ଜୀବନ
ଜୀବନ
ପାଇବା ହରାଇବା
ଅତୀତ ବର୍ତ୍ତମାନ
ସ୍ୱପ୍ନ ବାସ୍ତବ
ଏମିତି କିଛିର ଫେଣ୍ଟାଫେଣ୍ଟି
ଏଇ ଜୀବନ.....
ଖୁସି ବୋଲି ଜାବୁଡି ଧରିଥିବା କ୍ଷଣ ଯେ
ହେଇପାରେ ବେଇମାନ୍
ଚାଲିଯାଏ ଦୂରକୁ
ଆଖି କଣରେ ଭରିଦେଇ ଟୋପେ ଲୁଣ ପାଣି
ବହିଯିବାକୁ ଚାହିଁ ମଧ୍ୟ
ବୋହିପାରେନି... କାଳେ
କିଏ ଧରିନେବ ଦୁର୍ବଳତା
ଭାବୁଥାଏ ମୁଁ ଅଟକାଇ ପାରନ୍ତି କି
ସୁଖ ସମୟକୁ ।।
ବଢାଇ ଦିଅ ପ୍ରଭୁ ସୁଖର ଆୟୁଷ
ଜୀଇଯାଏ କିଛି ଦିନ ଭ୍ରମରେ
ମୁଁ ସୁଖୀ .....
ଆତ୍ମପ୍ରକାଶ କରିବାକୁ ମନା
କାହିଁକି ନା ସତ ଦୁରେଇ ଦିଏ
ହୃଦୟକୁ ହୃଦୟଠୁ
ଆଉ ମିଛ ଆଣିଦିଏ
ତୁହାକୁତୁହା ଆତ୍ମୀୟତା
ହେଇଥାଉ ପଛେ କ୍ଷଣସ୍ଥାୟୀ
ଆଉ ତୁମେ ମିଛର ପାହାଡ ଉପରେ ଛିଡା ହୋଇ
ଖୋଜ ସମ୍ପର୍କର ଖିଅ
ଯାହା ଅଦୃଶ୍ୟ ହେଲେ ଉପସ୍ଥିତ
ବିନ୍ଦୁଏ ଛଳନା ରହିତ ଭଲପାଇବାରେ ...... ।।
ପଦ୍ମାଳୟା