Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦୋଷ ଦେବନି ଜମା

ଦୋଷ ଦେବନି ଜମା

1 min
6.9K


କାଞ୍ଚନ ମଲ୍ଲିକ

ତୁମେ ଅଖାଟିଏ ପାରିଦେଲ

ମୁଁ ପାଦ ଥାପିଦେଲି

ତୁମେ କାନ୍ଥ ବଢେଇଦେଲ

ମୁଁ ବସିଗଲି

ତୁମେ ଛପର ପକେଇଦେଲ

ମୁଁ ଆରାମରେ ଶୋଇଗଲି ।


ଏବେ ପାରୁଛ ତ ଶୀଘ୍ର

କବାଟଟିଏ ଲଗାଇଦିଅ

ନ ହେଲେ ଶେଷକୁ ମୋତେ

ଦୋଷ ଦେବନି ଜମା,

କାରଣ, ଶୋଇଲେ ହିଁ ନିଦ ଆସେ

ନିଦ ସ୍ଵପ୍ନ ଆଣେ ।


ଏବେ ଏବେ ସ୍ଵପ୍ନରେ କେବଳ

ଝିପିଝିପି ବର୍ଷା, ମହମହ ବାସ୍ନା

ଥଣ୍ଡାଥଣ୍ଡା ଜ୍ୟୋସ୍ନା, ଆଉ

ଅକଳନ ତୃଷ୍ଣା.....

ଦେଖ ତ ମୁଁ ଶୋଇଛି ତୁମ ଘରେ

ହେଲେ, ଭାସୁଛି ଆକାଶରେ.....

ପାରୁଛ ତ କବାଟଟିଏ ଲଗାଇଦିଅ

ନ ହେଲେ ମୋତେ ଦୋଷ ଦେବନି ଜମା,

ହବତ, କରିଦେବ କ୍ଷମା ।


Rate this content
Log in

Similar oriya poem from Classics