Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Tragedy Inspirational Thriller

4.0  

Anita Jena

Tragedy Inspirational Thriller

ଆତ୍ମସନ୍ତୋଷ

ଆତ୍ମସନ୍ତୋଷ

3 mins
209


 


    କଲୋନୀ ବାହାରେ ଗଦା ହେଇଛନ୍ତି କଲୋନୀ ର ପ୍ରାୟ ସମସ୍ତ ଲୋକ । ସମସ୍ତେ ଚାହିଁ ରହିଛନ୍ତି ହରିଆ ମାଝୀ ଘର ଆଡ଼କୁ । ହରିଆ ମାଝୀ ଘର ଚଟାଣ ପାଖରେ ଧୁମ୍ ଜୋରରେ ନାଚି ଚାଲିଛି । ଖାଲି କହି ହଉଛି , ଓଃ କି ଶାନ୍ତି, କୁ ଆତ୍ମ ସନ୍ତୋଷ, ମୋ ଝିଅ ଆଜି ବହୁତ୍ ଖୁସି ହବ, ମୋ ସ୍ତ୍ରୀ ଆତ୍ମା କୁ ଆଜି ଶାନ୍ତି ମିଳିବ, ମୁଁ ଆଜି ବହୁତ୍ ଖୁସି । ହେ ଭାଇ ମାନେ ଆଜି ମୋ ଝିଅ ନ୍ୟାୟ ପାଇଛି, ମୁଁ ଆଜି ବହୁତ୍ ଖୁସି । 

   ହରିଆ ମାଝୀ ର ଏମିତି ପ୍ରଳାପ ଶୁଣି କଲୋନୀ ର ଲୋକ ମାନେ କୁହା କୁହି ହେଉ ଥାନ୍ତି - ଏ ମାଝୀ ଟା ପାଗଳ ହେଇ ଯାଇଛି ବୋଧେ । କଣ ସବୁ କହି ଯାଉଛି । ବିଚରା ଝିଅ ଆଉ ସ୍ତ୍ରୀ କୁ ହରେଇ ନିଜର ମାନସିକ ଭାରସାମ୍ୟ ହରାଇ ବସିଲାଣି । ଭଗବାନ୍ ତାକୁ ବହୁତ୍ କଷ୍ଟ ଦେଲେଣି ଏବେ ସେ କେମିତି ହଉଛି ଦେଖ କେମିତି ନାଚୁଛି । 

  କିଛି ସମୟପରେ ପୋଲିସ୍ ଗାଡ଼ି ରେ କିଛି ଜଣ ପୋଲିସ୍ ଆସି ପହଞ୍ଚି ଗଲେ ହରିଆ ମାଝୀ ର ଘର ଆଗରେ ଆଉ ତାକୁ ଧରି ନେଇ ଗାଡ଼ି ରେ ବସେଇ ଦେଇ ନେଇ ଗଲେ ହାଜତ କୁ । କଲୋନୀ ର ସବୁ ଲୋକ ଚାତକ ଭଳି ଚାହିଁ ରହିଥାନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ କରିଛି ଏ ହରିଆ ମାଝୀ ? କାହିଁକି ପୋଲିସ୍ ଆସି ଘରୁ ଉଠେଇ ନେଲା ତାକୁ ? କେହି ଜଣେ ଆସି କହି ଦେଲା ଆରେ ସେ ହରିଆ ମାଝୀ ପରା ଦି ଟା ଲୋକ ଙ୍କୁ ପିଟି ପିଟି ମାରି ଦେଇଛି ସେଇଥି ପାଇଁ ପୋଲିସ ତାକୁ ଧରି ନେଇଛି । କଥା ଟି କୁ ଲୋକ ମାନେ ସବୁ ସହଜ ରେ ହଜମ କରି ପାରୁ ନ ଥାନ୍ତି , ଦିନେ ଯେଉଁ ମଣିଷ କଲୋନୀ ସାରା ଲୋକ ଙ୍କ ପାଇଁ ଉଦାହରଣ ସାଜି ଥିଲା ସେ ଆଜି ସାଜି ଯାଇଛି ଜଣେ ହତ୍ୟାକାରୀ । କିଛି ଲୋକ ତ ଛିଃ ଛାକର କରି ନିଜ ନିଜ ଘର ଭିତରକୁ ଚାଲି ଯାଉ ଥାନ୍ତି । 

   ଥାନା ରେ ପହଁଚିବା ପରେ ସମସ୍ତେ ଅତି ଘୃଣା ଚକ୍ଷୁ ରେ ଚାହୁଁ ଥାନ୍ତି ହରିଆ ମାଝୀ କୁ ହେଲେ ତା ଆଖି ରେ ପଶ୍ଚାତାପ ର ଟିକେ ବି ଚିହ୍ନ ବର୍ଣ୍ଣ ନ ଥାଏ । ନୂଆ କରି ଆସିଛନ୍ତି ଜଣେ ଥାନା ବାବୁ, ଭାରି ଦୟାଳୁ ମଣିଷ ଟିଏ, ଲୋକ ର ଆଖି କୁ ଦେଖି ପଢି ପାରନ୍ତି ତାର ମନ କଥା । ହରିଆ ମାଝୀ ଯେ ଦୁଇ ଦୁଇ ଟା ଲୋକ କୁ ମାରି ଦେଇଛି ସେ କାଇଁ ସହଜ ରେ ଗ୍ରହଣ କରି ପାରିଲେ ନାହିଁ । ହରିଆ ମାଝୀ ସହ ବ୍ୟକ୍ତିଗତ ଭାବ ରେ କଥା ହେବାକୁ ଚାହିଁଲେ ସେ । ହରିଆ ମାଝୀ କୁ ଅନେକ ଥର ପଚାରିବା ପରେ ସେ ମୁହଁ ଖୋଲିଲା ।  


     ଥାନା ବାବୁ ଦୁନିଆ ମତେ ଆଜି ଦୋଷୀ , ହତ୍ୟାକାରୀ କହୁଛି, ସେଥିରେ ମୋର ଟିକେ ବି ଅବଶୋଷ ନାହିଁ । ମୁଁ ତ ବହୁତ୍ ଖୁସି ଅଛି, ମୋ ଝିଅ କୁ ନ୍ୟାୟ ମିଳିଛି ଆଉ ମୁଁ ଏଇ ନିଜ ହାତ ରେ ତାକୁ ନ୍ୟାୟ ଦେଇଛି । 

   ଶୁଣନ୍ତୁ ବାବୁ ଆଠ ବର୍ଷ ର ଝିଅ ମୋର , କୁନି ପିଲା ଟିଏ, ଆମ ବାପା ମା ଙ୍କ ଆଖିର ତାରା ଥିଲା, ସବୁଦିନ ଘରୁ ସ୍କୁଲ୍ କୁ ଯାଏ ଆଉ ସ୍କୁଲ୍ ରୁ ଘରକୁ ଫେରେ ସାଙ୍ଗ ମାନଙ୍କ ସହ । ହେଲେ ଦିନେ ଝିଅ ମୋର ଗଲା ଯେ ଆଉ ଫେରିଲା ନାହିଁ ଅନେକ ଖୋଜିଲି ହେଲେ ପାଇଲି ନାହିଁ, ଜାଣିଛନ୍ତି ମୋ ଝିଅ କୁଆଡ଼େ ଗଲା? ଏ ନର ରାକ୍ଷସ କେଇ ଜଣ ତାର କୋମଳ ଶରୀର କୁ ଖିନ୍ ଭିନ୍ କରିଦେଲେ , ଚିତ୍କାର କରି ଚାଲିଥିଲା ମୋ ଝିଅ, ଟିକେ ବି ଶୁଣିଲେ ନାହିଁ କେହି ତାର ଗୁହାରି । ସେତିକି ରେ ବି ତାଙ୍କର ମନ ଭରିଲାନି ଝିଅ କୁ ମୋର ମାରି ଦେଇ ଫୋପାଡି ଦେଲେ ପଡିଆ ପାଖ ବୁଦା ମୂଳ ରେ । ପୋଲିସ୍ ବାବୁ ଆସିଲେ , ତନାଘନା କଲେ, ଏମିତି କି ଅପରାଧୀ ର ସୁରାକ ମଧ୍ୟ ମିଳିଲା , ହେଲେ ଏ ଆଇନ୍ ଆମକୁ ଧୋକା ଦେଲା , ପୋଲିସ୍ ଅଫିସର୍ କିଛି ଟଙ୍କା ନେଇ ଅପରାଧୀ ର ସବୁ ପ୍ରମାଣ କୁ ନଷ୍ଟ କରିଦେଲେ । ଏଇ ଥାନା କଚେରୀ ଦଉଡ଼ି ଦଉଡ଼ି କେତେ ଯେ ଦିନ ମୋର କଟିଛି ହିସାବ ନାହିଁ, କେତେ ଯେ ଚପଲ ଛିଡି ଯାଇଛି ହିସାବ ନାହିଁ, ଝିଅ କୁ ହରେଇ ସ୍ତ୍ରୀ ମୋର ପାଗେଳି ହେଇ ଗଲା, ଆଉ ମାତ୍ର କେଇ ଦିନ ରେ ସେ ବି କୂଅ କୁ ଡେଇଁ ନିଜ ଜୀବନ ଦେଇ ଦେଲା । ମୁଁ ବି ଭାବି ନେଲି ଆଉ କାହା ପାଇଁ ବଞ୍ଚିବି ଏ ଦୁନିଆ ରେ ମୁଁ ହେଲେ ମରିବା ପୂର୍ବରୁ ସେ ଅପରାଧୀ କୁ ନିଶ୍ଚେ ମାରି ଦେବି । ଯଦି ଏଠି ଟଙ୍କା ନେଇ ଅପରାଧୀ କୁ ଦୁନିଆ ରେ ଆହୁରି ବେଶି ଅପରାଧ କରିବା ପାଇଁ ସୁଯୋଗ ଦିଆ ଯାଉଛି ତାହେଲେ ଆମେ ଏଠି ନିଜ ପାଇଁ ନ୍ୟାୟ ର ତାଲିକା ନିଜେ ତିଆରି କରିବୁ । ମତେ ଆଇନ୍ ଯାହା ଦୋଷ ଦେଉ ପଛେ ହେଲେ ମୁଁ ସେ ଦୁଇ ଅପରାଧୀ କୁ ମାରି ଦେଇ ମୋ କୁନି ଝିଅ ମୂର୍ତ୍ୟୁ ର ପ୍ରତିଶୋଧ ନେଇଛି , ମୋ ସ୍ତ୍ରୀ ମୃତ୍ୟୁ ର କାରଣ କୁ ମୁଁ ହତ୍ୟା କରିଛି, ମୁଁ ଆଜି ବହୁତ୍ ଖୁସି , ବହୁତ୍ ଖୁସି । ମୋ ଝିଅ କୁ ନ୍ୟାୟ ମିଳିଛି ଆଉ ମୋତେ ଆତ୍ମସନ୍ତୋଷ । । । ( ଭେଁ ଭେଁ କରି କାନ୍ଦି ଉଠିଲା ହରିଆ ମାଝୀ)

    ଥାନା ବାବୁ ଙ୍କ ଆଖିରୁ ଅଜାଣତରେ ଝରି ଆସିଲା ଦି ଟୋପା ଲୁହ ।



Rate this content
Log in

More oriya story from Anita Jena

Similar oriya story from Tragedy