Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santoshkumar Pradhan

Inspirational

2  

Santoshkumar Pradhan

Inspirational

ବୋଉ

ବୋଉ

1 min
6.8K


ତୁମରି କୋଳରେ ଚାନ୍ଦ ଦେଖିଅଛି

ଲୋରି ବାୟାର ଗୀତ ନିତି ଶୁଣିଅଛି

ଅଝଟ ହୋଇ ମାଡ ଖାଇଅଛି

ଗେଲ ଆଦରରେ ସେନେହ ପାଇଛି

କଅଁଳ ପାଦକୁ ଥାପି ଥାପି ଚାଲିବା ଶିଖିଛି

ଝୁଣ୍ଟି ପଡିଗଲେ ତବ ପଣତ କାନି ଧୂଳି ପୋଛ ଦେଇଅଛି

କୋମଳ ଓଠରେ କଥା କହିବା ଶିଖିଛି

ସଭିଙ୍କୁ ଚିହ୍ନିବା ତୁମଠାରୁ ଜାଣିଛି

ଭୋକର ଜ୍ଵଳାରେ କେତେ କାନ୍ଦିଅଛି

ତବ ଅମୃତ ପାନ କରି ଆରାମେ ଶୋଇଅଛି

ଅନ୍ଧାରକୁ ଦେଖି କେତେ ଡରିଅଛି

ତବ ପଣତକାନିରେ ମୁହଁ ଲୁଚାଇ ଅଭୟ ଶକତି ପାଇଛି

ତୁମରି ଠାରେ କେତେ ଅଳି କରିଅଛି

ପ୍ରତି ବଦଳରେ ମୁଁ ଆଜି ବଞ୍ଚିବା ପାଇଛି

          ବଞ୍ଚିବା ପାଇଛି ।

ଡଃ. ସନ୍ତୋଷ କୁମାର ପ୍ରଧାନ.


Rate this content
Log in

More oriya poem from Santoshkumar Pradhan

Similar oriya poem from Inspirational