Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balabanta Sahu

Inspirational

2  

Balabanta Sahu

Inspirational

ତତଲାଗଡ଼ର ଶେଷ ତାତି

ତତଲାଗଡ଼ର ଶେଷ ତାତି

1 min
6.4K


ଅଣାୟତ ପରିସ୍ଥିତି ଯେ ଟାଣି ଆଣିଥିଲା ମୋତେ

ଏଇ ତତଲାଗଡ଼ ମାଟିକୁ

ପରିଚୟ ସୃଷ୍ଟି କରିଦେଇସାରିଥିଲା

କେଇଟା ଲୋକଙ୍କ ହୃଦୟରେ 

ହେଲେ ସଂସାରର ନିୟମ ଯେ

  "ଆସିବୁ ଯଦି ଯିବାକୁ ବାଧ୍ୟ ତୁ" 

ଆଜି ଶେଷ କେଇଟା ମୁହୂର୍ତ୍ତ ଏଇ କଳାର ମାଟିରେ

ବିଦାୟ ସମୟ ଆଉ ଗୋଟେ ପାଦ ।


ଟିଟିଲାଗଡ଼ର ଝାଞ୍ଜି ମାଡ ,

ଏଠାକାର କିଛି ସ୍ୱାର୍ଥଖୋରଙ୍କ ଲୋଲୁପ ଦୃଷ୍ଟି ,

ତା'ସହ ମୋ ଅଳସୁଆମୀ

ନେଇଗଲା ବହୁତ କିଛି

ନା ରହିପାରିଲା ପୂର୍ବବତ୍ ଆଗ୍ରହ

ନା ରହିଲା ପରିଶ୍ରମ 

ବହିମାନଙ୍କରେ ଡୋରି ବନ୍ଧା ହୋଇଗଲା

ସେମାନେ ସାଜିଗଲେ ଗୋଟେ ଗୋଟେ ସ୍ମୃତି

ଶତ ଶତ ବର୍ଷତଳର ପୋଥି ପରି ।


ଏତେସବୁ ଯିବାପରେ ବି ମୁଁ ଆଜି ଖୁସି

କାହିଁକିନା ,

ଢେର୍ ଅଧିକା ଦେଇଛି ନେବାଠୁ

ଅମାପ ସ୍ମୃତି

ଅକଳନୀୟ ଦୁଃଖ 

ଅବିରତ ଅଶ୍ରୁଧାର

ଅଗଣିତ ସମ୍ପର୍କ

ଅଭୁଲା ମୁହୂର୍ତ୍ତ

ଅଜସ୍ର ଖୁସିର ଆସର

ତା ସାଥେ ସାଥେ

କବିତ୍ୱ ମନୋଭାବ ଓ ଦାର୍ଶନିକ ଚିନ୍ତାଧାରା ।


ସ୍ୱୀକାର କରୁଛି ମୁଁ

ଲୁହ ଦେଇଛି

ଦୁଃଖ ବି ଦେଇଛି

କିନ୍ତୁ ମୁଁ ଆଜି ଖୁସି ।

କାହିଁକିନା;

ବହୁତ କିଛି ଶିଖାଇଛି ଏଇ ଲୁହ

ଏଇ ଦୁଃଖ

ଏଇ ବିଶ୍ୱାସଘାତକତା

ଏଇ ଛଳନା 

ଆଉ ଏଇ ମିଛ ଆଶ୍ୱାସନା ଗୁଡିକ ।

ଯାହା ସବୁ ମୁଁ ଶିଖିପାରିନଥାନ୍ତି ବୋଧେ !

ପୃଥିବୀର କୌଣସି ଗୋଟେ ବିଶ୍ବବିଦ୍ୟାଳୟରେ...


ବଳବନ୍ତ ସାହୁ

ଭୂଷଲାର୍ଡ, ସିନ୍ଧେକେଲା, ବଲାଙ୍ଗୀର

ମୋ-9078105234


Rate this content
Log in

Similar oriya poem from Inspirational