ଜୀବନ ଗୀତା-୩୮୧
ଜୀବନ ଗୀତା-୩୮୧
ଜୀବନର ଯେତେଯେତେ
ଦୁଃଖ ଆଉ ଅସହାୟତା
ଗଢି ତୋଳିଛି ତାହାର
ମଧ୍ୟେ ଏକ ବିଦ୍ରୋହୀ ସତ୍ତା ॥୦॥
ପ୍ରତି ଅନ୍ୟାୟ ଅତ୍ୟାଚାରର
କରିଛି ସେ ପ୍ରତିବାଦ
ଯୁଦ୍ଧ ଡାକରା ଦେଇ ରଣକ୍ଷେତ୍ରେ
କରିଅଛି ଶଙ୍ଖନାଦ
ଲଢେଇରେ ଜିତି ସିଏ
ହୋଇଅଛି ଜଗତଜିତା ॥୧॥
ଜୀବନ ଚିତ୍ରକୁ ବଦଳାଇ
ଦେଇଛି ସେ ନିଜ ହାତେ
ସାଲିସ କରିକି ଜିଇଁନାହିଁ
କେବେହେଲେ କାହାସାଥେ
ନିଜହାତେ ତିଆରିଛି
ନୂଆକରି ନିଜର ରାସ୍ତା ॥୨॥