ତୁଇ ଆ ଫିରି
ତୁଇ ଆ ଫିରି
ଜୀବନ୍ ଗୁଟେ କେନ୍ଦ୍ରବିନ୍ଦୁ ଆଏ, ଛୁଟିଆ କୁଟୁମ୍ ଟା ନରେଶ ଆର୍ ପଦ୍ମା ତାକର୍ ଝିଅ ଦିଟା ସୁଷମା,ସୁରମା ।
ନରେଶ ପ୍ରାଇଭେଟ୍ କମ୍ପାନୀ ଥୁ କାମ କରସି ଯେନ୍ ଦି ପଏସା କମାସି ସେଥୁଁ ଚଲସନ୍ । ଝିଅ ସୁଷମା ଆଠ୍ ପଢସି ସାନ୍ ଟୁକେଲ ପାଞ୍ଚ, ଦୁହେଁ ଭଲ ପାଠ୍ ପଢସନ୍।
ଘରେଁ ଯେନ୍ତା ବାହାରେ ଭଲି ହେନ୍ତା ସମ୍ମାନ୍ ପାଏସନ୍ ।
ନରେଶ କୁଟମେ ଏନ୍ତା ଗୁଟେ ସମିୟା ଆଏସି ଯେ ପଦ୍ମା ଦୁର୍ବଳିୟା ହେଇ ଯାଏସି । ଭାବ୍ ବିଚାର୍ କରି କରି ବେମାର୍ ହେଇ ଯାଏସି, ବିଚରା ନରେଶ ଡାକ୍ଟର ବଏଦ୍ ଦେଖେଇ ଭଲ କରି ନାଇଁ ପାରେ ପଦ୍ମା ମରି ଯାଏସି । ନରେଶ ଝୁରି ଝୁରି ସବୁବେଲେ କହେସି, ଛୁଆ ମାନକର ଗୁଲଗୁଲାକେ ଦେଖିନାଇଁ ପାରେ ଏ ପଦ୍ମା ତୁଇ ଆ ଫିରି କହି ବଢା ପସ୍ତାସି ।ଯାହା ଥିଲା ଭାଗ୍ଯ କହି କରି ବଢା ଝୁରିହେସି କରମେ ଜାଣା ଲେଖା ଥିଲା ।
ହେଲେ ମଲା ଲୋକ କାଣା କେବେ ଫିରିଛେ କାଏଁ କେଭେଁ, କୁଟୁମଥିଁ ଏନ୍ତା ଦୁଃଖ ପଡସି ଯେ ଛୁଆକର୍ ପାଠ୍ ସାଠ୍ ପଢାଥୁଭି ଅସୁବିଧା ହେସି ।ଚାରିକୁଥିଁ ଅନ୍ଧାର ହେସି ନରେଶ କାମ ବୁତାଥିଭି ଯାଇ ନାଇଁ ପାରେ ।
ଛୁଆ ଦୁଇଟା ସାନ୍ ସାନ ଅଛନ୍ ହେଲେ ନରେଶ ର ମନଟା ବଢା ଖରାପ୍ । କାମ ବୁତାକେ ବି ଇଚ୍ଛା ନାଇଁ ,ଛୁଆକର୍ ଗୁଲ୍ ଗୁଲିଆ ମୁହୁଁ ଦେଖିକରି ମନକେ ବୁଝେଇ ଦିନଟା କଟେଇ ଦେସି । ପଡା ପାଟକେ ନରେଶ କେ ବୁଝାସନ୍ ବାବୁ ଭାଗ୍ଯେ ଯାହା ଥିଲା ତ ଘଟଲା ନ । ଇନୁ ଇଆଡକେ ତୁଇ ଆରଗୁଟେ ବିହା ହେଇପକା, ଯେ ଆସଲେ ଛୁଆ ମାନକୁ ଦେଖିକରି ଆରାମ୍ ସେ ରହେବ୍ । ନିଜର୍ ଅମାନିଆ ମନ୍ କେ ବୁଝେଇ
ଆରୁ ଘାଏ ବିହା ହେସି ।
ବିଚାରି ପଦ୍ମା ତାର ଗଲା ପରେ ସଉତେନ୍ ରୂପେ ସୁରେଖା ଆଏସି ନରେଶର ଜୀବନେ । ହେଲେ ସୁରେଖାଟା ତା'ର ମାଏନ୍ ଗୁନ ଟା ବଢିଆ ଆଏ, ସୁଷମା ସୁରମା କେ ନିଜର୍ ଝି ଲେଖେ ଆଦର୍ କରସି ।ପଢା ସୁନାଥିଭି ଧିଆନ୍ ଦେସି ଛୁଆ ମାନେବି ମାନସନ୍ ଗୁନସନ୍ ।ଯେନ୍ତାକି ତାକର ମାଁ ପଦ୍ମା ମଲାବେଲେ ଏମାଁ ତୁଇ ଆ ଫିରି କହି କାନ୍ଦୁଥିଲେ ,ଦେହେପା ଭି ଛାଡି ଦେଇଥିଲେ । ସୁରେଖା ଆଏଲା ଦିନୁ ତାକର୍ ମନକେ ବୁଝେଇ କରି ଏନ୍ତା ମାଁ ଟେ ପାଇଛନ୍ ।
ଏନ୍ତା ଆଦର୍ ଯତନ୍ ପାଇ କରି ଛୁଆ ଦୁଇଟା ପାଠ୍ ପଢି ଟ୍ରେନିଙ୍ଗ ପାତି କରି କରି ସୁଷମା ଡାକ୍ଟର ହେସି ଆରୁ ସୁରମା ମାଷ୍ଟ୍ରେନ ହେସି ମାଁ ସିନା ଚାଲିଗଲା ଅଧାବାଟେ ତାର ଶ୍ରୃତିଟା ଛୁଆ ମାନକର ଉପରେ ପଡିଥିଲା ଆଏଜକେ ତାର କୁଟମେ ଖୁସିର ଲହରି ଖେଲିଛେ ଜୀବନେ ଆର କାଣା ଅଛେ ଭାବ ବିଶ୍ବାସ ହେଲେ ସବୁକିଛି ମିଲସି । ବିଚରା ନରେଶ ପଡା ପାଠକର କଥା ମାନଲା ଯେ ଛୁଆ ଦୁହିଟାକୁ ମୁନୁଷ କରଲା ଆରୁ ପଦ୍ମାର ଭଲିଆ ପଦ୍ମା ଗୁଟେବି ପାଏଲା ।
