STORYMIRROR

Nilamani Thapa

Inspirational

3  

Nilamani Thapa

Inspirational

ସଫଳତା

ସଫଳତା

2 mins
181


      ମଦନପୁର ଗାଁରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଥାଆନ୍ତି ଦୁଇ ଭଉଣୀ ସୀମା ଆଉ ଲିଲିମା । ସୀମା ବୟସରେ ଲିଲିମା ଠୁ ବୟସରେ ଚାରିବର୍ଷ ସାନହେବ ତେଣୁ ବଡ ହିସାବରେ ତାର ଟିକେ ବୁଦ୍ଧି ସୀମା ଠୁ ଅଧିକ । ସୀମା ଓ ଲିଲିମା ର ମା ବାପା ବହୁତ ଭଲ ଲୋକ ଥିଲେ । ଗାଁ ରେ ଏବଂ ଆଖପାଖ ସାଇ ପଡିଶାରେ ଲୋକେ ତାଙ୍କୁ ଗୋଟିଏ ଭଲ ମଣିଷଙ୍କ ଭିତରେ ଗଣୁଥିଲେ ।


     କିନ୍ତୁ ସେମାନଙ୍କର ପରିବାରର ସ୍ଥିତି ସେତେ ସୁଦୃଢ ନଥିଲା ଯେ ସୀମା ଓ ଲିଲିମା କୁ ଭଲରେ ଦୁଇ ଅକ୍ଷର ପଢେଇ ପାରିବେ । ତଥାପି ସୀମା ଓ ଲିଲିମା କୁ ସରକାରୀ ସ୍କୁଲରେ ନାମ ଲେଖାଇଲେ । ସୀମା କୁ ପାଠ ଆସୁ ନଥିଲା ସେ ପଢିବା ପାଇଁ ଇଚ୍ଛା କରୁନଥିଲା ତେଣୁ ସେ ଅଧାରୁ ପାଠ ଛାଡି ମା ବାପା ଙ୍କ ସହ ମିଶି ତାଙ୍କୁ ଘର କାମରେ ସାହାଯ୍ୟ କଲା ଆଉ ତା ଭଉଣୀ ଯେମିତି ଜଣେ ସଫଳ ମଣିଷ ହେବ ସେଥିପାଇଁ ସେ ତାକୁ ସବୁ କାମରେ ସାହାଯ୍ୟ କଲା । ଲିଲିମା ବହୁତ ଭଲ ପାଠ ପଢୁଥାଏ ସବୁ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୁଏ ।


     ଦେଖୁ ଦେଖୁ ଲିମିମା ଦଶମ ଶ୍ରେଣୀ ପ୍ରଥମ ଶ୍ରେଣୀରେ ପାସ କଲା । ତାର ଛୋଟ ବେଲରୁ ଇଚ୍ଛା ଥିଲା ଜଣେ ସଫଳ ଆଇ ଏ ଏସ ଅଫିସର ହେବା ପାଇଁ । କିନ୍ତୁ ଆଇ ଏ ଏସ ପଢା ପାଇଁ ବହୁତ ପଇସା ଲାଗେ ସେଥିପାଇଁ ଏତେ ପଇସା ସେ ଆଣିବ କେଉଁଠୁ ଏହା ଭାବି ଘରର କଣକୁ ସେ ଆଉଜି ବସିଥାଏ ସେତେବେଳେ ବାପା ମାଆ ତାକୁ ଆଶ୍ବାସନା ଦେଲେ ଏବଂ ଏଠୁ ସେଠୁ କରି ଦିନ ରାତି କାମକରି ଲିଲିମା ର ବାପା ମାଆ ଲିଲିମା କୁ ପାଠ ପଢେଇଲେ ।


    ଲିଲିମା ସଫଳତାର ସହ ଆଇ ଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ସଫଳ ଆଇ ଏ ଏସ ଅଫିସର ହେଲା ।

ସେହି ଦିନଠୁ ତାଙ୍କ ର ଖୁସି ଦ୍ବିଗୁଣିତ ହୋଇଗଲା ଏବଂ ଖୁସିରେ ରହିଲେ ।


 ପୂଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ସର୍ବଦା ଆଗେଇ କିଭଳି

ନିଜକୁ ଦୃଢିଭୂତ କରିବା,ନିଜର କାର୍ଯ୍ଯାଳାପ ଦେଖାଇବା ଜଣେ ଅନ୍ଯ ଜଣଙ୍କ ସହ କିଭଳି ପ୍ରତିଯୋଗୀ ହେଇ ଆଗେଇବା ତାହା ଯଦି ଜୀବନେ ରହିବ ତା' ହେଲେ ନିଜେ ସଫଳତା ପାଇବା । କିଛି ବି କାଯ୍ଯ କରିବା ବେଳେ ସର୍ବଦା ନିଜର ଗତିଶୀଳକୁ ନିଜେ ଅନ୍ୟ ଠାରୁ ତା'ର ଆନୁମାନିକ ହିସାବ ରଖି ଚାଲିଲେ ନିଶ୍ଚୟ ଆଗେଇବ । ଯଦିବା ଚେଷ୍ଟା ଜାରି ନ ରଖିବା ଆଉ ଧ୍ୟାନ ନ ଦେବା ତା' ହେଲେ ଅଳସୁଆ ହେବା ଜୀବନ ରେ କେବ ସଫଳତା ପାଇବା ନାହଁ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational