Arabinda Acharya

Inspirational Others

4.5  

Arabinda Acharya

Inspirational Others

ଆଉ ଏକ ପରୀକ୍ଷା

ଆଉ ଏକ ପରୀକ୍ଷା

2 mins
7.6K


 “ଶୀଘ୍ର ଶୀଘ୍ର ବାହାରିପଡ | ଟାଇମ ହେଇଗଲାଣି ପରା ?”

ଉପଦେଶ ଦେବା ଭଙ୍ଗୀରେ ବିଜୟ କହୁଥିଲା | ତା’ର ଝିଅ ସ୍ଵପ୍ନା ପରୀକ୍ଷା ଦେଇଯିବ | ସେଥିପାଇଁ ସ୍ଵପ୍ନାକୁ ତାଗିଦ କରିଦେଉଥିଲା | ନିଜେ ସକାଳୁ ଉଠି ସବୁ କାମ ସାରି ପୁରା ରେଡି ହେଇ ବସିଛି | କିନ୍ତୁ ସ୍ଵପ୍ନାକୁ ପାଠ ପଢାରୁ ଉଠେଇ ରେଡି କରି ପାରୁନି | କାରଣ ପରୀକ୍ଷା ପୂର୍ବର ଏ ଘଣ୍ଟେ ଦିଘଣ୍ଟାର ରିଭିଜନ ଖୁବ ମହତ୍ଵପୂର୍ଣ୍ଣ | ଏଆଡେ ପରୀକ୍ଷା ସେଣ୍ଟର ଘରଠୁ ୧୦ କିଲୋମିଟର ଦୂର | ଟିକେ ଆଗରୁ ଯାଇ ପହଞ୍ଚିଗଲେ ରକ୍ଷା | ବାଟରେ ପୁଣି କିଛି ସୁବିଧା ଅସୁବିଧା ଅଛି | ସେଥିପାଇଁ ହାତରେ କିଛି ସମୟ ରଖିବା କଥା | ଝିଅ କ'ଣ ବୁଝୁଛି | ସିଏ ଖାଲି କହୁଛି ,

“ଆଉ ଟିକେ ବାପା ! ଏଇ ଲାଷ୍ଟ ଚାପ୍ଟରଟା ଦେଖିଦିଏ | “

ଏମିତି ହେଉ ହେଉ କିଛି ସମୟ ଗଡିଗଲା | ଶେଷରେ ବିଜୟ ଗାଡି ବାହାର କଲା | ସ୍ଵପ୍ନା ମଧ୍ୟ ପୁରା ରେଡି | ଆଡମିଟ କାର୍ଡ , ପରୀକ୍ଷା ପଟି ,ପେନବକ୍ସ ଆଉ ପାଣି ବୋତଲ ବ୍ୟାଗରେ ପୁରାଇ ସାରିଥିଲା ସେ |ଗାଡି ଷ୍ଟାର୍ଟ ହେଲା | ବାପା ଝିଅ ଦୁହେଁ ପରୀକ୍ଷା ସେଣ୍ଟର ଆଡେ ଆଗେଇଲେ |

ବାଟରେ ଗୋଟେ ଲେଭେଲ କ୍ରସିଂ ପଡେ | ଭାଗ୍ୟକୁ ସେଇଟା ଖୋଲା ଥିଲା | ତେଣୁ ସେଠି ଆଉ ଅଜଥାରେ ସମୟ ନଷ୍ଟ ହେଲାନି | କିନ୍ତୁ ଏ କ'ଣ ଗାଡି ଚଲଉ ଚଲଉ ବିଜୟର ମୁଣ୍ଡଟା ଘୁରେଇ ଦେଲା କଣ ପାଇଁ ? ସକାଳୁ ସେ ବ୍ଲଡ଼ପ୍ରେସର ବଟିକା ଖାଇନି | କ'ଣ କରିବ ଏବେ ? ଗାଡିକୁ ରାସ୍ତା କଡରେ ଠିଆ କଲା | ସ୍ଵପ୍ନା ସବୁ ବୁଝିଗଲା ପରି ଗାଡିରୁ ଓଲହେଇ ପଡି ନିଜ ବ୍ୟାଗରୁ ଗୋଟେ ପଲିଥିନ କାଢି ବଢେଇ ଦେଉ ଦେଉ କହୁଥିଲା ,

“ଆଜି , ଖାଇନ ନା ? ମୁଁ ଜାଣେ ପରା ? ମା ସେଥିପାଇଁ ମୋ ସହିତ ମେଡିସିନ ସବୁବେଳେ ଦେଇଥାଏ | ନିଅ ଖାଇ ଦିଅ | ଦିଅ ମୁଁ ଗାଡି ଚଲଉଛି |”     

“ଆରେ , ନାଁ ରେ .... ତୁ ପାରିବୁନି | ମୁଁ ନେଇଯିବି | “

“ମୁଁ ଗାଡି ଚଳେଇ ଶିଖିନି ଭାବୁଛ କି ? ତୁମେ ନଥିଲା ବେଳେ ସବୁ ଶିଖେ | ଦେଖ କେମିତି ଚଲାଉଛି | ତୁମେ ଖାଲିବସ | ଓକେ |”

(ଅରବିନ୍ଦ ଆଚାର୍ଯ୍ୟ , ୭୦୦୮୬୬୭୭୮୫ )


Rate this content
Log in

Similar oriya story from Inspirational