଝିଅ । ପିଲାବେଳୁ ପିତା ସେପାରିକୁ ଚାଲିଗଲେ । ମା ତାର ସାଧାସିଧା ଲୋକ । ଦୁଇଟି ଦୁଧିଆଳି ଗାଈ ତାର ରୋଜକାର । ଖୀର ବିକି ଗୁଜୁରାଣ ମେଣ୍ଟାଏ । ଗ୍ରାମ ସ୍କୁଲରେ ଗୋପୀ ପଢି କଲେଜରେ ନାମ ଲେଖେଇଲା । ଘର ଠାରୁ କଲେଜ ପାଞ୍ଚକୋଶ ବାଟ । ନିତି ସାଇକେଲ ନେଇ ଯାଏ । ବିଏ ପାସକଲା । ଭଲପାଠ ପଢୁଥିଲା । ସ୍କୁଲର ଶିକ୍ଷକଙ୍କ ଦୃଷ୍ଟି ଭଲ ଛାତ୍ରୀ ଥିଲା । ମେଟ୍ରିକରେ ପ୍ରଥମ ଶ୍ରେଣୀରେ ପାସ କରି ପାଠପଢାରେ ଡୋରି ବାନ୍ଧିବସିଲା । ଗ୍ରାମ ଶିକ୍ଷକ ନରୁସାର ତା ମା' କୁ ପାଠ ପଡିବା ପାଇଁ ବୁଝଉ ଥିଲେ । ଯାହା ଦରକାର ହେବ ଦେବେ । ତେଣୁ ତାର ମା' ରାଜିହେଲେ । ବିଏ ଅନର୍ସ ରଖି ପ୍ରଥମ ଶ୍ରେଣୀ ହେଲା । ଭିଏଲ ଡବ୍ଲୁ ପୋଷ୍ଟରେ ଗ୍ରାମ ନିକଟ ନିରାକାରପୁର ବ୍ଳକରେ ଜୈନକଲା ।


ଗୋପୀର ଚାକିରୀ ଦୁଇ ବର୍ଷହେବ । ଜଣେ ଇଂଜିନିଅର ସହିତ ତାର ବିବାହ ହେଲା । ସର୍ତ୍ତ ଥିଲା ତାର ବେତନ ରୁ ପ୍ରତିମାସରେ ଦଶହଜାର ଟଙ୍କା ମାକୁ ଦେବ । ତାର ସ୍ୱାମୀ ରାଜି । ଗୋପୀ ପ୍ରତିଦିନ ସ୍କୁଟି ରେ ଯାଏ । ନିରାକାର ପୁର ଗ୍ରାମପଂଚୟତକୁ । ସେଠାରେ ସରପଞ୍ଚ କୃଷ୍ଣସହିତ ପରିଚୟ ହୁଏ । ସରପଞ୍ଚ ପ୍ରଭାବସାଳି ବ୍ୟକ୍ତି । ପ୍ରଥମ ପ୍ରଥମ ଗୋପୀସହ ବନ୍ଧୁତାର ହାତବଢ଼େଇଲା । ଦିପ୍ରହର ଖାଦ୍ୟପେୟ ବ୍ୟବସ୍ତା କଲା । କିଛିଦିନ ଏମିତି ବିତିଗଲା । ଗୋପୀ ପରିବାର ସହିତ ସମ୍ପର୍କ ବଢ଼ିଲା । କୃଷ୍ଣ ଏବେ ଗୋପିକୁ ଅନୀତି କାର୍ଯ୍ୟ କରିବାପାଇଁ ବାଧ୍ୟକଲା । ଯେହେତୁ କୃଷ୍ଣ ଜଣେ ସରପଞ୍ଚ କେତେକ କ୍ଷେତ୍ରରେ ଦୃନୀତି ଗୋପୀଦ୍ୱାର କରାଇବାକୁ ପ୍ରେବତେଇଲା । ଗୋପୀ ନିଜର ଚାକିରୀ ସୁରକ୍ଷାଦୃଷ୍ଟିରୁ ବିରୋଧ କଲା ।


କୃଷ୍ଣ ସହିତ ଗୋପୀର ବଚସା । ବସଚା ର କାରଣ ଗ୍ରାମର କେତେକ ସଂଭ୍ରାନ୍ତବ୍ୟକ୍ତିଙ୍କ ନାମରେ ବିପିଏଲ କରି ସେମାନଙ୍କୁ ସରକାରୀ ସୁଯୋଗ ଦେବା । ବାତ୍ୟା ଭତ୍ତା ପାଇବା ,ଆଦି ଗୋପୀ ଦ୍ୱାର କରାଇବାକୁ କୃଷ୍ଣ ବାଧ୍ୟ କରାଇଲା । ଏସବୁ ଅନଇତିକ କାର୍ଯ୍ୟକରିବାକୁ ଗୋପୀକୁ ବାଧ୍ୟ କରାଗଲା । ଗୋପୀ ମାନସିକ ଭାରସାମ୍ୟ ହରାଇବସିଲା । ଉପରସ୍ତ ସରକାରୀ କର୍ମଚାରୀ ଗୋପିକୁ ସହଯୋଗ ନକରିବାକୁ କହିଲେ ।


ନିଜକୁ ବୁଝି ସେଦିନ ଗୋପୀ ଅଫିସ ଗଲା । କୃଷ୍ଣ ଆସି ଗୋପୀକୁ ଗାଳିଗୁଲଜ କଲା । ସେଦିନ କୃଷ୍ଣ ହୋସରେ ନଥିଲା । ନିଶାପାନ କରିଥିଲା । କୃଷ୍ଣ ସହିତ କେତେକ ଅସାମାଜିକ ବ୍ୟକ୍ତି ଥିଲେ ,ସେମାନେ ମଧ୍ୟ ଗୋପୀକୁ ଭର୍ଚନା କରି ପାଟିତୁଣ୍ଡକଲେ । ପୋଲିସକୁ ଜଣେଇବାକୁ ଫୋନ କଲା ଗୋପୀ । ତାପରେ ତାକୁ କେତେକ ଟେକିନେଲେ , କ୍ଷତବିକ୍ଷତ କରି ଚାଲିଗଲେ ।

ପ୍ରାଣବିସର୍ଜନକରିବାକୁ ଶେଷ ସିଧ୍ୟନ୍ତ ନେଲା ଗୋପୀ । କବାଟ ଖୋଲି ଦେଖଲେ ଝୁଳୁଛି ଗୋପୀ । ହାରୀଯାଇଛି ଜୀବନ ଯାତ୍ରାର ସଂଗ୍ରାମରେ ।


ଅନ୍ୟାୟର ପ୍ରତିବାଦ କରିଛି ନାରୀସୁରକ୍ଷା ମଞ୍ଚ । ଜଳୁଛି କ୍ଷୋଭ । ନାରୀର ସୁରକ୍ଷା ସମାଜ ଚାହୁଁଛି । ପ୍ରଶାସନର ବାହୁଛାୟା ତଳେ କେତେକ ଅପରାଧୀ । ଏଇପକ୍ଷରେ ପ୍ରଶାସନ ଅନ୍ୟପକ୍ଷରେ ଜନତା ।



Rate this content
Log in

Similar oriya story from Tragedy