Chittaranjan Nanda

Abstract Children Stories

3  

Chittaranjan Nanda

Abstract Children Stories

ଠାକୁର ଅଭିରାମ ପରମହଂସ

ଠାକୁର ଅଭିରାମ ପରମହଂସ

2 mins
396



 1904 ଜାନୁଆରୀ 18 ରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କରମଳା ଗ୍ରାମ ନିକଟସ୍ଥ ଭୋଇପଡ଼ା ଗ୍ରାମରେ ଶ୍ରୀ ସତ୍ୟବାଦୀ ପଟନାୟକ ଓ ଶ୍ରୀମତୀ ରାଧାଦେବୀଙ୍କ କୋଳ ମଣ୍ଡନ କରି ଜନମି ଥିଲେ ଅଭିରାମ ଓ ମାତାଙ୍କ ଶ୍ରଦ୍ଧା ଡାକ ନାମ ଥିଲା "ଵିନୋରି " l ଲୌକିକ ଶିକ୍ଷା ନ ଥିଲେ ମଧ୍ୟ ନିଜ ଅଧ୍ୟବସାୟ ଦ୍ଵାରା ଅସୀମ ଜ୍ଞାନର ଅଧିକାରୀ ଶ୍ରୀ ଶ୍ରୀ ଠାକୁର ପ୍ରାୟ 45 ଗୋଟି ଆଧ୍ୟାତ୍ମିକ ପୁସ୍ତକ ଅନେକ ସୁନ୍ଦର ଭଜନ ଲେଖି ଯାଇଛନ୍ତି l ତାଙ୍କର ବେଦ, ବେଦାଙ୍ଗ, ପୁରାଣ, ଉପନିଷଦ, ଷଡ଼ ଦର୍ଶନ, ପିଣ୍ଡ ବ୍ରହ୍ମାଣ୍ଡ, ଦ୍ୱୈତ -ଅଦ୍ୱୈତ ବାଦ, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ, ଭୀମଭୋଇ, ମଧୁସୂଦନ ରାଓ ଓ ରାଧାନାଥ ରାୟ ସାହିତ୍ୟ ସମେତ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ଥିଲା l ସେ ମହାପୁରୁଷ ହାଡ଼ି ଦାସଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ l ସନ୍ୟାସୀ ଶ୍ରୀ ଶ୍ରୀ ଠାକୁର ନିଜ ଗ୍ରାମ ନିକଟସ୍ଥ କରମଳା ଗ୍ରାମରେ 1927ରେ ପ୍ରତିଷ୍ଠା କରିଥିଲେ ନିଜ ଆଶ୍ରମ "ଶାନ୍ତି ଆନନ୍ଦାଶ୍ରମ " lଶିଷ୍ୟ ମାନେ "ଅଭିରାମ ମିଳନ ମନ୍ଦିର "ମାଧ୍ୟମରେ ଶ୍ରୀ ଶ୍ରୀ ଠାକୁର, ଵିନୋରି, ସତ୍ୟନାରାୟଣ ସ୍ୱାମୀ ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ବାଣୀ ପ୍ରଚାର କରୁଛନ୍ତି l ତାଙ୍କ ଲେଖା ଗୁଡିକରୁ କିଛି ହେଉଛି -କଳି ଭାଗବତ, କୋଇଲି ଶିକ୍ଷା, ଭକ୍ତି କଲ୍ଲୋଳ, ଭାବ କଲ୍ଲୋଳ, ସନାତନ ଗୀତା, ଗୁରୁ ଗୀତା ଓ ତତ୍ତ୍ୱ ଜ୍ଞାନ, ଶୃତି ରତ୍ନହାର ପ୍ରଭୃତି l


କଳି ଭାଗବତ

ପାଞ୍ଚ ମନଟି ଯାକୁ କହି l ପଞ୍ଚମ ଜର୍ଜ ସେ ଅଟଇ l

ଗୋରା ପଲଟନଟି ଯେହି l ପଚିଶ ପ୍ରକୃତି ଅଟଇ ଏହିଟି ବିଦେଶୀ ଅଟନ୍ତି l ସ୍ୱରାଜ୍ୟ ଉଜାଡିଣ ଦ୍ୟନ୍ତି l

ଯେହୁ ଅଟେ ମହତ ଆତ୍ମା l ସେଇଟି ଅଟଇ ମହାତ୍ମା l


ପଚିଶଙ୍କର ସଙ୍ଗେ ଖେଳି l ବ୍ରିଟିଶ ରାଜା ମହାବଳୀ l

ନିଷ୍କରେ ଯେଣୁ ନିଏ କର l ଅନ୍ୟାୟ ହେଉଛି ତାହାର l

ଲାଗିବ ଭାରତରେ ନାଟ l ନ ରହ ଭାରତ ସମ୍ରାଟ l

ଅଣଚାଳିଶା ହୋଇଥିଲା l ଏଥିରେ ରାଜା ନ ଚେତିଲା l

ଚାଳିଶାରେ ତ ନ ବସିବ l ଏକଚାଳିଶ ରେ ନ ଥିବ l


ଏ ହେଲା ପଞ୍ଚମ ସମ୍ରାଟ l ପୃଥିକି ହୋଇଲା ସେ ନଷ୍ଟ l

ଯେଣୁ ହେଲା ପ୍ରଜା କଣ୍ଟକି l ଅଧର୍ମ ଧରେ ତା ତଣ୍ଟିକି l


ୟୁରୋପିଆନ ଯିବେ ଛାଡ଼ି l ମୋହନ ସେନା ଦେବେ କାଢ଼ି l

ପ୍ରଥମ ଯୁଦ୍ଧେ ସେନାପତି l ହେବ ମୋହନ ସୈନ୍ୟ ଘେତି l

ମୋହନ ବୋଲି ଯାକୁ କହି l ମହତ ଆତ୍ମା ସେ ଅଟଇ l

("କଳି ଭାଗବତ " 1935 ରେ ପ୍ରକାଶିତ,ର କିୟଦଂଶ )

  1935 ରେ ବତିଶ ଅଧ୍ୟାୟ ବିଶିଷ୍ଟ ସରଳ ଭାଷାରେ ତତ୍ତ୍ୱ ପୂର୍ଣ୍ଣ ଏ କାବ୍ୟର ଲେଖକ ଥିଲେ ଠାକୁର ଅଭିରାମ ପରମହଂସ ଓ ପ୍ରକାଶକ ନିର୍ଭୀକ ସାମ୍ବାଦିକ ଶଶୀଭୁଷଣ ରଥ l ମାନ୍ଦ୍ରାଜ ସରକାର ମକଦ୍ଦମା କଲେ, ଦେଶଦ୍ରୋହ ମକଦ୍ଦମା l ଠାକୁର ବର୍ଷେ କାରାବାସ, ଶଶୀଭୁଷଣ ଖସିଗଲେ l

 


Rate this content
Log in

Similar oriya story from Abstract