Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ଦୁଃଖ ଧରିଛି ଜାବୁଡି

ଦୁଃଖ ଧରିଛି ଜାବୁଡି

1 min
6.4K


ମାଟି ମାଆର ଦାୟାଦ ସିଏ

ଦୁଃଖ ଧରିଛି ଜାବୁଡି l.... O

ଭୁଲି ଯାଇଛି ଘର ଜଞ୍ଜାଳ

ଜୀବନ ସହ ଖେଳିଛି ଖେଳ

ବଣ ପାହାଡ଼ କଣ୍ଟା ଓ ଲଟା

କମାଣ ସଦା କହୁଛି କଥା

ଜନମ ମାଟି ସୁରକ୍ଷା ପାଇଁ

ନିଜକୁ ରଖେ ସଜାଡି... 1


କାନ୍ଧରେ ସଦା ବନ୍ଧୁକ ରଖି

ଶତୃ କୁ ଦେଖୁଥାଏ ନିରେଖି

ମାୟା ମମତା ଯାଇଛି ହୁଡ଼ି

ଜୀବନ ଯାଉ ପିଞ୍ଜରା ଛାଡି

ସହିଦ୍ ହେବ ମାଟି ମା ପାଇଁ

ମାଆର କୋଳ ଜାବୁଡି.. 2


ମନେ ପଡିଲେ ସଂସାର କଥା

ଗାଉଛି ମାଟି ମାଆ ର ଗାଥା

ସଂସାର ମୋହ ଦିଏ ପାଶୋରି

ଝରାଇ ନେତୃ ଲୋତକ ବାରି

କର୍ତ୍ତବ୍ୟ ପଥେ ଆଗେଇ ଚାଲେ

ମୋହ ମାୟା କୁ ପାଶୋରି.... 3


ଜନ୍ମିଛି ତାର ଏନ୍ତୁଡିଶାଳ

ବୁଲିଛି କେତେ ତା ତୋଟା ମାଳ

ସହିଛି ବହୁ ଅଳି ଅର୍ଦ୍ଦଳି

ଥରୁ ଟେ କେବେ ଦେଇନି ଗାଳି

ମାଆ ର ପାଇଁ ଯେତେକ ଦୁଃଖ

ଛାତିରେ ଧରେ ଜାବୁଡ଼ି... 4,


ଦୂରରୁ ଶୁଣି ଗୃହ ବାରତା

ଚାପି ଧରଇ ମୋହ ର ବ୍ୟଥା

ଅତୀତ କଥା ବସଇ ଭାବି

ମାନସେ ମନ ମାନସୀ ଛବି

ପାଣି ଫୋଟକା ଜୀବନ ନେଇ

ଠାକୁରେ କରେ ଗୁହାରି.... 5


ଗୋଟିଏ କଥା ଜାଣିଛି ସିଏ

ମାଟି ମାଆର ଦାୟାଦ ସିଏ

ମାଆ ର ମୁଖେ ଫୁଟାଇ ହସ

ଛାଡ଼ିବ ଦିନେ ଶେଷ ନିଶ୍ଵାସ

ତାହାର କୋଳେ ବିଲୀନ ହେବ

ମାଟିକୁ ଦାନ୍ତେ କାମୁଡି.... 6

ମାଟି ମାଆର ଦାୟାଦ ସିଏ

ଦୁଃଖ ଧରିଛି ଜାବୁଡି........






Rate this content
Log in

Similar oriya poem from Inspirational