ଜୀବନର ପରିଭାଷା
ଜୀବନର ପରିଭାଷା
ଜୀବନଟା ସତରେ କେମିତି ?
ସୁଖର ନା ଦୁଃଖର ?
ଘାତ ପ୍ରତିଘାତ, ଠେଲା ଠେଲି , କେଂଚା କେଂଚିର ସମାହାରରେ,
ମୂଳରୁ ଶେଷ ଯାଏ ଜୀବନ ଯେ ବିତେ ।
ଅଶେଷ ଯନ୍ତ୍ରଣା ସାଗରେ ଉବୁଟୁବୁ ହୋଇ,
ମାତୃ ଗର୍ଭରୁ ଠେଲା ଠେଲି ରେ ଅଣ ନିଃଶ୍ବାସି ହୋଇ ,
ମାଟି ଓ ଆକାଶର ପରଶେ ଜୀବନ ଆରମ୍ଭ ହୁଏ ।
ସମାଜର ଶୃଙ୍ଖଳରେ ବାନ୍ଧି ହୋଇ , ସ୍ନେହ ର ଆବର୍ତ୍ତନୀରେ ଘୁରି ଘୁରି,
ଶୈଶବର ଆର୍ତ୍ତନାଦରେ , ଜୀବନ ତା କଡ ଲେଉଟାଏ ।
ଉଚ୍ଛୃଙ୍ଖଳତାର ପଥେ ପଥେ , ଯୌବନର ହାତ ଧରି ,
ମଦମତ୍ତ ହୋଇ ସୌନ୍ଦର୍ଯ୍ଯର ପରାକାଷ୍ଠା ନେଇ,
ଜୀବନ ବାଟ ଅବାଟ ନ ମାନି ଦୌଡୁ ଥାଏ ,
କ୍ଲାନ୍ତି ବି ତାକୁ ପାରେନି ଛୁଇଁ ।
ହାତ ପାଦ ବନ୍ଧା ହୋଇ , ମୂକ ବଧିର ସାଜି ,
କିଛି ପୀଡା ଓ ଯନ୍ତ୍ରଣାର ଶିତ୍କାର ଭରି ଥିବା ବାର୍ଦ୍ଧକ୍ୟକୁ ଦେଖି ଦେଖି ,
ଜୀବନ ତା ଶେଷ ପଥ ବାଛି ନେଇ ଥାଏ ,
ବେଶ କିଛି ଠେଲା ଠେଲି , କେଂଚା କେଂଚି ଭିତରେ,
ଜନ୍ମ ଓ ମୃତ୍ୟୁ ପରେ, ଜୀବନଟା ଏମିତି ବଂଚି ରହିଥାଏ ।