Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjitarani Santra

Inspirational

3  

Sanjitarani Santra

Inspirational

ଚଳନ୍ତି ଠାକୁର

ଚଳନ୍ତି ଠାକୁର

2 mins
14.1K


ମଣିଷ ବଡ ନା ଠାକୁର? ଠାକୁରକୁ ମଣିଷ ତିଆରି କରିଛି ନା ମଣିଷକୁ ଠାକୁର ? କୁହନ୍ତି, ବିଶ୍ଵାସ ମୂଳରେ ଭଗବାନ l ମାନିଲେ ଠାକୁର, ନ ମାନିଲେ ପଥର l ସବୁ ଯୁଗରେ ବିଶ୍ଵାସ ରହିବ ଆଉ ଅବିଶ୍ଵାସ ବି l ଆଉ ରହିବ ଆଂଶିକ ବିଶ୍ଵାସ ବି l ଏପଟେ ପୂଜା ବି ହବ ଆଉ ସନ୍ଦେହ ବି ରହିବ l ସେ ଯା ହଉ, ଆଜିର ଗପ (କିମ୍ବା କଥାଟି) ଗୋଟେ ବିଶ୍ଵାସ ର ପ୍ରଶ୍ନ ଉପରେ ହିଁ ଆଧାରିତ l

ଦିନକର କଥା l ଓଡିଶା ମାଟିର ଏକ ପୁଣ୍ୟତିଥି l ପୁରୀ ଶଙ୍ଖକ୍ଷେତ୍ରରେ ଅସମ୍ଭବ ଭିଡ l ଧଵ ଧଉଳ ଧୋତି ଓ ଲୁଗା ପରିହିତ ହୋଇ ଜଣେ ଦୀପ୍ତିମାନ ସମ୍ପନ୍ନ ବ୍ୟକ୍ତି କାରରୁ ବାହାରିଲେ l ହାତରେ ନୈବେଦ୍ୟରେ ଥାଳି l ବହୁତ ଦୂରରୁ ଆସିଛନ୍ତି.କାରରୁ ପାଖାପାଖି ଶହେ ଗଜ ଦୂରରେ ହିଁ ସିଂହ ଦ୍ଵାର l

ସମୁଦ୍ରରୁ ଆସୁଥିବା ଜୋରଦାର ପବନର ଗର୍ଜନ, ଶଙ୍ଖନାଦ, ଘଣ୍ଟା ଘଣ୍ଟିର ଉଚ୍ଚ ଘୋଷଣା, ବିବିଧ ମହଲର ବୈଷ୍ଣବ ଭକ୍ତିରେ ବଡମନ୍ଦିରର ବଡଦାଣ୍ଡ ଉଛୁଳି ପଡୁଛି l ସବୁ ମୁହଁରେ କାଳିଆ କାଳିଆ ନାମ ଘଷି ହଉଛି l ଯିଏ ଆଜି ସମାଜରେ ବଡ ସିଏ ବି ଭିକାରି ହେଇ ଆସିଛି କିଛି ମାଗି ବାକୁ l ଯାହାକୁ କାଳିଆ ସବୁ ଦେଇଛି, ସେ ବି ଆଜି ଅଭାବିର ରୂପ ସାଜି ଆସିଛି "ହେ କାଳିଆ, ଭକ୍ତି ଦେ, କୈବଲ୍ୟ ଦେ, ବୈରାଗ୍ୟ ଦେ l" ଯେ ଦୁଃଖୀ ସେ ତା ଦୁଃଖକୁ ନିବେଦନ କରି କାନ୍ଦି ପଡୁଛି l ଯେ ସୁଖୀ ସେ ବି ଜଗନ୍ନାଥର ଭାବକୁ ହୃଦୟରେ ଏତେ ଭରି ନେଇଛି ଯେ, ଭକ୍ତିର ଆବେଗରେ ଆଖିରୁ ଧାର ଛୁଟୁଛି l ଓଡିଶା ମାଟିରେ ସର୍ବ ପ୍ରିୟ, ସାର୍ବଜନୀନ ସାଥି, ଦୀନବନ୍ଧୁ, ଅନାଥର ନାଥ, ଚଳନ୍ତି ଭଗବାନ ଜଗନ୍ନାଥ l

କାଳିଆର କଥା ଭାବି ଭାବି ଭଦ୍ରବ୍ୟକ୍ତି ଜଣକ ଗୋଡ ଧୋଇ, ସିଂହଦ୍ଵାର ଆଡକୁ ଗଲେ. ଉଭୟ ପାର୍ଶ୍ଵରେ ଦଳେ ଭିକାରି l "ବାବୁ କିଛି ମିଳୁ. କାଳିଆ ତୁମକୁ ସବୁ ଦବ ବାବୁ l ନାତି ନାତୁଣୀରେ ଘର ଭରି ଯିବ ବାବୁ l ଗରିବକୁ ଦୟା କର ବାବୁ"

ବାବୁ ଜଣ ଜଣ କରି ସମମସ୍ତଙ୍କୁ ରେଜା କାଢି ଦେଲେ l ସମସ୍ତେ କାଳିଆର ଆଶିର୍ବାଦ ବାବୁ ଉପରେ ଅଜାଡି ଦେଲେ l ଜଣେ ଭିକାରି ଯାହାର ହାତ ଦୁଇ ଗନ୍ଧିଆ କନାରେ ଅଧା ଘୋଡା ହେଇଥିଲା, ସେ ତା ବସିବା ଜାଗାରୁ ଉଠି ଆସିଲା l

"ହେ ବାବୁ, ମତେ ଚିହ୍ନିଲେ ବାବୁ?"

ଭଦ୍ରବ୍ୟକ୍ତି ଅଭାବିତ ଘଟଣାରେ ଅତି ଆଚମ୍ବିତ ହୋଇ ଚାହିଁ ରହିଲେ l

"ବାବୁ ଆପଣ ଯେ କଟକ କୋଟରେ ସବୁଠୁ ବଡ ବାବୁ ହେଇ ବିଚାର ଦଉ ଥିଲେ l ମୁଁ ମଣିଷ ମାରି ଥିଲି ବାବୁ l ଅତି ନିରିମାଖି ମା' ଛୁଆକୁ ନୃଶଂସ ହେଇ ମାରି ଦେଇଥିଲି l ମୋର କେହି ସାକ୍ଷୀ ନଥିଲେ ବାବୁ, ଆଉ ପ୍ରମାଣ ଅଭାବରୁ ଆପଣ ମତେ ଛାଡି ଦେଇଥିଲେ l ମୁଁ ସେଇ ପଶୁ lଜେଲରୁ ସିନା ବାହାରି ଆସିଲି, ମାସକରେ l ହେଲେ କୁଷ୍ଠ ହେଲା ବାବୁ l ଏଇ ଯୋଉ ବାଇଶି ପାହାଚ ଉପରେ କାଳିଆ ବସିଛି ବାବୁ, ସବୁ ଦେଖୁଚି l ସେ ପା ସବୁଠୁ ବଡ ବିଚାରପତି l"

କୁଷ୍ଠରୋଗୀ ତାର ଅତି ମଳିଆ ଦାନ୍ତ ଦେଖେଇ ହସି ହସି ଚାଲିଗଲା l

ବାବୁ ଜଣକ ଏତେ କାବା ହେଇ ଯେଇଁ ଥିଲେ ଯେ, ସିଂହଦ୍ଵାରର security guard ଆସି ବାବୁଙ୍କୁ ଆଗକୁ ବଢ଼େଇ ନେଇଗଲା l "ସାର, ଗରମ ଯୋଗୁ ଥକି ଯାଇଛନ୍ତି, ଆପଣଙ୍କ ଗୋଡ ହାତ ଥରୁଛି l ଏଠି ଟିକେ ବସିଯାନ୍ତୁ, ଥଣ୍ଡା ପାଣି ଟିକେ ନିଅନ୍ତୁ ?" ପତିତପାବନ ପିଣ୍ଡାରେ ବାବୁ ବସି ପଡିଲେ l ବ୍ୟକ୍ତିଗତ ଆଉ ପେଶାଗତ ଜୀବନରେ ଅଶେଷ ସଫଳତା ପାଇ, ଜୀବନ ସାରା ଜଗନ୍ନାଥ ପୂଜା କରି,ଜୀବନର ଶେଷ ଭାଗରେ, ସେ' ନିଜ ବିଶ୍ଵାସର ମାତ୍ରାକୁ ଆଜି ତଉଲୁ ଥିଲେ l


Rate this content
Log in

Similar oriya story from Inspirational