Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Abstract Others

2  

Amulya Kumar Panda

Abstract Others

ଦୋଷାରୋପ

ଦୋଷାରୋପ

2 mins
7.4K


ଜଣେ ରାଜା କିଛି ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ରାଜ ଉପବନରେ ଭୋଜନ ଦେଉଥିଲେ । ସେ ନିଜେ ସମସ୍ତ ବ୍ରାହ୍ମଣଙ୍କୁ ଖାଦ୍ୟ ପରସୁ ଥିଲେ । ଠିକ୍ ଏହି ସମୟରେ ଗୋଟେ ଚିଲ ଥଣ୍ଟରେ ଏକ ମୃତ ସାପକୁ ଧରି ରାଜାଙ୍କ ମୁଣ୍ଡ ଉପରେ ଆକାଶ ମାର୍ଗରେ ଅତିକ୍ରମ କରୁଥିଲା । ମୃତ ସାପର ମୁହଁରୁ କିଛି ବୁନ୍ଦା ବିଷ ଝରି ଆସି ଏକ ବ୍ରାହ୍ମଣର ଭୋଜନ ପାତ୍ରରେ ପଡିଲା । ଏକଥା ବ୍ରାହ୍ମଣ ଜାଣିପାରିଲେ ନା ରାଜା । ତେଣୁ ବ୍ରାହ୍ମଣ କିଛି ଖାଦ୍ୟ ଖାଇବା ମାତ୍ରେ ସାପର ବିଷ ତାଙ୍କ ଶରୀରରେ ନିଜ କାୟା ବିସ୍ତାର କଲା ଓ କିଛି କ୍ଷଣ ମଧ୍ୟରେ ସେ ପ୍ରାଣତ୍ୟାଗ କଲେ । ରାଜା ମନେ ମନେ ଦୁଃଖ ପ୍ରକାଶ କଲେ ଯେ ତାଙ୍କୁ ବ୍ରହ୍ମହତ୍ୟାର ପାପ ଲାଗିଲା । ଏପରି ଏକ ଆକସ୍ମିକ ଦୁର୍ଘଟଣା ପାଇଁ ପାପର ଭାର କାହା ମୁଣ୍ଡରେ ଯିବ, ଏହା ସ୍ଥିର କରିବା ଯମରାଜଙ୍କ ପାଇଁ ଏକ କଠିନ ସମସ୍ୟା ଦେଖାଗଲା । ରାଜା, ଯିଏକି ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଆକାଶ ମାର୍ଗରୁ ବିଷ ଝରି ଖାଦ୍ୟ ବିଷାକ୍ତ ହୋଇଯାଇଛି। ଚିଲ, ଯିଏକି ନିଜ ଖାଦ୍ୟକୁ ନେଇ ଆକାଶ ମାର୍ଗରେ ଯାଉଥିଲା ନିଜ କୁନିିକୁନି ଛୁଆଙ୍କ ଥଣ୍ଟରେ ଦେବା ପାଇଁ । ସେ ବି ଜାଣିନଥିଲା ସାପର ମୁହଁରୁ ବିଷ ଝରି ବ୍ରାହ୍ମଣ ଭୋଜନରେ ମିଶିଛି । ସାପ, ଯିଏକି ପ୍ରଥମରୁ ମୃତ । ଯାହାର ଅସ୍ଥିତ୍ବ ବୋଲି କିଛି ନାହିଁ । ବହୁତ ଦିନ ପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇନପାରି ଯମରାଜଙ୍କ ଦରବାରରେ କଥା ପଡିରହିଲା।

କିଛିଦିନ ପରେ ଆଉ ଜଣେ ବ୍ରାହ୍ମଣ ରାଜାଙ୍କୁ ଦେଖା କରିବା ପାଇଁ ରାଜମହଲକୁ ଯାଉଥିଲେ । ସେ ଜଣେ ଦ୍ବାରପାଳଙ୍କୁ ରାଜମହଲକୁ ଯିବାର ପଥ ପଚାରିଲେ । ଦ୍ୱାରପାଳ ଜଣଙ୍କ ବ୍ରାହ୍ମଣକୁ ରାଜମହଲର ପଥ ଦେଖାଇ କହିଲେ ଆପଣ ସଜାଗ ହୋଇ ରହିଥିବେ । ଶୁଣିବାକୁ ମିଳୁଛି ଏ ରାଜା ବ୍ରାହ୍ମଣ ମାନଙ୍କ ଖାଦ୍ୟରେ ବିଷ ଦେଇ ମାରି ଦେଉଛନ୍ତି ।ଦ୍ୱାରପାଳ ମୁହଁରୁ ଏତିକି କଥା ବାହାରିବା ମାତ୍ରେ ଯମରାଜ ନିର୍ଣ୍ଣୟ ନେଲେ ବ୍ରାହ୍ମଣ ହତ୍ୟାର ପାପ ଏ ଦ୍ୱାରପାଳ ଖାତାରେ ଯୋଡାଯାଉ । ସେ ଦ୍ୱାରପାଳ ବ୍ରହ୍ମହତ୍ୟା ପାପ ଭୋଗିବାର ଏକମାତ୍ର ଅଧୀକାର ଯୁକ୍ତ । ଚିତ୍ରଗୁପ୍ତ ସହ ଯମଦୂତମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ହେ ଧର୍ମ ଦେବତା - ବ୍ରାହ୍ମଣ ହତ୍ୟାରେ ଦ୍ୱାରପାଳ କୌଣସି ଭୂମିକାରେ ନଥିଲେ, ତେବେ ଦ୍ୱାରପାଳ ବ୍ରାହ୍ମଣ ହତ୍ୟାର ପାପ କାହିଁକି ଭୋଗିବେ ? ଯମରାଜ ହସି ହସି ଉତ୍ତର ଦେଲେ,ଯେତେବେଳେ କେହି ପାପ କରେ, ତାକୁ ସେଥିରେ କିଛି ଲାଭ ହେବା ସହ ଆନନ୍ଦ ମିଳିଥାଏ । କିନ୍ତୁ ବ୍ରାହ୍ମଣ ହତ୍ୟାରେ ରାଜାଙ୍କୁ କିଛି ଲାଭ ମିଳିଲା ନା ସେ ଚିଲକୁ ନା ସାପକୁ ? ହେଲେ ଏ ଦ୍ୱାରପାଳ ଘଟଣାର ସତ୍ୟତା ନଜାଣି ରାଜାଙ୍କ ବିଷୟରେ କଟୁ ମନ୍ତବ୍ୟ ଦେଲେ । ସେଥିପାଇଁ ବ୍ରାହ୍ମଣ ହତ୍ୟାର ପାପ ଦ୍ୱାରପାଳ ଖାତାରେ ଯୋଡା ଗଲା l

ଆମେ ବେଳେବେଳେ ଚିନ୍ତା କରନ୍ତି ଯେ ଆମେ କାହାର କୌଣସି କ୍ଷତି କରିନାହୁଁ । ତଥାପି ଆମ ଜୀବନ କାହିଁକି ଏତେ ଦୁଃଖ କଷ୍ଟମୟ ହୋଇଥାଏ । ପ୍ରକୃତ କଥା ହେଲା, ଏ ଦୁଃଖ କଷ୍ଟ ଆମକୁ ଅନ୍ୟ ବ୍ୟକ୍ତି ବିଷୟରେ କିଛି ନଜାଣି ନଶୁଣି ଦେଇଥିବା କଟୁ ମନ୍ତବ୍ୟର ପରିଣାମ । ତେଣୁ କାହା ବିଷୟରେ କିଛି ନଜାଣି ଖରାପ ରାୟ ଦେବା ନାହିଁ କି କୌଣସି ପାପର ଭାଗିଦାରୀ ହେବା ନାହିଁ । ଘଟଣାର ସତ୍ୟତାକୁ ପ୍ରଥମ ବୁଝି ସତ୍ୟତାକୁ ଜାଣି କାହାକୁ ଦୋଷାରୋପ କରିବା ଉଚିତ୍ l

--------------------- #ଅମୂଲ୍ୟ_କୁମାର_ପଣ୍ଡା -----------------


Rate this content
Log in

Similar oriya story from Abstract