ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଉପଯୁକ୍ତ ମୂଲ୍ୟାୟନ

ଉପଯୁକ୍ତ ମୂଲ୍ୟାୟନ

2 mins
6.7K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଚନ୍ଦ୍ରହୃଦୟ ନଗରରେ ଚନ୍ଦ୍ରବୀର ବୋଲି ଜଣେ ରାଜା ଥିଲେ l ସେହି ନଗରରେ ଧର୍ମବୀର ବୋଲି ଜଣେ ଧନୀ ଲୋକଥିଲେ l ତାଙ୍କର ଶୋଭନା ନାଁରେ ଗୋଟିଏ ସୁନ୍ଦରୀ ଝିଅଥିଲା l ଶୋଭନାର ବିବାହ ବୟସ ହେବାରୁ ବାପା ତା’ ପାଇଁ ବରପାତ୍ର ଖୋଜିଲେ l ହେଲେ ଶୋଭନା ତା’ର ବାପାଙ୍କୁ କହିଲା – ସେ ଯେତେବେଳେ ତା’ର ମନ ପସନ୍ଦର ପୁରୁଷକୁ ପାଇବ, ତାକୁ ସେ ବିବାହ କରିବ l ଫଳରେ ଧର୍ମବୀର ନିଶ୍ଚିନ୍ତ ହୋଇ ରହିଗଲେ l

ଏହାପରେ ଚନ୍ଦ୍ର ହୃଦୟ ନଗରରେ ଚୋରୀ ବଢିବାରେ ଲାଗିଲା l ସୈନ୍ୟମାନେ ଜଗିଲେ ମଧ୍ୟ ଚୋରୀ କମିଲା ନାହିଁ l ଶେଷରେ ରାଜା ଚୋରକୁ ଜଗିଲେ ଏବଂ ଚୋରକୁ ଧରିଲେ l ଚୋରକୁ ସାରା ନଗରରେ ବୁଲାଇ ଫାଶୀ ଦେବାକୁ ଘୋଷଣା କରାଗଲା l

ପରଦିନ ଚୋରକୁ ନଗରରେ ବୁଲାଇଲାବେଳେ ଶୋଭନା ତାକୁ ନିଜର ଘର ଆଗରେ ଦେଖି ତା’ ପ୍ରତି ଆକର୍ଷିତ ହେଲା l ଆଉ ତାକୁ ହିଁ ବିବାହ କରିବାକୁ ଜିଦ୍ କଲା l ଧର୍ମବୀର ଯେତେ ବୁଝାଇଲେ ମଧ୍ୟ ଶୋଭନା କିଛି ଶୁଣିଲା ନାହିଁ l ବରଂ ଚୋର ଫାଶୀ ପାଇବା ପରେ ନିଜେ ସତୀ ହେବାକୁ ଜିଦ୍ ଧରିଲା l ଏକଥା ଶୁଣି ଚୋରଟି ଖୁବ୍ କାନ୍ଦିଲା l

ଯିଏ ଯେତେ ପ୍ରକାର ବୁଝାଇଲେ ମଧ୍ୟ ଶୋଭନା ସେ କଥା ନ ଶୁଣି ଫାଶୀ ସ୍ଥଳରେ ଯାଇ ପହଞ୍ଚିଗଲା l ଚୋର ଯେତେବେଳେ ଜାଣିଲା ଯେ ଶୋଭନା ସତୀ ହେବାକୁ ଆସିଛି l ସେତେବେଳେ ସେ ଖୁବ୍ ଜୋରରେ ହସିଲା l ଚୋରଟି ଫାଶୀ ପାଇବା ପରେ ଶୋଭନା ନିଜର ସତ୍ୟ ରକ୍ଷାକରି ଚୋରର ମୃତ ଦେହକୁ ଧରି ସତୀ ହୋଇଗଲା l

ବେତାଳ କହିଲା – ‘’ ରାଜା , ଚୋରଟି ଶୋଭନାର ଭଲ ପାଇବା କେଏଚବିଆର ପାଇ କାନ୍ଦିଲା କାହିଁକି ? ଆଉ ସତୀ ହେବାର କଥା ଶୁଣି ଜୋରରେ ହସିଲା କାହିଁକି ? ‘’

ରାଜା କିଛି ସମୟ ଚିନ୍ତା କଲାପରେ କହିଲେ – ଗୁଣିର ମୂଲ୍ୟାୟନ ଗୁଣବାନ୍ ହିଁ କରିଥାଏ l ଯେତେବେଳେ ଚୋର ଜାଣିଲା ଯେ ମହାଧନୀ ଧର୍ମବିରର ଝିଅ ଶୋଭନ ତାକୁ ଭଲ ପାଇଛି, ତେଣୁ ଦୋଷ ଦେଇ ସେ ନିଜର ଭାଗ୍ୟ ଉପରେ କାନ୍ଦିଲା l କାରଣ ତାକୁ ଧରିବା ପୂର୍ବରୁ ଶୋଭନା ମିଳିଥିଲେ ସେ ତ ନିଜର ସ୍ଵଭାବ ବଦଳାଇ ପାରିଥାନ୍ତା ! ବିଏଚଏଲ ମଣିଷଟିଏ ହୋଇପାରିଥାନ୍ତା !

ବେତାଳ କହିଲା – ସତୀ ହେବାର ଖବର ଶୁଣି ସେ ହସିଲା କାହିଁକି ?

ରାଜା କହିଲେ – ତା’ର ହସିବା ଠିକ୍ ଥିଲା l ଶୋଭନାର ମୂର୍ଖପଣିଆ ଦେଖି ସେ ହସିଲା l ସତୀ ହେବା ତ ସ୍ତ୍ରୀ ଚରିତ୍ରର ଏକ ଅଂଶ l ତେଣୁ ସେ ହସିଲା l

ତୁମେ ଠିକ୍ କହିଛ ରାଜା l ବେତାଳ ଅଟ୍ଟହାସ୍ୟ କରି ରାଜାଙ୍କର କାନ୍ଧରୁ ଡେଇଁ ପଡ଼ି ସେଇ ଗଛରେ ଯାଇ ପୂର୍ବପରି ଓହଳି ପଡ଼ିଲା l


Rate this content
Log in

Similar oriya story from Children