Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Mishra

Tragedy Inspirational

5.0  

Lalita Mohan Mishra

Tragedy Inspirational

ଝରି ପଡୁଥିବା ଫୁଲ କଢି

ଝରି ପଡୁଥିବା ଫୁଲ କଢି

3 mins
414



  ମେଡିକାଲରେ ନରି ରାଉତର ବୁକୁଫଟା କାନ୍ଦ ଯେ କେହି ଦେଖିଲେ ମଧ୍ଯ ସହ୍ୟ କରିପାରୁ ନ ଥିଲେ । ମେଡିକାଲରେ ଜମା ହୋଇ ଥିବା ଶହ ଶହ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ! ଛୋଟ ଝିଅଟି ଆତ୍ମହତ୍ଯା କରିବାର କାରଣ କ'ଣ ?  ?  ?

     କିଏ କେତେ ପ୍ରକାରର କଥା କହୁଥାନ୍ତି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ, ଅନେକ ଜିଜ୍ଞାସା, ଅନେକ ଆଶଙ୍କା କିନ୍ତୁ ଉତ୍ତର କେହି ଦେଇ ପାରୁ ନାହାଁନ୍ତି । ଏହା ଭିତରେ ପୋଲିସ ଆସି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିସାରିଲାଣି ।

--------------------------------

ନରି ରାଉତର ଏକ ମାତ୍ର ଅଲିଅଳି କନ୍ଯା ସ୍ମୃତିରେଖା । ସର୍ବଗୁଣସମ୍ପନ୍ନା ସ୍ମୃତି ରୂପରେ ଯେମିତି କାର୍ଯ୍ୟରେ ସେମିତି ସମସ୍ତଙ୍କର ଆଦରର ପାତ୍ରି । ଚାରି ଭାଇ , ଭାଇବୋହୁ ତାଙ୍କର ପିଲାମାନେ ବାପା ମାଆ ନରିର ସ୍ତ୍ରୀ ଏବଂ ଝିଅ ସ୍ମୃତିରେଖାକୁ ନେଇ ଏକ ବଡ ପରିବାର ।


- ନରି ରାଉତ ସରପଞ୍ଚ ଭାବରେ ପାଞ୍ଚ ଖଣ୍ଡ ଗ୍ରାମରେ ଜଣାଶୁଣା । ଲୋକେ ନରି ରାଉତଙ୍କୁ ଭାରି ସମ୍ମାନ କରନ୍ତି। ଯୌଥ ପରିବାରରେ ଝିଅଟିକୁ ପାଠ ପଢ଼ାଇବାରେ ଅସୁବିଧା ମନେ କରି ନିକଟସ୍ଥ କନ୍ୟାଶ୍ରମରେ ଷଷ୍ଠ ଶ୍ରେଣୀରେ ନାମଲେଖାଇ ହଷ୍ଟେଲରେ ଛାଡି ଦେଲେ ।


- ସ୍ମୃତି ବିଦ୍ୟାଳୟରେ ଭଲ ପାଠ ପଢିବା ସଙ୍ଗେ ସଙ୍ଗେ ନୃତ୍ୟ ଗୀତ ବକ୍ତୃତା ପ୍ରଦାନରେ ସୁନାମ ଅର୍ଜନ କରିଥାଏ । ବିଦ୍ୟାଳୟର ଯେ କୌଣସି କାର୍ଯ୍ୟରେ ଗୁରୁଜୀ ଗୁରୁମା ସ୍ମୃତିକୁ ଲୋଡନ୍ତି । ସ୍ମୃତି ମଧ୍ୟ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନା କରେ ।


- ନରି ରାଉତ ମଝିରେ ମଝିରେ ବିଦ୍ୟାଳୟକୁ ଆସି ଝିଅକୁ ଦେଖା କରି ଭଲମନ୍ଦ ଗୁରୁଜୀ ଗୁରୁମାଙ୍କ ଠାରୁ ବୁଝିଯାଏ । ଝିଅ ଦଶମ ଶ୍ରେଣୀ, ଝିଅକୁ ଛୁଟି ଗୁଡିକରେ ଘରେ ନ ରଖି ଟିଉସନ୍ ରେ ଛାଡିବାକୁ ଉଚିତ ମଣିଲା । ସେଥିପାଇଁ ଗ୍ରୀଷ୍ମାବକାଶରେ ଏବଂ ପୂଜା ଅବକାଶରେ ସହରରେ ରହୁଥିବା ତାର ମାଉସୀ ଘରେ ଛାଡିଦେଲା ।


- ଯୌବନର ପ୍ରଥମ ପାହାଚରେ ଉପସ୍ଥିତ ସ୍ମୃତି ଭଲ କ'ଣ... ଖରାପ କ'ଣ... ବିଚାର ଶକ୍ତି ନଥିଲା । ପ୍ରେମର ସିଡି ଚଢିବା ପାଇଁ ଯିଏ ଯେମିତି ବାଟ ଦେଖାଇଲା ସ୍ମୃତିରେଖା- ସେମିତି ସେଆଡକୁ ଗତି କଲା । 


- ବାପା ନରି ରାଉତ ଝିଅକୁ ଟିଉସନ୍ କରିବା ପାଇଁ ତାର ମାଉସୀର ଘରେ ଛାଡିଦେଲେ ସିନା କିନ୍ତୁ ଉପଯୁକ୍ତ ତତ୍ବାବଧାନ ନେଇ ପାରିଲେ ନାହିଁ । ଫଳରେ ସ୍ମୃତି ବାଟବଣା ହୋଇଗଲା । ଦିଗହରା ହୋଇ ଅନ୍ୟ ପଥର ପଥିକ ହୋଇଗଲା ।


- ଦିନେ ବିଦ୍ୟାଳୟ କର୍ତ୍ତୃପକ୍ଷ ହଠାତ୍ ରାତି ସାତଟା ବେଳକୁ ନରିକୁ ହଷ୍ଟେଲ ଫୋନ୍ କରି ଡକାଇଲେ । ନରି ରାଉତ କିଛି ବୁଝି ପାରୁ ନ ଥାଏ । ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଗୁରୁଜୀ ଗୁରୁମା ଏବଂ ନରିକୁ ନେଇ ବୈଠକ ବସିଲା। ସ୍ମୃତି ପାଖରେ ଥିବା ମୋବାଇଲ ଏବଂ ଡାକ୍ତରୀ ପରୀକ୍ଷାରେ ଦୁଇମାସ ହେଲା ମାତୃତ୍ୱ ଲାଭ କରିଥିବାର ରିପୋର୍ଟ ପ୍ରଦର୍ଶିତ ହେଲା । ସର୍ବସମ୍ମତି କ୍ରମେ ଦଶମ ଶ୍ରେଣୀର ପରୀକ୍ଷା ସ୍ମୃତି ଦେଇ ପାରିବ କିନ୍ତୁ ଛାତ୍ରୀନିବାସରେ ଆଉ ରହି ପାରିବ ନାହିଁ ।


- ବାପା ଝିଅର ଏଭଳି କାଣ୍ଡରେ ମୁଣ୍ଡରେ ଆକାଶଟା ଛିଣ୍ଡି ପଡିଲା ଭଳି ଲାଗିଲା । ନିଜର ଆତ୍ମସମ୍ମାନ ପ୍ରତିପତ୍ତି କ୍ଷମତା ସବୁକିଛି ତୁଚ୍ଛ ଲାଗିଲା । ମୋର ଝିଅ ଏସବୁ କରିଥିବ ! ! ! ବୋଲି ବିଶ୍ଵାସ କରି ପାରିଲା ନାହିଁ ?


- ଝିଅକୁ ଗେଲେଇ ମଜେଇ ବୁଝେଇ ସୁଝାଇ କେତେ କରି ପଚାରିଲା - ଏହି ନିଷ୍ପାପ ପିତା କିଏ ? ପ୍ରତ୍ୟୁତ୍ତର ନ ପାଇ ନିରାଶ ହେଲା ।


- ସ୍ମୃତି ଛାତ୍ରୀନିବାସରୁ ବହିଷ୍କାର ହେବା ପରେ, ଅବାଞ୍ଛିତ ମାତୃତ୍ୱ, ଯୌବନର ଅପରିପକ୍ବତାରେ ପ୍ରେମ ପ୍ରତାରଣା କ୍ରମେ ସମାଜ ସାହି ପଡିଶାଙ୍କର ବାକ୍ଯ ବାଣର ଶୀକାର ହେଲା । ନିଜକୁ ଏକାକୀ ଅସହାୟତା ବୋଧ କଲା । ବହୁଦୂର ପର୍ଯ୍ୟନ୍ତ ଭବିଷ୍ୟତର ଉପଯୁକ୍ତ ଦିଶା ଦେଖାଗଲା ନାହିଁ ।


- ଯେ ସବୁର ମୁଖ୍ୟ, ଯାହାଠାରୁ ଏ ସମୟରେ ସାହାରା ପାଇବା କଥା ସେ ତ ରାଣ ପ୍ରତିଜ୍ଞା କରି ମଝି ନଈରେ ଡଙ୍ଗାକୁ ଛାଡି ଦୂରେଇ ଯାଇଛି । କାହାକୁ କହିବ - "ନାକ କଟିଲେ ମୁହଁଟା ଯାକ ରକ୍ତ" । ନିଜକୁ ଅସହାୟ ନିଃସହାୟ ବୋଧକରି ସ୍ମୃତିରେଖା ତୃତୀୟ ପନ୍ଥା ଆଦରି ନେଲା ।


- ପୋଲିସ ଘରଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରୀନିବାସ ପର୍ଯ୍ୟନ୍ତ ତଦନ୍ତ ଚଳାଇଲା କିନ୍ତୁ ଅପରାଧୀର ଟେର ପାଇ ପାରିଲା ନାହିଁ । ଶେଷରେ ସ୍ମୃତିର ନିଜର ସାଙ୍ଗ ସୁଜ୍ଞାନୀ ଠାରୁ ସମସ୍ତ ତଥ୍ୟ ପାଇଲା ପରେ ଅପରାଧୀର ପ୍ରକୃତ ଚେହେରା ଜଣାପଡିଲା ।


- ବାଙ୍ଗାଲୋରରେ ଚାକିରୀ କରିଥିବା ସ୍ମୃତିର ସମ୍ପର୍କୀୟ ମାମୁଁ ଅପରାଧୀ ବୋଲି ଜଣାପଡ଼ିବା ପରେ ସେ ଏବେ ଜେଲରେ ।


- ନିଷ୍ପାପ ଶିଶୁର ଅପରିପକ୍ବତାରେ ତା ସହିତ ଯୌନ କ୍ଷୁଧା ମେଣ୍ଟାଇବା ତାର ଭବିଷ୍ୟତକୁ ଜାଳି ପୋଡି ଛାରଖାର କରିଦେବା କ'ଣ ଏକ ବିକୃତ ମାନସିକତାର ପରିଚୟ ନୁହେଁ କି.....


- ସତରେ ଆମର ଶିକ୍ଷା ସଂସ୍କୃତି ସଭ୍ୟତା ଓ ସମାଜ ଏଭଳି କିଛି ବିକୃତ ମାନସିକତାର ବ୍ୟକ୍ତିଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଛି.....


ଆମେ ସଚେତନ ରହିଲେ ଝରିପଡୁଥିବା ଫୁଲ କଢିକୁ ତୋଳିଧରି ପୂର୍ଣ୍ଣ ରୂପ ଦେଇ ପାରିବା...


Rate this content
Log in

Similar oriya story from Tragedy