Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mausumi Rani behera

Classics

3  

Mausumi Rani behera

Classics

ତୂର୍ଯ୍ୟନାଦ ******** ନାରୀ ଟିଏ

ତୂର୍ଯ୍ୟନାଦ ******** ନାରୀ ଟିଏ

1 min
304


ନାରୀ ଟିଏ

କେଡେ ହୀନିମାନ

କାହା ଇଚ୍ଛା ର ସାମଗ୍ରୀ ସେ ,

କାହା ପାଇଁ ମୂଲ୍ୟ ହୀନ

ବାଆ-ଵତାସ ରେ ଉଡୁଥିବା

ଶୁଖିଲା ପତ୍ର ର ଜୀବନ --

କେଉଁ ଆଦି କାଳ ରୁ ଆଜି ଯାଏ ,

ଶୁଭେ ଖାଲି ନାରୀ ଟି ର

ଅବ୍ୟକ୍ତ ଯନ୍ତ୍ରଣା ର କରୁଣ ସ୍ୱନ


ନାରୀ ପାଇଁ କେଵେ କିଏ

ତୋଳି ଥିଲା କି

ପ୍ରତିଵାଦ ର ସ୍ୱର ଟିଏ

ନାରୀ ଟିକୁ ସମ୍ମାନ ଓ ସ୍ୱ।ଧୀନତା ଦେବାକୁ

ରଚିଥିଲା କି ତାଣ୍ଡବ

ନା

କେଵଳ ଥିଲା ,

ଅହଲ୍ୟା ପାଇଁ ପଦ ରେଣୁ ର ମହାର୍ଘ୍ୟ,

ଅସହାୟ ଦ୍ରୌପଦୀ ପାଇଁ

ଅନ୍ତରାଳୁ ବସ୍ତ୍ର ଦାନେ ବ୍ୟାପ୍ତତ

କୃଷ୍ଣ ସଖା ,

ଅନ୍ତସ୍ୱତ୍ତା -ପରିତ୍ୟକ୍ତା

           ସୀତା ପାଇଁ

ଵାଲ୍ମିକୀ ଆଶ୍ରମ ଟିଏ ଥିଲା

          

ଅଶ୍ଳୀଳ ଇଙ୍ଗିତେ

ନାରୀ ଟିଏ ଆଜି

ମଥା ନତ କରି ଚାଲେ ସଭ୍ୟ ସମାଜ ରେ ,

କେବେ ଧର୍ଷିତା , ଲାଞ୍ଛିତା ହୋଇ

ଆତ୍ମହତ୍ୟା କରେ ,

କୁସୁମ -କୋମଳ ତନୁ ଯା'ର

କେବେ ହୁଏ ହତ୍ୟା ର ଶୀକାର

ଜାୟା , ଜନନୀ , ଭଗିନୀ , କନ୍ୟା ର

ମଧୁମୟ ରୂପ ଟିଏ ,

ଅବାରିତ ସେନେହ ର

ସ୍ୱଚ୍ଛ -ସଲୀଳା -ଧାରା ଟିଏ ,

ଵାନ୍ଧବୀ , ପ୍ରେମିକା ର

ମୁଗ୍ଧ ଅନୁଭବ ଟିଏ ,

ଚିହ୍ନ ବିଛିନ୍ମ ହୁଏ

ପଶୁ ଖୁର ଘାତେ


ଆସିବକି କେବେ ପୁଣି

ନୂତନ ସୂର୍ଯୋଦୟ ଟିଏ ,

ଆଦ୍ୟାଶକ୍ତି , କାତ୍ୟାୟନୀ 

ମହିଷାସୁର -ରକ୍ତ ବୀର୍ଯ୍ୟ -

ଶୁମ୍ଭ -ନିଶୁମ୍ଭ ନାଶିନୀ -ମାୟେ

ଦୁଷ୍ଟ ନିବାରି --ଉଶ୍ୱ।ସନ୍ତେ ମହୀ ,

ତ୍ରିଶୁଳ ହସ୍ତେ ଧରି

ନାରୀ ସ୍ୱ।ଧୀନତା ର ବିଜୟ --ଶଙ୍ଖନାଦ

ଗୁଞ୍ଜି ଉଠନ୍ତା ଦିଗ୍ ଵଳୟ ଧାରେ

ନାରୀତ୍ୱ ଆଉ ଚାପି ରହନ୍ତା ନି ,

ପୌରୁଷତ୍ୱ ର ବୃଥା ଅହମିକା ତଳେ ,

ଉଦ୍ ଭାସିତ ହୁଅନ୍ତା ,

ନୂତନ ସୂର୍ଯ୍ୟୋଦୟ ଟିଏ


Rate this content
Log in

Similar oriya poem from Classics