STORYMIRROR

Ashok kumar Sethi

Others

2  

Ashok kumar Sethi

Others

ପାର୍ବଣ ଆସିଛି...

ପାର୍ବଣ ଆସିଛି...

1 min
13.6K


ପାର୍ବଣ ଆସିଛି ବୋଲି ଶରତ ହସୁଛି,

ଓହଳେ ଆଲୁଅ ମାଳ ମାଳ ;

ଅନ୍ଧାର କୋ' ହଟୁଛି !


ଏସନ ବି ମା' ଆସିବ ବୋଲି ;

ସଜ ଫୁଲ ନେଇ କରିଥାନ୍ତି ଆମନ୍ତ୍ରଣ.

ବଗିଚାରେ ଫୁଟିଥିବା ଫୁଲ ଚାଟୁକରାମାନେ

ସବୁ ଚୋରି କରିନେଲେ କୋ' ମନ୍ତ୍ରୀ

ଆସିବେ ବୋଲି ...

ମା ତୁ ଆସିବୁ ବୋଲି;

ତୋ' ପାଇଁ ତୋରଣ ପାରିଲିନି ଯୋଗାଡ଼ି,

ରାସ୍ତାକଡ଼ ପୁରୁଖା ଗଛ ସବୁ କାଟି ଦିଆଗଲା

ସବୁ ଲୋକ ଠିକ ରାସ୍ତାରେ ଯିବେ ବୋଲି ...

ତୋ' ପାଦ ଧୋଇଦେବା ପାଇଁ ପାଣିର ଉତ୍କଟ ଅଭାବ

ସବୁ ନଦୀ ନାଳ ଏବେ ଶୁଖିଲା ଶୁଖିଲା ଲୋଭ ,

ପାଦ ଧୋଇବୁ ତ ନେ ମଦ ବୋତଲଟେ

ଏଠି ସେଠି ସବୁଠି ଏବେ ମଦର ବଢି !

ଚାଇନା ଦୀପରେ ଆଲୋକର ମାୟା

ତୋ' ଆଳତିବେଳେ ବୁଲେ ଏଠି ଚିଲମ ଧୂଆଁ ,

ମୁଁ ଜାଣେ ତୁ ଦେବୀ ନୁହଁ ;

ଗୋଟେ ଛଣ ଛାଞ୍ଚର ପ୍ରତିମା ,

ଶିଳ୍ପୀର ଖିଆଲ ମନର କଳ୍ପନା,

ଜରି କାଗଜର ଅସ୍ତ୍ର ତ୍ରିଶୂଳ

ଉଗ୍ର ରୂପ ତୋ ମିଛ ବାହାନା !


ଏଥର ଆସିଛୁ ତ’ ଦୁର୍ଗା, ବାସନ୍ତୀ

ଅବା କାଳୀ ରୂପ ନେଇ,

ଯେଉଁଠି ରଖିବୁ ପାଦ ;

ମହିଷାସୁରର ଅନୁଭବ ..

ରାଜନୀତି ଆକ୍ରୋଶ ଅବା

ଆତଙ୍କ ଉପଦ୍ରବ, ଚାଷୀ ଆତ୍ମହତ୍ୟା

ଅବା ବେକାରୀ ଯୁବକ...

ଏଥର ଆସିଛୁ ତ ହଟେଇ ଦେ

ଯାବତୀୟ ମରୁଡି ;

ଆଗ ପରି ରହି ଯାଆନା ଜିଭ କାମୁଡି |

କାଇଁ ତୋ ହାତେ

ପାପୀର କଟାମୁଣ୍ଡ ?

ହାଉଯାଉ ମହିଷାସୁରର ଗହଳି …

ତୋ' ବାହାନାରେ କେତେ ଜୁଲମ ଅସୁଲ

ଠିପିଖୋଲା ମାଉଁସ କୁକୁଡ଼ା ,

କେତେ ଘର କାନ୍ଥ କବାଟରେ

ନଛନଛ ହିଂସ୍ର ନଖ ରାମ୍ପୁଡ଼ା..

ଭସାଣିରେ ଏ ଭରସାରେ ଭାସିଯିବୁ

ଆର ବରଷକୁ ପୁଣି ଆସିବୁ ବୋଲି ...


ଅଶୋକ କୁମାର ସେଠୀ

କଲ୍ୟାଣପୁର, ନୟାଗଡ

ମୋ 9861060152




Rate this content
Log in