Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Romance

4.8  

Sukanti Hotta

Romance

ତୁମରି ପ୍ରେମର ପ୍ରେମିକା ମୁଁ

ତୁମରି ପ୍ରେମର ପ୍ରେମିକା ମୁଁ

1 min
119


ତୁମରି ପ୍ରେମରେ ପ୍ରେମିକା ସାଜି

ଚିରଦିନ ସାଥୀହେବି

ସୁଖଦୁଃଖର ସଂସାର ମଧ୍ୟରେ

ତୁମ ପାଖେ ସଦାଥିବି l


ତୁମରି ନାମରେ ହାତରେ ଶଙ୍ଖା

କପାଳେ ଥିବ ସିନ୍ଦୁର

ରାଧା କୃଷ୍ଣ ପରି ଗଢ଼ା ହେବ ଆମ

ପ୍ରେମର ପରିବାର l


ନଥିବ ଛଳନା ନଥିବ କପଟ

ପ୍ରେମ ରେ ଗଢିବା ଘର

ପ୍ରେମ ଘରଟିରେ ଭରି ରହିଥିବ

ଦୟା କ୍ଷମାର ପ୍ରାଚୀର


ସକାଳେ ସଞ୍ଜରେ ଆମ ପୂଜା ଘରେ

ଘିଅ ଦୀପକୁ ଜାଳିବି

ଅଖଣ୍ଡ ସୌଭାଗ୍ୟବତୀ କରିଦିଅ ବୋଲି

ପ୍ରଭୁ ପାଦେ ମାଗିବି l



Rate this content
Log in

Similar oriya poem from Romance