Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dibyajyoti Mohanty

Tragedy

2  

Dibyajyoti Mohanty

Tragedy

ବାର୍ ଭିତରେ ରାତିଟିଏ ...

ବାର୍ ଭିତରେ ରାତିଟିଏ ...

4 mins
1.6K


ନିହାରିକା ଚାତକ ପରି ଅପେକ୍ଷା କରିଥିଲା କେତେବେଳେ ଫେରିବେ ତା ମନର ମଣିଷ ଦେବାଶିଷ । ଅଫିସ ଫେରିବା ସମୟଠୁ ଦୁଇ ଘଂଟା ବିଳମ୍ବ ହେଲାଣି କାହିଁକି ସେ ଆସୁନାହାନ୍ତି । ଘଂଟାର କଂଟା ଯେତେ ଯେତେ ଆଗକୁ ଆଗକୁ ବଢୁଥାଏ ନିହାରିକା ମନ ସେତିକି ଆହୁରି ଅଧିକ ବ୍ୟସ୍ତ କରୁଥାଏ

ତାକୁ । ବାହାଘରକୁ ଦୁଇ ବର୍ଷ ହେଲାଣି କେବେ ତ ତାଙ୍କର ବିଳମ୍ବ ହୁଏନି ଆଉ ଯଦି ବା କେବେ ବିଳମ୍ବରେ ଫେରିବାର ଥାଏ ସେ ତ କହିଦେଇ ଯାଇଥାନ୍ତି । ହେଲେ ଆଜି ତ ଗଲାବେଳେ ସେ କହିଯାଇଥିଲେ ତୁମେ ସବୁ କାମ ସାରି ଦେଇଥିବ ଆମେ ସାଙ୍ଗ ହୋଇ ସିନେମା ଯିବା ଓ ଗୋଟେ ଭଲ ହୋଟେଲରେ ଖାଇ କି ଫେରିବା । କିନ୍ତୁ ଫେରୁନାହାନ୍ତି କାହିଁକି କ’ଣ ରାସ୍ତାରେ କିଛି ଅସୁବିଧା ହେଲା କି, ନା ଆଉ ଅଫିସରେ କିଛି କାମ ରହିଗଲା । ଯଦି ବି କିଛି କାମ ଅଛି ତ ଫୋନଟା ରିସିଭ୍ କରୁ ନାହାନ୍ତି କ’ଣ ପାଇଁ ? ଏହିପରି ଅନେକ ଚିନ୍ତା ତାକୁ ଚାରିଆଡୁ ଗୋଳେଇ ଘାଂଟି ଖାଇଯାଉଥାଏ । ଏହାରି ଭିତରେ ସେ କେତେ ଥର ଯେ ଯାଇ ବାହାରକୁ ଦେଖି ଆସିଲାଣି ତାହା ସେ ବି ଜାଣେନା । ଦେବାଶିଷକୁ ନେଇ ମନ ଭିତରେ ଯେତିକି ବ୍ୟସ୍ତତା ବସା ବାନ୍ଧୁଥାଏ ସେତିକି ରାଗ ଲାଗୁ ଥାଏ ତାକୁ । ସେ ମନେ ମନେ ଭାବୁଥାଏ କିଭଳି ଲୋକଟା ଟିକିଏ ଫୋନ କରୁନି ଘରେ ଏକୁଟିଆ ସ୍ତ୍ରୀଟା କଣ କଲା କଣ ନାଇଁ ଟିକିଏ ପଚାରି ବୁଝିବାର ବି ନାହିଁ । ଏହିଭଳି ଅନେକ ଚିନ୍ତା ଓ କିଛି ପରିମାଣର ରାଗ ତା ଆଖିରେ ନିଦ ଆଣିଦେଲା । 

      ଟିକିଏ ଆଖି ଲାଗିଛି କି ନାଇଁ ହଠାତ୍ ବାଜି ଉଠିଲା କଲିଙ୍ଗ୍ ବେଲଟି । ସେ ଧଡପଡ ହୋଇ ଦଉଡି ଯାଇ କବାଟ ଖୋଲିଲା ଆଉ ତା ଆଗରେ ଛିଡା ହୋଇଥିଲା ତା ମନର ମଣିଷ, ସାତଜନମର ସାଥୀ ଦେବାଶିଷ । ସେ କିଛି କହିବା ଆଗରୁ ଦେବାଶିଷ ହସିଦେଇ କହିଲା ସରି ବେବି ଅଫିସରେ ଟିକେ କାମ ରହିଯାଇଥିଲା ସେଥିପାଇଁ ଏ ବିଳମ୍ବ । ତା’ କଥା ନିହାରିକା କେଉଁ ଶୁଣିବା ପରିସ୍ଥିତିରେ ଥିଲା ତା’ ରାଗ ତ ପଂଚମରେ ଥିଲା । ତାକୁ ଅନେକ ବୁରାଭଲା ଶୁଣାଇ ଦେଇ ସିଧା ଚାଲିଗଲା ବେଡ୍ ରୁମ୍କୁ । ଅଫିସର କାମ ଆଉ ବସ୍ଙ୍କ ଗାଳି ଶୁଣି ଘରକୁ ଫେରିଥିବା ଦେବାଶିଷ ଭାବିଥିଲା ଘରର ଦ୍ୱାର ଖୋଲିବା ମାତ୍ରେ ତା ଆଗେ ଛିଡା ହୋଇଥିବ ତା ମନର ମାନସୀ । ମୁହଁରେ ଥିବ ତାର ମିଠା ମିଠା ହସ । ତାକୁ ଘର ଭତରକୁ ପାଛୋଟି ନେଇ ତା ଲୁଗା କାନିରେ ଫୋଛିଦେବ ମୁଣ୍ଡରେ ଲାଗିଥିବା ତାର ବୁନ୍ଦା ବୁନ୍ଦା ଝାଳକୁ । ଖାଇବାକୁ ବାଢି ଦେଇ ତା ଆଗରେ ବସି ତା’ର ପଣତ କାନିରେ ବିଂଚି ଦେବ । ହେଲେ ନା, ନିହାରିକାର ରାଗ ଥିଲା ପଂଚମରେ । ହସି କି ପଦେ କହିବା ଦୂରର କଥା ତାକୁ ପଚାରିଲାନି ମଧ୍ୟ ସେ ଖାଇବ କି ନାହିଁ । ବିଚାରା ଦେବାଶିଷର ସେଦିନ ପ୍ରବଳ ମୁଣ୍ଡ ବିନ୍ଧା ହେଉଥାଏ ତା ସାଙ୍ଗକୁ ଦେହଟା କେମିତି ଗୋଟେ ଦୁର୍ବଳ ଲାଗୁଥାଏ । ଅଫିସର ସବୁ ପରିଶ୍ରମ ଦେହର କ୍ଲାନ୍ତି ଭିତରେ ତାକୁ ସେଦିନ ରାତିରେ ପାଣି ଗ୍ଲାସେ ପିଇ ଶୋଇବାକୁ ହେଲା । ଶୋଇଲା ବେଳେ ଭାବିଲା ନିହାରିକା ତ ସେମିତି ଟିକିଏ ଟିକିଏ କଥାରେ ରାଗେ ନାକ ଫୁଲାଏ, ପିଲାଳିଆମି ଆଜିଯାଏ ବି ତାର ଗଲାନି । କାଲି ସକାଳୁ ସବୁ କିଛି ଠିକ୍ ହୋଇଯିବ ଭାବି ସେ ଶୋଇଗଲା । ସକାଳର ଖରା ଝରକା ଦେଇ ବେଡରୁମ ଉପରେ ପଡୁଥାଏ । ତା ସହ ମଧ୍ୟ ଦେବାଶିଷ ମୁହଁରେ ଖରା ପଡି ଶୁଆଇ ଦେଉନଥାଏ ତାକୁ । ସେ ଖରାଟା ଉପରେ ରାଗ ତମତମ ହୋଇ ଉଠିଲା ଆଉ ପାଖରେ ଥିବା ଘଡିକୁ ଲକ୍ଷ୍ୟ କଲାବେଳକୁ ସମୟ ୯.୩୦ । ସେ ବ୍ୟସ୍ତ ହୋଇପଡିଲା ଅଫିସ ଯିବା ପାଇଁ ତାର ବିଳମ୍ବ ହୋଇଗଲାଣି । ତାର ପୁଣି ଆଜି ଗୋଟେ ଜରୁରି ମିଟିଙ୍ଗ ଥିଲା ଯେଉଁଥିପାଇଁ ତ ସେ କାଲି ରାତିରେ ବିଳମ୍ବରେ ଫେରିଲା ଆଉ ଘଟିଗଲା ଏତେ ସବୁ ଘଟଣା । ବେଡର ଆରପଟକୁ ଦେଖିଲା ବେଳକୁ ଶୋଇଛି ନିହାରିକା । ସେ ତ ଏତେ ସମୟ ଶୋଇବାକଥା ନୁହେଁ । ସକାଳର ସୂର୍ଯ୍ୟ ଭୁପୃଷ୍ଠ ଛୁଇଁଥାଏ କି ନାହିଁ ସେ ଉଠେ । ସବୁଦିନେ ସଅଳ ଉଠିବା ତା’ର ଅଭ୍ୟାସ । ଖାଲି ସେତିକି ନୁହେଁ ପ୍ରତ୍ୟେକ ଦିନ ସକାଳୁ ଦେବାଶିଷ ସହ ଲାଗି ତାକୁ ଶେଯରୁ ନ ଉଠାଇଲେ କାଳେ ଦିନଟା ସାରା ନିହାରିକାକୁ ଭଲ ଲାଗେନି । ସବୁଦିନ ସକାଳେ ସେ ପ୍ରଥମେ ହିଁ ଦେଖେ ନିହାରିକାର ମୁହଁ ତା’ ଆଖି ଆଗରେ । ତା’ ଆଖି ଆଗରେ ସବୁଦିନେ ନିହାରିକା ଛିଡା ହୋଇଥାଏ ଚା କପଟେ ଧରି । ଗାଧୋଇ ସାରିବା ପରେ ଖୋଲା କେଶରେ ତାକୁ ଦେଖିଲେ ସତରେ ସେ ଖୁସିରେ ଆତ୍ମହରା ହୋଇଯାଏ । ତାର ଓଦା ମୁକୁଳା କେଶରୁ ଝରୁଥିବା ବୁନ୍ଦା ବୁନ୍ଦା ଜଳ ଦେବାଶିଷର ନିଦ ଭାଙ୍ଗିଥାଏ ପ୍ରତ୍ୟେକ ଦିନ । ସେ ତ ଚାତକ ପରି ସବୁଦିନେ ଏହି ସମୟକୁ ଅପେକ୍ଷା କରିଥାଏ । ଯେତେ ଶୀଘ୍ର ନିଦ ଭାଙ୍ଗିଯାଉ ନା କାହିଁକି ସେ ଜାଣିଶୁଣି ପଡିରହିଥାଏ ବେଡରେ ନିହାରିକାକୁ ଏପରି ଦେଖିବା ପାଇଁ ।   

 ନିହାରିକାକୁ ସେ ତାର ଛାତି ଉପରକୁ ଟାଣି ନେଇ ତା’ ନରମ ଓଠରେ ଆଙ୍କି ଦିଏ ସକାଳର ସତେଜଭରା ମିଠା ମିଠା ଚୁମ୍ବନ । ଆଉ ନିହାରିକା ତାକୁ ପେଲିଦେଇ କୁହେ ଯା’ ଦୁଷ୍ଟ ଅଳସୁଆ ଯାଅ ଶୀଘ୍ର, ଅଫିସ ଲେଟ୍ ହୋଇଯିବ ଯେ ତୁମର । ହେଲେ ଆଜି କ’ଣ ହୋଇଛି ନିହାରିକାର ସେ ଏ ପର୍ଯ୍ୟନ୍ତ ବିଛଣାରୁ ଉଠିନି କି ତାକୁ ଉଠାଇନି କଣ ପାଇଁ ? ତା ଦେହ ଭଲ ଅଛି ତ!ଏମିତି ଚିନ୍ତା କରି ସେ ନିହାରିକା ମୁଣ୍ଡରେ ସେ ହାତ ପକାଇ ଦେଖିଲା ଠିକ୍ ଥିଲା ସେ । ତାର ହାତ ସ୍ପର୍ଶରେ ନିହାରିକା ରାଗି ଯାଇ ସେପଟକୁ ବୁଲି ଶୋଇଲା । ବୋଧହୁଏ କାଲି ରାତିର ରାଗ ଏପର୍ଯ୍ୟନ୍ତ ବୁଝିନି । ପାଖରେ ବସାଇ ନିହାରିକାକୁ ମିଠାମିଠା କଥା କହି ତା ରାଗ ଶାନ୍ତ କରିବାକୁ ଇଚ୍ଛା ଥିଲେବି ଅଫିସର ମିଟିଙ୍ଗ୍ ପାଇଁ ତାକୁ ଅଫିସ ବାହାରି ଯିବାକୁ ହେଲା । ସେଦିନ ମିଟିଙ୍ଗ୍ ସାରି ସଅଳ ସଅଳ ସେ ଘର ଅଭିମୁଖେ ବାହାରିଲା । ହାତରେ ଥିଲା ମିଠା ପ୍ୟାକେଟ୍ । ସେ ଘରେ ପହଂଚି ନିହାରିକାକୁ ମିଠା ଗୋଟେ ଖୁଆଇଦେବାକୁ ବାହାରିଲାବେଳକୁ ସେ ତା’ ହାତକୁ ଫୋପାଡି ଦେଲା । ବିଚରା ମିଠାଟା ବି ଯାଇ ପଡିଲା ତଳେ । ଦେବାଶିଷ ତାକୁ ଯେତେ ବୁଝାଇଲେ ବି ସେ ବୁଝିବାକୁ ଥିଲା ନାରାଜ । ଏସବୁ ଘଟଣା ଦେବାଶିଷକୁ ଆଶ୍ଚର୍ଯ୍ୟଚକିତ କରିଦେଉଥିଲା । ଦିନେ ଯେଉଁ ନିହାରିକା ତାର ବହୁତ ବଡ ବଡ ଭୁଲ ଅତି ସହଜରେ କ୍ଷମା କରିଦେଉଥିଲା ସେହି ନିହାରିକା ଆଜି ସାମାନ୍ୟ କଥା ପାଇଁ ଏପରି ହେଉଛି । ଏପଟେ ଏଇ ଦୁଇ ବର୍ଷରେ ଦୁହିଁଙ୍କ ଭିତରେ ଥିବା ସମ୍ପର୍କ ଯେତିକି ନିବିଡ ହୋଇଥିଲା ତାହା ଏହି ଦୁଇ ଦିନରେ ତାଠୁ ଅଧିକ ବିଗିଡି ଯାଇଥଲା । ବୋଧହୁଏ ନିହାରିକାର ବୟସ ବଢିବା ସଙ୍ଗେ ସଙ୍ଗେ ତାର ଏଇ ବଦଗୁଣ ରାଗ ବି ବଢି ଚାଲିଥିଲା । ଅବଶ୍ୟ ଦିନେ ଦେବାଶିଷକୁ ନିହାରିକାର ଏଇ ରାଗ ବହୁତ ଭଲ ଲାଗୁଥିଲା ହେଲେ ଏଭଳି ପରିସ୍ଥିତରେ ଯେ ନିହାରିକା ତାକୁ ବୁଝିବାକୁ ଚେଷ୍ଟା କରିବନି ସେ ଭାବିପାରୁନଥିଲା । ଦିନେ ଯେଉଁ ନିହାରିିକା ତାକୁ ସବୁବେଳେ ସବୁ ପରିସ୍ଥିତିରେ ବୁଝିବ ବୋଲି କଥା ଦେଇଥିଲା ସେ କାହିଁକି ଆଜି ତା’ର ଏଭଳି ଅସହାୟ ପରିସ୍ଥିତିକୁ ବୁଝିପାରୁନଥିଲା । ନିହାରିକାର ଏଭଳି ବ୍ୟବହାର ଦେବାଶିଷକୁ ବହୁତ କଷ୍ଟ ଦେଲା ସେ ସିଧା ଘରୁ ବାହରି ଗଲା । ସେଦିନ ରାତି ତା’ର କଟିଥିଲା ସହରର କେଉଁ ଏକ ବାର୍ରେ । 

                  ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

                   Email-mikunmohanty63@gmail.com


Rate this content
Log in

Similar oriya story from Tragedy