Arabinda Acharya

Inspirational Others


3  

Arabinda Acharya

Inspirational Others


କୁନ୍ଦୁଲୀ ପୀଡ଼ିତା

କୁନ୍ଦୁଲୀ ପୀଡ଼ିତା

3 mins 6.9K 3 mins 6.9K

ସଖାଳୁ ଉଠି ଟିଭି ଖୋଲୁଖୋଲୁ ବଡବଡ ଅକ୍ଷରରେ ବ୍ରେକିଙ୍ଗ ନିଉଜ ପଢୁଥିଲା ସ୍ମିତା | ରାଜନୈତିକ ବନ୍ଦ ପାଳନ ପାଇଁ ସୁରକ୍ଷା ଦୃଷ୍ଟିରୁ ସବୁ ସ୍କୁଲ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | କୁନ୍ଦୁଲୀ ପୀଡ଼ିତାର ଦୋଷୀ ମାନଙ୍କୁ ଉଚିତ ଦଣ୍ଡ ଦେବା ପ୍ରତିବାଦରେ ଏଇ ବନ୍ଦ ଆହ୍ଵାନ କରିଥିଲା ରାଜ୍ୟର ବିରୋଧୀ ରାଜନୈତିକ ଦଳ | ଓଃ …କଣ କରିବ ସେ ? ଗାଡି ମଟର , ଟ୍ରେନ , ଦୋକାନ ବଜାର ସବୁ ବନ୍ଦ | କାଲି ତା ଝିଅ ରିମା , ତା ସାଙ୍ଗ ସୀମା ସହିତ କୋଣାର୍କ ବୁଲି ଯାଇଛି | ଆଜି ଫେରିଥାନ୍ତେ | ସବୁ ବନ୍ଦ ହେଲେ ଫେରିବେ କେମିତି ? ଭାବିଲା ଫୋନ ଲଗେଇ କଥା ହେଇଯିବ ରିମା ସହିତ | ଟିଭି ପାଖରେ ଥିବା ତା ଫୋନକୁ ଆଣି ରିମାକୁ ଡାଏଲ କଲା | ଫୋନ ରିଙ୍ଗ ହେଉଥିଲା | କିନ୍ତୁ ରିମା ଫୋନ ଉଠାଉ ନଥିଲା | ବ୍ୟସ୍ତ ହେଇପଡିଲା ସ୍ମିତା | ତିନି ଚାରିଥର ରିମାକୁ ଫୋନ ଡାଏଲ କରି ଅସଫଳ ହେଲା ପରେ ପୁଣି ରିମାର ସାଙ୍ଗ ସୀମାକୁ ଫୋନ କରିଲା |

ସୀମା ଫୋନ ଉଠେଇଲା , “ମାଉସୀ ନମସ୍କାର ! କୁହନ୍ତୁ |”

ସ୍ମିତା ବ୍ୟସ୍ତ ହେଇ କହୁଥିଲା “ଆରେ ସୀମା , ରିମା କେଉଁଠି ଅଛି କି ? ଫୋନ ଉଠଉନି ?”

“କିଛି ବ୍ୟସ୍ତ ହୁଅନ୍ତୁ ନାହିଁ ମାଉସୀ , ସିଏ ଟିକେ ବାହାରକୁ ଯାଇଛି , ଆଜି ଓଡିଶା ବନ୍ଦ ତ ? ସେଥିପାଇଁ ଫେରି ହବନି , ସିଏ ଆସୁ ମୁଁ ତାକୁ କହିବି ଆପଣଙ୍କୁ କଥା ହେଇଯିବ | ମୁଁ ଟିକେ ବ୍ୟସ୍ତ ଅଛି ପରେ କଥା ହେବି | ରହୁଛି |”

“ହଉ |”

ଏତିକି କହି ଫୋନ କାଟିଦେଲା ସ୍ମିତା | କିନ୍ତୁ ମନଟା ଗୁଡେଇ ତୁଡେଇ ହେଉଥାଏ | whats app ଖୋଲି ମ୍ୟାସେଜ କରିବାକୁ ଭାବିଲା | whats app ଖୋଲୁଖୋଲୁ ମେଞ୍ଚେ ମ୍ୟାସେଜ | ତା’ର ଗୋଟିଏ ସାହିତ୍ୟ ପ୍ରେମୀଙ୍କ ଗ୍ରୁପ ଥାଏ | ସେଇଥିରୁ ହିଁ ଅଧିକାଂଶ ମ୍ୟାସେଜ ଆସେ | ପ୍ରଥମେ ରିମାକୁ ଶୀଘ୍ର କଲ୍ କରିବାକୁ ମ୍ୟାସେଜ କରି ଦେଲା | ତା ପରେ ଗ୍ରୁପରୁ ଆସିଥିବା ମ୍ୟାସେଜ ଉପରେ ଆଖିପକେଇଲା |

“କୁମାରିତ୍ଵ ପରୀକ୍ଷା କରିଥିବା ଡାକ୍ତର ମାନଙ୍କର ,ଲାଇ detection ଟେଷ୍ଟ କରା ହେବାର ପ୍ରକୃତ ସମୟ ବୋଧେ ଏବେ |”

“ଆମେ କଣ ପ୍ରକୃତରେ ସଚେତନ ? କାହିଁ ସେତେବେଳେ ତ ଆମର ଏ ଆଲୋଚନା କିଛି ଆରମ୍ଭ ହେଉନଥିଲା | ଯେତେବେଳେ ସେ ପୀଡ଼ିତାଟି ଏକା ଏକା ସଂଘର୍ଷ କରିଚାଲିଥିଲା |”

“ପ୍ରକୃତରେ କେଉଁଠି ସେ କୁନ୍ଦୁଲୀ ? କେଉଁ ଜିଲ୍ଲାରେ , ଆମେ ଜାଣିଛନ୍ତି ?”

“ସେ ପୀଡ଼ିତାଟିର ପ୍ରକୃତ ନାଁ କଣ ?”

“ତା'ର ପରିବାରରେ କିଏ କିଏ ଅଛନ୍ତି ?”

“ଆଉ ଆଜି ଯଉଁମାନେ ବନ୍ଦ କରୁଛନ୍ତି ସେମାନେ କଣ…?”

“ସେମାନଙ୍କ ପରିବାରରେ କମସେ କମ୍ ଥରେ ଏଭଳି ପରିସ୍ଥିତି ପଡ଼ିବା ଦରକାର ।”

“ଲେଖକମାନେ ସେମାନଙ୍କ ସାମାଜିକ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଉଚିତ ।”

ଏମିତି କେତେ କଣ ……………….

ସବୁକୁ ଦେଖୁ ଦେଖୁ ସ୍ମିତାର ମୁଣ୍ଡ ଭାରି ଭାରି ହେଇ ଆସୁଥିଲା | କେମିତି ସେ ଏକୁଟିଆ ରିମାକୁ ପାଳି ଆସିଛି ସବୁ ମନେ ପଡି ଯାଉଥିଲା | ରୂପେଶଙ୍କ ଅଚାନକ ଦେହାନ୍ତ ପରେ କେତେ କଷ୍ଟ କରି ଝିଅକୁ ମଣିଷ କରିଛି | ତାକୁ ଆତ୍ମରକ୍ଷାର କୌଶଳ ଶିକ୍ଷା ଦେଇଛି | ସମାଜରେ ଯେତେ ଅଡୁଆ ପରିସ୍ଥିତିରେ ପଡିଲେ ବି ନିଜ ଆତ୍ମବଳକୁ କେବେ ବି କମିଯିବାକୁ ଦେଇନି | ଆଉ ତା ଝିଅକୁ ବି ସେୟା ଶିଖେଇଛି | କିନ୍ତୁ ତଥାପି କାହିଁକି ଏ ଭାବନା ? କାହିଁକି ଗୋଟେ ଅସୁରକ୍ଷାର ଭାବ ? ଆଜି ସମମାଜରେ ଏତେ ଆବିଳତା କାହିଁକି ? ସବୁବେଳେ ଝିଅଟିଏ ଅସୁରକ୍ଷିତ ମଣୁଛି କଣ ପାଇଁ ?

କାରଣ ଆଜି ପ୍ରତି ପୁଅ କିମ୍ବା ଝିଅ ମାନଙ୍କ ମା ବାପା ମାନେ ତାଙ୍କୁ ନୈତିକ ଶିକ୍ଷା ଦେଉ ନାହାନ୍ତି | ବ୍ରହ୍ମଚର୍ଯ୍ୟର ଲାଭ , ପ୍ରତ୍ୟେକ ଆଶ୍ରମ … ଯଥା , ବ୍ରହ୍ମଚର୍ଯ୍ୟ, ଗ୍ରାହ୍ୟସ୍ଥ୍ୟ, ବାନପ୍ରସ୍ଥ ଇତ୍ୟାଦିର ସୁନ୍ଦର ଅନୁକରଣ କରିବାକୁ ପ୍ରେରଣା ଦେଉ ନାହାନ୍ତି | କାହିଁକି ନା ସମୟର ଅଭାବ |

ଆମେ ନିଜେ ସିନା ରାସ୍ତାରେ ନିୟମ ମାନି ଚାଲିବା , କିନ୍ତୁ ଅନ୍ୟ ମାନେ ଯଦି ନ ମାନିଲେ …… ଆମେ ମଧ୍ୟ ଆକ୍ସିଡେଣ୍ଟର ସମ୍ମୁଖୀନ ହେବା | କାରଣ ସେମାନେ ରାସ୍ତାରେ ନିୟମ ନମାନି ଗାଡି ଚଲାଉଥିଲେ | ତେଣୁ ଆମ କର୍ତ୍ତବ୍ୟ ଆମେ ସମାଜରେ ନିଜେ ନିୟମ ମାନିବା ସହ ଅନ୍ୟ ମାନଙ୍କୁ ଯେତେଦୂର ସମ୍ଭବ ବୁଝେଇବା | ସମସ୍ତେ ପରସ୍ପରକୁ ଭଲ କଥା ବୁଝେଇଲେ , ଅବୁଝା ଲୋକଙ୍କ ସଂଖ୍ୟା ଧୀରେ ଧୀରେ କମି ଆସିବ |

ଏମିତି ଭାବିଲା ଭିତରେ ଫୋନ ବାଜିଉଠିଲା

ଆର ପାଖରୁ ରିମା କହୁଥିଲା …..

“ମା ….ସରି , ମୁଁ ଫୋନ ଉଠେଇ ପାରି ନଥିଲି | କିଛି ଚିନ୍ତା କରନି …. ତୋ ଝିଅ ଠିକ ଅଛି | ମୁଁ ସମାଜରେ କେମିତି ଚାଲିବା ଜାଣି ଗଲିଣି |ତୋ ଭଳିଆ ମା ଯାହାର ଥିବ , ସେ ଝିଅ କେଉଁଠି କେବେ ହାରିବନି | ଶୀଘ୍ର ପହଞ୍ଚିବି….ସବୁ କଥା ହେବି….ରହୁଛି | ବାଏ ମା !”


Rate this content
Originality
Flow
Language
Cover Design