ସକାଳ
ସକାଳ
ସକାଳ
ସକାଳ ଆରମ୍ଭର ଅନ୍ୟ ଏକ ସଂଭାବନା,
ସକାଳ ଅସରନ୍ତି ମୁହୂର୍ତ୍ତର, ମୁହୂର୍ତ୍ତଟେ ।
ସକାଳ ଆଶା ର ଆର ପାଖେ
ଆଉଥରେ ଫେରିବାର ବେଳ,
ସକାଳ ଦୂର, ଧିର ଦିଗନ୍ତ ଦେଖା ଚାହଁ।
କେବେ ଏ କୂଳ ସେ କୂଳ ।
ସକାଳ ତୀବ୍ର କୋଳାହଳ ଅନ୍ତରାଳେ
ଶାନ୍ତ କାନ୍ତ ଚଉଦିଗ ଶିଥିଳ, ଶିତଳ ।
ସକାଳ ଘନ ଅନ୍ଧକାର ଅବଧିର ଅଧରେ ଅଧୁଲାଏ
ଆଲୋକ ଉଜ୍ଜ୍ବଳ ।
ସକାଳ ଗୁଂଜରିତ ପକ୍ଷିରାବେ
ମୁଖରିତ ମଧୁର ମହ୍ଲାର ,
ସକାଳ ମୃଦୁ ମୃଦୁ ମଳୟର
ମହନୀୟ ସ୍ପର୍ଶ,
ସ୍ୱର୍ଗ ବା କେତେ ଦୂର..!
ସକାଳ ଟିପି ଟିପି କାକର ମୋତିଟେ,
ମତୁଆଲା ଦୂବ କାନେ ଝୁଲେ,
ସକାଳ ଦୂର୍ବାର ସେ କମନୀୟ ପରଷେ,
ଶେଫାଳୀ ମୁଁ ଲୋଟୁଥାଏ ତଳେ ।
ସକାଳ ସକଳ ପତିଆରା ସଜବାଜ ଏଡ଼ାଇବାକୁ ପ୍ରତିକୂଳ ;
ବିଶ୍ୱାସ ମୋ ଆଢୁଆଳ ।
ସକାଳ ଲେଉଟାଣି ଲଲାଟରେ ଲଟକିଛି ଲୋତକ କି ଲୋଭର
ଅନ୍ତୁଡିଶାଳ..!!
*****
ଅଶୋକ କୁମାର ସେଠୀ
କଲ୍ୟାଣପୁର, ନୟାଗଡ଼
ମୋ:୯୮୬୧୦୬୦୧୫୨