STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଯିଏ ଯାହା ସ୍ଥାନରେ ସୁନ୍ଦର

ଯିଏ ଯାହା ସ୍ଥାନରେ ସୁନ୍ଦର

5 mins
0

ଦୁନିଆଁ ବଦଳେଇ ଦେଲା ଭଳି ଚିନ୍ତା କରି ସ୍ନିଗ୍ଧା ଶୋଇ ପାରୁନଥିଲେ. ପ୍ରଥମତଃ ବହୁଦିନର ହରିଆ କାକା ଙ୍କୁ ବିଦା କରି ନିଜ ଘର କାମ ନିଜେ କରୁଥିଲେ. ବାହାଘର ପରେ ସରକାରୀ କ୍ଵାଟରରେ ରହିବା ସହ ଅର୍ଡର୍ଲି ପାଇ ବଜାର ସଉଦା ଓ ପିଲାଙ୍କୁ ସ୍କୁଲ ନେବା ଆଣିବାର ସୁବିଧା ପାଉ ପାଉ ଭୁଲିଯାଇଥିଲେ ଆଉ ବର୍ଷେ ପରେ ତହସିଲଦାର ସ୍ୱାମୀଙ୍କ ଅବସର ଆସିଯିବ ଆଉ ଏ କ୍ଵାଟର ଛାଡିବାକୁ ପଡିବ, ଅର୍ଡର୍ଲି ନଥିବ. ଘର ଖଣ୍ଡେ ଏଯାଏଁ ହେଇନି ଯଦିଓ ପୁଅ ଅର୍ଣ୍ଣବ ର ଚାକିରୀ ଲାଗିଯାଇଛି. ଗାଁ ଘର ଜମିବାଡି ବିକି ଭୁବନେଶ୍ୱରରେ ପକାଇଥିବା ଜାଗାରେ ପାଚିରୀ ବୁଲିନି ଏଯାଏଁ କିନ୍ତୁ ଝିଅଟିଏ ନାହିଁ ତା ବାହାଘର ପାଇଁ ଚିନ୍ତା କରିବାକୁ ପଡିବ . ସେଦିନ ସ୍ୱାମୀ ଅଫିସରୁ ଫେରି ଦେଖିଲେ ନିଜ ହାତରେ ସ୍ନିଗ୍ଧା ଘର ଝାଡୁ କରିବା ସହ ବଜାରରୁ ସଉଦା ପତ୍ର ଆଣିବା ସହ ନିଜେ ରୋଷେଇ କରୁଛନ୍ତି. ପଚାରିବାରୁ ଆଗୁଆ ଅଭ୍ୟାସ କରୁଛି ବୋଲି ସଂକ୍ଷିପ୍ତ ଉତ୍ତର ଦେଇ ବଢ଼ାବାଢି କରି ଆଣି ଟେବୁଲ ଉପରେ ରଖିଦେଇ ସ୍ୱାମୀଙ୍କୁ ଡାକିଥିଲେ ରାତ୍ରୀ ଭୋଜନ ପାଇଁ . ଏଯାଏଁ ହରିଆ କକାଙ୍କ ହାତ ରୋଷେଇରେ ଅଭ୍ୟସ୍ତ ଅଶୋକ ଯଦିଓ ସ୍ନିଗ୍ଧାଙ୍କ ରୋଷେଇରେ ଖୁବ ମୁଗ୍ଧ ହୋଇଯାଇଥିଲେ କିନ୍ତୁ କିଛି ଗୋଟେ ବାକି ରହିଯାଇଥିବା ପରି ଅନୁଭବ କରି ଅଳ୍ପ ଖାଇ ଉଠିଯାଇଥିଲେ ତ ସ୍ନିଗ୍ଧା ମଧ୍ୟ ଖାଇପାରିନଥିଲେ ଠିକ ସେ କିନ୍ତୁ ନିଜ ରୋଷେଇରେ କୋଉଠି ଭୁଲ ରହିଥିଲା ନିଜେ ବୁଝି ପାରିନଥିଲେ. ସ୍ୱାମୀଙ୍କୁ ପଚାରିବାରୁ ସେ ନିରୁତ୍ତର ରହିବା ସ୍ନିଗ୍ଧାଙ୍କୁ ବେଶୀ କଷ୍ଟ ଦେଇଥିଲା ସେଦିନ ରାତ୍ରୀ. ସେ ନିଜକୁ ଯେତେ ବୁଦ୍ଧିମତୀ ଭାବୁଥିଲେ ବି ନିଜ ପାଖେ ନିଜେ ହାରି ଯିବା ଭଳି ଅନୁଭବ କରୁଥିଲେ.
   ସୁନେଲି ସକାଳେ ନିଜକୁ ସଜାଡି ସ୍ୱାମୀଙ୍କ ପାଇଁ ବ୍ରେକଫାଷ୍ଟ ଟେବୁଲ ସଜାଡି ନେଇଥିଲେ. ସ୍ୱାମୀ ଚା ପିଉ ପିଉ ପଚାରିଥିଲେ କହିପାରିବ ସ୍ନିଗ୍ଧା ଏ ଜୀବନର ପ୍ରକୃତ ସତ୍ୟ କଣ? ସତ୍ୟ ଆଉ କଣ ଏଇ ଜନ୍ମ ଆଉ ମୃତ୍ୟୁ ନିଶ୍ଚିନ୍ତ ସତ୍ୟ. ସ୍ୱାମୀ ଏଥର ଆଜିର ଜଳଖିଆର ଖୁବ ତାରିଫ କରି କହିଲେ ତୁମେ ଠିକ ବୁଝିଛ କିନ୍ତୁ ଏଇ ଜନ୍ମ ଆଉ ମୃତ୍ୟୁ ଭିତରେ ମଧ୍ୟ ଅନେକ ସତ୍ୟ ଲୁକ୍କାୟିତ ହୋଇ ରହିଥାଏ. ଯେମିତି ରୋଗ ଓ ତା ପାଇଁ ଯୋଗ. ସ୍ୱାମୀ ଏତିକି କହିଛନ୍ତି କି ନାହିଁ କଥା ଛଡେଇ ସ୍ନିଗ୍ଧା କହିଲେ ହଁ ମୁଁ ଜାଣେ ତୁମେ କହିବ ସେମିତି ଅବସର ଆସେ ପ୍ରତ୍ୟେକ ଚାକିରିଆଙ୍କ ଜୀବନରେ. ସେଇଥିପାଇଁ ତ ଅବସର ବୟସର ସଦୁପଯୋଗ ପାଇଁ ମୁଁ ମୋ ନିଜ କାମ ନିଜେ କରି ଚାଲିବାକୁ ଅଭ୍ୟାସ କରୁଛି. ହଁ ଠିକ ଯେ..କହି ଅଟକି ଗଲେ ସ୍ୱାମୀ. ସ୍ନିଗ୍ଧା ଏଥର ସୁଯୋଗ ପାଇ କହୁଥିଲେ ତେବେ ତୁମେ କାଲି ମୋ ହାତରନ୍ଧା ଖାଦ୍ୟ ପସନ୍ଦ କଲ ନାହିଁ କାହିଁକି!ସ୍ୱାମୀ ଅଶୋକ କହିଲେ ତୁମ ହାତ ରନ୍ଧା ନିଶ୍ଚୟ ଖୁବ ଉଚ୍ଚକୋଟିର ଥିଲା ମୁଁ ମାନୁଛି କିନ୍ତୁ ଏସବୁ ଅବସର ପରେ କରିଥିଲେ ମୋର କିଛି କହିବାର ନଥିଲା କିନ୍ତୁ ଏତେଦିନ ଯାଏଁ ଆମ ଘରେ ରୋଷେଇ କରୁଥିବା ହରିଆ ମଉସାଙ୍କୁ ଘର କାମରୁ କାଢି ଦେଇ ତୁମେ ତାଙ୍କୁ ଅଦିନେ ଓ ଅବେଳାରେ ଅବସର ଦେବା କଣ ଠିକ!ସ୍ନିଗ୍ଧା ସ୍ତବ୍ଧ ଓ ଚକିତ. ଏକଥା ସେ କେବେ ଭାବିନଥିଲେ.
   ସରକାରୀ କର୍ମଚାରୀ, ସେମାନଙ୍କ ଅବସର ପରେ ସରକାରୀ ସୁବିଧା ନପାଇଲେ ମଧ୍ୟ ପୁତ୍ର କନ୍ୟାଙ୍କୁ ଯୋଗ୍ୟ କରିପାରିଥାନ୍ତି. କିଏ ନିଜର ଘରଟିଏ କରିସାରିଥାଏ. କାହାର ଗାଁ, ଘର ଜମି ବାଡ଼ି ବଗିଚା ଦେଖାଶୁଣା କରିବାର ସମୟ ଆସେ ତ କାହାର ପୁଅ ଝିଅ ବାହାଘର କରିବାର ପ୍ରକୃଷ୍ଠ ସମୟ ମିଳେ. ପୁଣି କୋଉ ଦମ୍ପତ୍ତି ପୁଅ କି ଝିଅ ପାଖକୁ ଯାଇ ବୁଲି ପାରନ୍ତି. ଦେଶ ବିଦେଶ ର ଅନେକ ସ୍ଥାନ ବୁଲି ଜ୍ଞାନ ପାଇ ଶାନ୍ତି ପାଆନ୍ତି. କିଏ କିଏ ପୁଣି ନାତି ନାତୁଣୀଙ୍କ ସଙ୍ଗେ ସମୟ କାଟି ଦେଇଥାନ୍ତି କିନ୍ତୁ ଅବସର ପୂର୍ବରୁ ହରିଆ ମଉସା ଅବସର ନେଇ ଦୁଇ ଝିଅଙ୍କୁ ବାହାଘର କରିବାର ସାମର୍ଥ୍ୟ ହରାଇଛନ୍ତି. ରୋଗୀଣା ସ୍ତ୍ରୀ ଙ୍କୁ ଔଷଧ ଯୋଗେଇବାକୁ ଏ ବୟସରେ କାମ ଖୋଜି ବୁଲୁଛନ୍ତି. ଏସବୁ କଠିନ ସତ୍ୟ ବାକ୍ୟ ସ୍ୱାମୀଙ୍କର, ସ୍ନିଗ୍ଧାଙ୍କୁ ଦୁନିଆଁ ବଦଳେଇ ଦେବା ପରି ଚିନ୍ତା ସବୁରେ ଘାରୁଥିଲା ବେଳେ ସେ ଏବେ ବୁଝିସାରିଥିଲେ ଜୀବନର ସତ୍ୟକୁ ସାମ୍ନା କରିବାକୁ ଯିବା ପୂର୍ବ ପ୍ରସ୍ତୁତିରେ ଝିଣ୍ଟିକା ମାରିବା କଣ ନିହାତି ଦରକାର!ଉଠିଲେ ସ୍ନିଗ୍ଧା. ସେଦିନ ସ୍ୱାମୀଙ୍କ ଅଫିସ ଫେରନ୍ତା କାର ନିଜ କ୍ଵାଟର ଆଗରେ ଲାଗିବା ପୂର୍ବରୁ ହରିଆ ମଉସାଙ୍କୁ ତାଙ୍କ ଗାଁରୁ ଫେରାଇ ଆଣି ସ୍ନିଗ୍ଧା ଆସିଥିବା ଅଟୋ ବହୁପୂର୍ବରୁ ଲାଗିସାରିଥିଲା କ୍ଵାଟର ଆଗରେ.ସେଦିନ ରାତି ଖାଇବା ପୂର୍ବରୁ ହରିଆ ମଉସାଙ୍କୁ କାକୁତି ମିନତି କରିଥିଲେ ଅଶୋକ ଓ ସ୍ନିଗ୍ଧା ଯେ କେବେବି ଆଉ ତାଙ୍କୁ ଛାଡି ଏକା କରି ନଯିବାକୁ ଓ ଦୁହିଁଙ୍କୁ କ୍ଷମା କରିଦେବାକୁ.
         ଅଶୋକଙ୍କର ଅବସର ଆସିଗଲା ଆଉ ସେମାନେ ସରକାରୀ କ୍ଵାଟର ଛାଡି ପୁଅ ଘରେ ତା କ୍ଵାଟରରେ ରହୁଥିଲେ. ଘରେ ଥିବା ହରିଆ ମଉସାଙ୍କ ପାଇଁ ଘର ଖାଲି ହସି ଉଠୁନଥିଲା ବରଂ ଆରାମ ଓ ଆନନ୍ଦମୟ ଅନୁଭବ ହେଉଥିଲା. ପ୍ରତିଟି ସକାଳେ ହରିଆ ମଉସା ବାସି ଖାଦ୍ୟର ଉପଯୋଗ କରିବାକୁ ଯାଇ କୁକୁରମାନଙ୍କୁ ରୁଟି ଦିଅନ୍ତି, ଗାଈମାନଙ୍କୁ ପଖାଳ ତୋରାଣୀ ପେଜ ସହ ପରିବା ଚୋପା ଦେଲାବେଳେ ପକ୍ଷୀମାନଙ୍କ ପାଇଁ ଖୁଦ ଓ ପାଣି ରଖୁଥାନ୍ତି. ଖାଲି କଣ ସେତିକି ମାଟିମାଆ କୋଳରେ ଗଛ ଲଗାଇ ଫୁଲ ଓ ପରିବା ଗଛ ସବୁ ଲଗେଇ ଥାଆନ୍ତି. ପରିବା ଧୁଆ ପାଣି ଗଛମୂଳେ ଦେଇ ସବୁ ଫୋପଡ଼ା ପଦାର୍ଥର କିପରି ଉପଯୋଗ କରାଯାଇପାରେ ନିଜେ କରି ଅନ୍ୟ ପାଇଁ ଉଦାହରଣ ସାଜୁଥିଲା ବେଳେ ସ୍ନିଗ୍ଧା ଶିଖନ୍ତି ଓ ଅଶୋକ କହନ୍ତି ଯାହା ଘରେ ଥିବେ ବାପା ପରି ମଣିଷ... ସେ ଘରେ ସଦା ଆନନ୍ଦର ହସ.
      ପୁଅ ଅର୍ଣ୍ଣବ ପାଇଁ ବାହାଘର ପାଇଁ ମଧ୍ୟ ଝିଅ ଦେଖା ପର୍ବ ଆରମ୍ଭ ହୋଇସାରିଥାଏ. ଏ ଭିତରେ ହରିଆ ମଉସାଙ୍କ ଦୁଇ ଝିଅଙ୍କର ବାହାଘର ସରିଥାଏ.ଏବେ ଅର୍ଣ୍ଣବର ବାହାଘର ସରିଗଲା ପରେ ତାର ପୁଅଟିଏ ହୁଏ. ତାର ପ୍ରଥମ ଜନ୍ମ ଦିନ କେତେ ଅତିଥି ତଥା ଅଭ୍ୟାଗତ ନିମନ୍ତ୍ରିତ ହୋଇଥାଆନ୍ତି. ସମସ୍ତେ ବହୁତ ଉପହାର ଦେଇଥାନ୍ତି. ହରିଆ ମଉସା ଦେଇଥିବା ବେଙ୍ଗ ଡିଆଁ ଖେଳନା ଦେଖି ଅର୍ଣ୍ଣବ ଓ ତା ସ୍ତ୍ରୀ ଆନି ସେଇଟିକୁ ଫୋପାଡି ଦେଇଥିଲେ ସତ କିନ୍ତୁ ସ୍ନିଗ୍ଧା ସେହି ବେଙ୍ଗ ଡିଆଁ ଖେଳନାଟିକୁ ସାଇତି ରଖିଥାନ୍ତି କାରଣ ହରିଆ ମଉସାଙ୍କ ଅନୁପସ୍ଥିତିରେ ସ୍ନିଗ୍ଧା ଓ ଅଶୋକ ସେଇ ବେଙ୍ଗ ଡିଆଁ ଖେଳନାଟିକୁ ଡିଆଁଇ ତାଙ୍କ ସ୍ମୃତି ରୋମନ୍ଥନ କରୁଥାନ୍ତି. କେତେ କେତେ କଥା ସେ ନକରନ୍ତି ଦୁନିଆଁର ସବୁ ମଣିଷ ପଶୁ ପକ୍ଷୀ ଓ ସଂସାର ଜାକର ଜିନିଷ ପତ୍ର ପାଇଁ ସତରେ! ସେଦିନ ବଡ଼ ଘର ଝିଅ, ବୋହୁ ଆନି ଏସବୁ ଦେଖିନେଇ ହରିଆ ମଉସାଙ୍କ ବେଙ୍ଗ ଡିଆଁ କଣ୍ଢେଇକୁ ନିନ୍ଦା କରିବା ସହ ହରିଆ ମଉସା ଓ ନିଜ ଶାଶୁ ଓ ଶଶୁରଙ୍କୁ ମଧ୍ୟ ଦିପଦ କଡା କଥା ଶୁଣେଇ ଦେଇଥିଲା. ଛୋଟ ମନର ଲୋକ କେବେ ମୋଟ ହୋଇପାରିବେନି ବୋଲି ଆନି ଯେତେ ସହଜରେ କଥାଟି କହିଦେଇଥିଲା ସେତେ ସହଜରେ କଥାଟି ହଜମ ହୋଇନଥିଲା ଅଶୋକ ଓ ସ୍ନିଗ୍ଧାଙ୍କର ତ ସେମାନେ ଅପମାନବୋଧ କରି ବେଙ୍ଗ ଡିଆଁ କଣ୍ଢେଇ ସହ ହରିଆ ମଉସାଙ୍କ ଘରକୁ ଚାଲିଯାଇଥିଲେ. ଏପଟେ ଅର୍ଣ୍ଣବ ଶୁଣିଥିଲେ ଆନିଙ୍କ ଠାରୁ ଯେ ହରିଆ ମଉସାଙ୍କୁ ଦେଖିବାକୁ ବାପା ମାଆ ତାକୁ ନକହି ଏକୁଟିଆ ଚାଲିଯାଇଛନ୍ତି. କଥାଟା ଅବିଶ୍ୱାସ ହେଲେ ମଧ୍ୟ ସ୍ତ୍ରୀ କଥାକୁ ସତ ମଣି ଅର୍ଣ୍ଣବ ଅଭିମାନରେ ଥାଏ.
    ସେଦିନ ଅର୍ଣ୍ଣବ ଘରକୁ ଫେରି ଦେଖିଲା ପୁଅ କାନ୍ଦୁଛି ଜମା ବୁଝୁନି. ପୁଅ କାନ୍ଦିବା ଯୋଗୁଁ ଆନି କିଛି ରୋଷେଇ କରି ପାରିନି ତ ସବୁ ଅଭିମାନ ଭୁଲି ଅର୍ଣ୍ଣବ ଯାଇ ହରିଆ ମଉସାଙ୍କ ଘରେ ପହଁଞ୍ଚି ପିତା ଅଶୋକ ଓ ମାତା ସ୍ନିଗ୍ଧାଙ୍କୁ ଫେରେଇ ଆଣିଥିଲା. ପୁଅକୁ ଡକ୍ଟର ଦେଇଥିବା ଉପଚାର କଲେ ମଧ୍ୟ ସେ କାନ୍ଦୁଛି, ଜମା ବୁଝୁନି ଶୁଣି ସ୍ନିଗ୍ଧା ସାଙ୍ଗରେ ନେଇ ଆସିଥିବା ବେଙ୍ଗ ଡିଆଁ ବାଜାଟିକୁ ଯେମିତି ବଜେଇଛନ୍ତି ପୁଅ ସେଇ ଆଡକୁ ଦେଖି ଓ ସେହି ଶବ୍ଦ ଶୁଣି ଆସ୍ତେ ଆସ୍ତେ ତୁନି ପଡିଲା. ଏଥର ଅର୍ଣ୍ଣବ ଓ ଆନି ନିଜ ଭୁଲ ବୁଝି ହରିଆ ମଉସାଙ୍କୁ କ୍ଷମା ମାଗି ଫେରାଇ ଆଣିବାକୁ ମାନସ୍ଥ କଲାବେଳେ ପିତା ମାତା ଏଣିକି ସବୁଦିନ ହରିଆ ମଉସାଙ୍କ ଘରେ ରହିବେ ବୋଲି ନିଜ ନିଜର ନିଷ୍ପତ୍ତି ଜଣେଇ ଦେଇଥିଲେ. ଅର୍ଣ୍ଣବ ଓ ଆନି ସ୍ଥାଣୁ ପାଲଟି ଯାଇଥିଲେ ମଧ୍ୟ କିଛି କହିପାରୁନଥିବା ବେଳେ ପୁଅ ପୁଣି କାନ୍ଦୁଥିଲା ତ ସ୍ନିଗ୍ଧା ପୁଣି ବେଙ୍ଗ ଡିଆଁ କଣ୍ଢେଇର ଶବ୍ଦ ଶୁଣେଇ ନାତିକୁ ଚୁପ କଲାବେଳେ ହରିଆ ମଉସାଙ୍କୁ ନେଇ ଅଶୋକ ଘରେ ପହଁଞ୍ଚି କହୁଥିଲେ ଅର୍ଣ୍ଣବର ଅବସର ପରେ ହରିଆ ମଉସାଙ୍କ ଘରେ ରହିବା. ସ୍ନିଗ୍ଧା କହୁଥିଲେ ସେତେଦିନ ଯାଏ ଏ ପ୍ରାଣପକ୍ଷୀ ରହିଥିଲେ ତ. ସମସ୍ତେ ଚୁପ ହୋଇଗଲା ବେଳେ ନାତି ପୁଣି କାନ୍ଦୁଥିଲା ବେଙ୍ଗ ଡିଆଁ ବାଜା ବାଜିବା ଶବ୍ଦ ଶୁଣିବା ଯାଏଁ.



Rate this content
Log in

Similar oriya story from Tragedy