ଧୁ ଧୁ ଦ୍ବିପ୍ରହର
ଧୁ ଧୁ ଦ୍ବିପ୍ରହର
1 min
13.6K
ଧୁ ଧୁ ଧରାରେ ଧଇଁସଇଁ ମରୀଚିକା
ସୁନସାନ ଗାଁ ଦାଣ୍ଡ ଗୋଡ଼ାଏ ଖାଁ ଖାଁ ..
ଜୀବନ ମରଣ ଝାଞ୍ଜିରେ ଜଳଦଘର୍ମେ
ଜୀବନ ଜୀବିକା ,
ଅଂଶୁଘାତ ଆଶଙ୍କାରେ ଛାଡେ କି ଜୀବିକା ..??
ଖରାବେଳେ ଫେରୀଵାଲା ରହି ରହି
ଆଉଟାଏ ନିଷ୍ଫଳ ଚିତ୍କାର...
ମଲେଇ, ଆଇସକ୍ରିମ, ତାଳସଜ ଭାର
କୁନିପୁଅ ଅଡ଼ିବସେ ଅଝଟ କାତରେ
ଶୋଲେ କି ଗିଲାସେ ଚାଉଳ ମା ଦେ ଏଥର...!
ଦାଣ୍ଡ ପିଣ୍ଡା ଉଛୁଳେ ତାସପାଲିର ମେଳ
ଧାଡ଼ିକି ଧୁକୁଡ଼ି, ଲୁଡୁପାଲି, ବାଘଛେଳି ଖେଳ |
ଜାମୁଡ଼ାଳଘେରା ବେଙ୍ଗୁଲି ନାଟ
ବରଷା ଲାଗି ଯାହା ଏତେ ସବୁ ନାଟ |
ପବନରେ ଗଛପତ୍ର ଟିକେ ଗଲେ ଚହଲି
ନିଛାଟିଆ ଆମ୍ବତୋଟା ପଡେ ଗହଳି |
ଅଶୋକ କୁମାର ସେଠୀ
କଲ୍ୟାଣପୁର, ନୟାଗଡ
ମୋ-9861060152
