Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MY IDEA MY CONCEPT

Romance Action

3.8  

MY IDEA MY CONCEPT

Romance Action

କୁଳାଙ୍ଗାର

କୁଳାଙ୍ଗାର

2 mins
402



      ସଞ୍ଜ ନଇଁ ଆସୁଥାଏ | ସୁକାନ୍ତ ଓ ସ୍ୱୟଂ ଦୁହେଁ ସାଙ୍ଗହୋଇ ସୁବର୍ଣ୍ଣରେଖା ନଈ କୂଳରେ ସେମାନଙ୍କର କଲେଜ ଜୀବନ କଥା ଗପୁଥାନ୍ତି | ତେଣେ ଅସ୍ତମାନ ସୂର୍ଯ୍ୟର ରକ୍ତିମ ଆଭା ସ୍ୱଚ୍ଛ ପାଣିରେ ପ୍ରତିଫଳିତ ହୋଇ ସେମାନଙ୍କର ମୁହଁରେ ଆସି ପଡୁଥାଏ | ସଞ୍ଜ ନଇଁ ଆସୁଥିବା ଦେଖି ନଈରେ ଧାଡ଼ିଲଗାଇ ଡଙ୍ଗାସବୁ ପାଲ ତୋଳି କୂଳକୁ ଫେରୁଥାଏ | କିନ୍ତୁ ସେସବୁକୁ ସେମାନଙ୍କର ଜମାରୁ ଲକ୍ଷ୍ୟ ନ ଥାଏ, କାରଣ ସେ ଦୁହିଁଙ୍କ ଗଳ୍ପ ଖୁବ ଜମି ଉଠିଥିଲା | ସ୍ୱୟଂ ତା' ଜୀବନର ସମସ୍ତ ଘଟଣ ଦୁର୍ଘଟଣା ସମେତ ହସକାନ୍ଦ ଭଳି କାହାଣୀ ସବୁ ଖୋଲି ଚାଲିଥିଲା | ସେସବୁ ଶୁଣି ସୁକାନ୍ତ ପାଲଟି ଯାଇଥିଲା ଗୋଟିଏ ନିରବ ଶ୍ରୋତା | ଠିକ ଏତିକି ବେଳେ ସୁକାନ୍ତର ନିରବତାକୁ ଭେଦକରି ହଠାତ ସେହି ଡଙ୍ଗାର ଧାଡିଭିତରୁ କୋୖଣସି ଗୋଟିଏ ପରିଚିତ ଗୀତର ସ୍ୱର ଭାସି ଆସିଲା | ଗୀତଟି ଶୁଣି ସୁକାନ୍ତ ପ୍ରାୟ ଆଶ୍ଚର୍ଯ୍ୟ ହୋଇଉଠିଲା | ପାଖରେ ବସି ଗପୁଥିବା ବନ୍ଧୁଙ୍କୁ ପଚାରିଲା, "ଆରେ ସ୍ୱୟଂ, ମୋ ସ୍ୱପ୍ନର ରାଜକୁମାରୀଟି କଣ ଫେରିଆସିଛି କିରେ ?" ସ୍ୱୟଂ ଆଶ୍ଚର୍ଯ୍ୟ ହୋଇଗଲା, ହେଲେ ସେ ଗୀତଟି କିନ୍ତୁ ସୁକାନ୍ତର ହୃଦୟକୁ ଖିନଭିନ କରିଦେଉଥିଲା | ଡଙ୍ଗାଟି ଯେତେ ନିକଟତର ହେଉଥିଲା, ସୁକାନ୍ତର ହୃଦସ୍ପନ୍ଦନ ସେତେ ବଢ଼ି ଯାଉଥିଲା | ସେ କିଛି ଭାବି ପାରୁ ନ ଥିଲା | ପାଗଳ ପ୍ରାୟ ବସିବା ଜାଗାରୁ ଉଠି ଡ଼ଙ୍ଗା ଆଡକୁ ଅଗ୍ରସର ହେଲା | ତା' ସାଙ୍ଗ ଜଣଙ୍କ ତାକୁ ଅନୁକରଣ କରୁଥାଏ | ପହଁଞ୍ଚି ଦେଖିଲା ଢଳ ଢଳ ଯୌବନ ନେଇ ପରୀଟିଏ ସତେ ଅବା କେଉଁ ପରିରାଇଜରୁ ଓହ୍ଲାଇ ଆସିଛି | ନାଲି ରଙ୍ଗର ଡ୍ରେସଟି ଗୋଲାପି ରଙ୍ଗର ଶରୀରକୁ ଭାରି ମନଲୋଭା ଲାଗୁଥିଲା | ଠିକ ସେତିକି ବେଳକୁ ଗୀତର ଅନ୍ତିମ ପର୍ଯ୍ୟାୟ ଛୁଇଁଥାଏ | ସେମାନଙ୍କୁ ଦେଖି ଝିଅଟି ଲାଜେଇ ଗଲା କିନ୍ତୁ ଗୀତଟିର ଶେଷ ପଦଟିକୁ ଗୁଣୁଗୁଣୁ 

ଗାଇ ସେମାନଙ୍କୁ ଅତିକ୍ରମ କଲା | ତା'ପରେ ନଈ ହିଡ଼ ଉପରକୁ ଉଠି ପରିଚିତ ଲୋକ ଭଳି ହାତ ହଲାଇ ବିଦାୟ ନେଲା | ସୁକାନ୍ତର ଭାବନାରେ ପୂର୍ଣ୍ଣଛେଦ ପକାଇ ନାଉରିଆ ଜଣକ କହିଲା, " ବାବୁ, ଆର ପାରିକୁ ଯିବେ ନା କଣ ?" ସୁକାନ୍ତ ସାଙ୍ଗକୁ ଚାହିଁ ହଁ 

ଭରିଲା | ଡଙ୍ଗାରେ ବସିବା ପରେ ସ୍ୱୟଂ ତା' ସାଙ୍ଗକୁ ପଚାରିଲା, " ଆରେ ସୁକାନ୍ତ, 'ମୁଁ ତ ଥିଲି ଏକୁଟିଆ ବାରା ପକ୍ଷୀ....' ଗୀତଟି ଶୁଣି ତୋର ଏଭଳି ପତିକ୍ରିୟା କାହିଁକି ? ସୁକାନ୍ତ ତାର ଅତୀତର ଗୋଟିଏ ପୃଷ୍ଠାକୁ ଓଲଟାଇ ଏତିକି କହିଲା | ସାଙ୍ଗ, ଏ ଗୀତଟି ଦିନେ ମୋ ଗତିପଥକୁ ବଦଳାଇ ଦେଇଥିଲା | ନା ମୁଁ କିଛି ଚିନ୍ତା କରିପାରୁ ଥିଲି, ନା ମୁଁ ମୋ ଭବିଷ୍ୟତ ଗଢୁଥିଲି | କିଛି ନୁହଁ, ଏମିତି ଏ ଗୀତର ତାଳେ ତାଳେ ହଜି ଯାଉଥିଲି ମୋ ସ୍ୱପ୍ନର ରାଣୀ ପାଖରେ | କିନ୍ତୁ ମୁଁ ଭୁଲ ବୁଝିଥିଲି ତାକୁ | ସେ ମୋ ମନର ରାଣୀ ନ ଥିଲା, ଥିଲା ମୋ ହୃଦୟର କୋହ | ଦିନ ଆସିଲା କେହିଜଣେ ତା' ମନର ରାଜକୁମାର ଆସି ତାକୁ ନିଜର କରିନେଲା | ସେତେବେଳକୁ ମୁଁ ମୋ ହିତାହିତ ଜ୍ଞ୍ୟାନ ଭୁଲି ଯାଇଥିଲି | ବାପା ମା' ଭାଇ ଭଉଣୀ ସମସ୍ତଙ୍କ ପାଇଁ ମୁଁ ହୋଇ ଯାଇଥିଲି ଗୋଟିଏ 

" କୁଳାଙ୍ଗାର " | ଠିକ ସେତିକି ବେଳେ ଡ଼ଙ୍ଗା ଆସି କୂଳରେ ଲାଗିଲା | ଦୁହେଁ ମିଶି ଘରକୁ ଫେରିବା ବାଟରେ ସ୍ୱୟଂ ସୁକାନ୍ତକୁ କହୁଥିଲା ତୁ ଯଦି ସେହି ସମୟରେ ସମୟର ସଠିକ ବିନିଯୋଗ କରିଥାନ୍ତୁ ତେବେ ନିଜକୁ ଆହୁରି ପ୍ରତିଷ୍ଠିତ କରିପାରିଥାନ୍ତୁ | ହେଲେ ସୁକାନ୍ତ ହସିଦେଇ ଏତିକି କହିଲା ନାଉରି ଝିଅଟି ଭଲ ଗୀତ ଗାଏ.... ।


Rate this content
Log in

More oriya story from MY IDEA MY CONCEPT

Similar oriya story from Romance