ଜୀବନ ଗୀତା-୨୯୫
ଜୀବନ ଗୀତା-୨୯୫
ଜୀବନ ସତ୍ୟ ଜୀବନ ଶିବ
ଜୀବହିଁ ସୁନ୍ଦର
ଜୀବନ ଗତି ଜୀବନ ମୁକ୍ତି
ଜୀବନହିଁ ମଧୁର ॥୦॥
ସରଗ ମିଛ ନରକ ମିଛ
ଜୀବନ ଏକା ସତ
ଦେବତା ମିଛ ଦାନବ ମିଛ
ମାନବ ଏକା ସତ
ଜୀବନ ସୁଖ ଜୀବନ ଦୁଃଖ
ଜୀବନହିଁ ଉଦାର ॥୧॥
ଆକାଶ ମିଛ ପାତାଳ ମିଛ
ପୃଥିବୀ ଏକା ସତ
ପ୍ରାରବ୍ଧ ମିଛ ଭବିଷ୍ୟ ମିଛ
ବର୍ତ୍ତମାନଟି ସତ
ଜୀବନ ପୂଣ୍ୟ ଜୀବନ ଧନ୍ୟ
ଜୀବନହିଁ ମନ୍ଦିର ॥୨॥