STORYMIRROR

Debabrata Barik Debunu

Tragedy

2  

Debabrata Barik Debunu

Tragedy

ପୋଷା କୁକୁର

ପୋଷା କୁକୁର

2 mins
500

ଦାଶବାବୁ

ସରକାରୀ ଚାକିରିଆ ଜଣେ

ଘରେ ସ୍ୱାମୀ ସ୍ତ୍ରୀ ପୁଅ ଓ ଝିଅ

ଚାରିପ୍ରାଣୀ ଙ୍କୁ ନେଇ ପରିବାର

ପୋଷା କୁକୁର ଟିଏ

ନାମଟି କାଳୁ

କାଳୁ ପରିବାର ର ଜଣେ ସଦସ୍ୟ ଭଳି

ସମସ୍ତେ ଭଲ ପାଉଥିଲେ

ସକାଳେ ସନ୍ଧ୍ୟାରେ କିଏ ନା କିଏ

ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣ କରନ୍ତି କାଳୁ ସହ

ଘରେ ଖେଳୁଥାଏ ସମସ୍ତଙ୍କ ସହିତ

ସମସ୍ତେ ଜୀବନ ଠୁଁ ଅଧିକ ଭଲ ପାଉଥିଲେ

ବହୁତ ଖୁସିରେ ଥାଏ କାଳୁ,

ଦାଶ ବାବୁ ଅଫିସ ଗଲେ ଗାଡି ପଛରେ ଗୋଡାଏ

ଦାଶ ବାବୁ ଘରକୁ ଜା କହିଲେ ଫେରିଆସେ,

ସାଇ ପଡିସା ସମସ୍ତେ କାଳୁ କୁ ଭଲ ପାଉଥିଲେ

ଶ୍ରଦ୍ଧା ରେ କାଳୁ କାଳୁ ଡାକୁଥିଲେ

କାଳୁ ବି ଲାଙ୍ଗଡ଼ ହଲେଇ ଚାଲିଆସେ ପାଖକୁ,,

ସମସ୍ତ ଙ୍କ ସ୍ନେହ ଶ୍ରଦ୍ଧା ପାଇ କାଳୁ ଖୁସିରେ ଥାଏ


କିନ୍ତୁ

କାଳୁ ର ସୁଖ ବେସିଦିନ ରହିଲାନି

ତା ଜୀବନରେ କଳା ବାଦଲ ଖେଳିଗଲା

ଯେଉଁଦିନ ଦାଶ ବାବୁଙ୍କ ଟ୍ରାନ୍ସଫର ହେଇଗଲା ଅନ୍ୟତ୍ର

ଦାଶ ବାବୁ ଚାଲିଗଲେ ନିଜ ପରିବାର ଙ୍କୁ ନେଇ

ଛାଡିଦେଲେ କାଳୁ କୁ ଏକଲା ଓ ଅନାଥ କରି

ଦାଶ ବାବୁଙ୍କ ଜିନିସ ପତ୍ର ଟ୍ରକ ରେ ଲୋଡ଼ ହେଲା

ସମସ୍ତେ ବସିଲେ ଟ୍ରକ ଚାଲିଲା

କାଳୁ ଟ୍ରକ ପଛେ ପଛେ ବହୁ ବାଟ ଗୋଡେଇଲା

ଇଞ୍ଜିନି ପାଖରେ ହାର ମାନିଲା


ଫେରି ଆସିଲା ଘରକୁ

ଘରେ ତାଲା ଟିଏ ପଡିଛି କଣ କରିବ

ଦୁଆର ମୁହଁରେ ବସି ରହିଲା ରାତି ସାରା

ପଡିସା ଘର ମୁଠାଏ ଦେଲେ ଗୋଟିଏ କାଗଜ ରେ

କାଳୁ କିଛି ଖାଇ ପାରିଲା ନାହିଁ

କାରଣ ତାର ଖାଇବା ପାତ୍ର ଅଲଗା ଥିଲା

ତା ଛଡା କାଳୁ ଖାଇଦେ ବୋଲି କିଏ କହିଲାନି

ଖାଇବା ରେ ଖିର ଭାତ ନଥିଲା

ସାରାରାତି ଶୀତ କାକର ରେ ପଡି ରହିଲା

ରାତି ପାହିଲା ସାଇ ପଡିସା ଲୋକ ଙ୍କୁ ଦେଖୀ

କୁଁ କୁଁ ହୋଇ ପାଖକୁ ଗଲା

ସମସ୍ତେ ଦୂର ଦୂର ମାର ମାର କଲେ

ଯିଏ ଖୁସିରେ କାଳୁ କାଳୁ ଡାକୁ ଥିଲା

ସିଏ ଛେରଚ୍ଛେର ମାର ମାର କଲେ

କାଳୁ କିଛି ବୁଝି ପାରୁନଥିଲା

କଣ ସବୁ ହେଇଗଲା

ସମସ୍ତେ ନିଜର ଥିଲେ ହଠାତ କଣ ହେଇଗଲା,

ସମସ୍ତେ ଘୃଣା କଲେ,


ଦାଶ ବାବୁ ଙ୍କ ପିଣ୍ଡାରେ ପଡ଼ିରହିଲା

ବାହାରେ ବୁଲା କୁକୁର ଙ୍କ ଆକ୍ରମଣ

ବାହାର କୁ ଯିବାକୁ ଡର,,କିଛି ଦିନ ଏମିତି ଚାଲିଗଲା

ପ୍ରତିଦିନ ଦାଶ ବାବୁଙ୍କ ବାରଣ୍ଡାରେ ବସି ଖୋଜିବୁଲୁଥିଲା

ଦାଶ ବାବୁଙ୍କ ପରିବାର କୁ,,


ପୁଣି ଏକ ବିପଦ ଆସି ପହଁଚିଲା

ଦାଶ ବାବୁଙ୍କ ଘରକୁ ଆଉଜଣେ ବ୍ୟକ୍ତି ଆସିଲେ ରହିବାକୁ

କାଳୁ କୁ ପଥର ମାରି ଘଉଡାଇଲେ

କାଳୁ ବା କୁଆଡେ ଯିବ

ଏଡିକି ଟିଏ ଥିଲା ଆସିଥିଲା ବାପା ମା କୁ ଛାଡି

ଆଜି ପର୍ଯ୍ୟନ୍ତ ଏଠାରେ ଅଛି

ଦୁନିଆଁ ରେ ଆଉ କିଏ ବା ଅଛି କାଳୁ ର

ଯେଉଁଠି କି ଗଲେ ଦୂର ଦୂର ମାର ମାର

ପଥର ମାଡ଼ ଖାଇ ବାଧ୍ୟ ହେଲା ବାରଣ୍ଡା ଛାଡିବାକୁ

ରାସ୍ତା ଉପରେ ବସି ରହିଲା ଓ ଦାଶ ବାବୁଙ୍କ ଘରକୁ ଅନେଇ ରହିଲା ,,

ଯେଉଁ ଘରେ ସେ ଡେଉଁ ଥିଲା ଖେଳୁଥିଲା

ସେ ଘରକୁ ଯିବାକୁ ଆଜି ମନା

ମନେ ମନେ ଖୋଜୁଥିଲା ଓ କାନ୍ଦୁଥିଲା

କିଏ ବା ତା ଦୁଃଖ ବୁଝିବ

ମିଳିଲେ ଖାଇଲା ନ ହେଲେ ଭୋକରେ ପଡି ରହିଲା

କିନ୍ତୁ କେଉଁଆଡ଼େ ଯାଏନି

ଅନେଇ ବସିଥାଏ ଦାଶ ବାବୁଙ୍କ ଘରକୁ,,


ହଠାତ ଦିନେ ବୁଲା କୁକୁର ମାନେ ଆକ୍ରମଣ କଲେ

ଯେତେ ଚେଷ୍ଟା କଲା ନିଜକୁ ବଞ୍ଚେଇ ବାକୁ

ପାରିଲାନି କ୍ଷତ ବିକ୍ଷତ ହେଇଗଲା

ଦିନକୁ ଦିନ ଅସୁସ୍ଥ ହେଇଗଲା

କିନ୍ତୁ ଘର ଛାଡ଼ି ଗଲାନି

କାନ୍ଦି କାନ୍ଦି ପଡ଼ିରହିଲା

ଦାଶ ବାବୁଙ୍କ ଘର ପାଖରେ


ଦିନେ ଦେଖିବାକୁ ମିଳିଲା ଦାଶ ବାବୁ ଙ୍କ ଘର ପାଖରେ

କାଳୁ ପଡିରହିଛି କେତେ ଡାକିଲେ ଶୁଣୁନି,,

ସାଇ ପଡିସା ଯାଇ ଦେଖିଲେ

ସବୁଦିନ ପାଇଁ କାଳୁ ଆଖି ମୁଜିଦେଇଛି,,

ଲୋକେ କୁହା କୁହିଁ ହେଲେ


କାଳୁ ଚାଲିଗଲା,,

ଭଲ କୁକୁର ଟିଏ ଥିଲା ଦେଖିଲେ ପାଖକୁ ଚାଲି ଆସୁଥିଲା,,

କାଳୁ ମରିଗଲା ସିନା ଦାଶ ବାବୁ ଙ୍କ ଘର ଛାଡ଼ି ଗଲାନି

କାଳୁ ମରିଗଲା ସିନା ଦାଶ ବାବୁଙ୍କ ପରିବାର କୁ ଭୁଲିଲାନି

ହେଲେ ମଣିଷ ଗୁଡାକ

ଅତିସହଜରେ ଭୁଲି ଯାଆନ୍ତି

ଯିଏ କି ନିଜର ଥାଏ ଓ ଜୀବନ ଠୁଁ ଅଧିକ ଭଲ ପାଉଥାଏ,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy