Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

2  

Ansuman Swain

Inspirational

କବିତା (କାଳିଆ ଠାକୁର )

କବିତା (କାଳିଆ ଠାକୁର )

1 min
7.2K


କାଳ କଳେବର    କାଳିଆ ଠାକୁର

       ତୁମର ଏକି ବିଚାର 

ତୁମରି ଦାଣ୍ଡରେ   କେତେଯେ ଭିକାରୀ

       ହେଉଛନ୍ତି ଛାରକାର ।

ପେଟତ ତାଙ୍କର    ଶୁଖି ଯାଉଅଛି

       ତୁମ ନାମ ଧରି ଧରି

ତୁମେ ବସିଅଛ     ବଡ଼ ଦେଉଳରେ

        ଶୁଣିବ କାହିଁ ଗୁହାରି ।

ଆଖିରେ ତାଙ୍କର    ଛଳ, ଛଳ ଲୁହ

        ତମକୁ ତ ଚାହିଁ ଚାହିଁ

କେଉଁ ଜନମରେ    ପାପକର୍ମ ଥିଲା

        କୁହ କାଳିଆ ଗୋସେଇଁ ।

ଇଚ୍ଛା କଲେ ତୁମେ   ହସିବ ଜୀବନ

          ହସିବ ତାଙ୍କରି ମନ

ତୁମେ ପରା ଏଠି    ଅନାଥର ନାଥ

         ତୁମେ ଦୁଃଖିଙ୍କ ଜୀବନ ।


Rate this content
Log in

Similar oriya poem from Inspirational