kamal kumar dash

Horror Tragedy Thriller

3  

kamal kumar dash

Horror Tragedy Thriller

ଟେନ୍ସନ

ଟେନ୍ସନ

2 mins
128


ରାତି ଦଶଟା ହେବ ରବିର ଦେହ ଭଲ ନଥାଏ , କାରଣ ପରେ ଡେଙ୍ଗୁ ହୋଇଥାଏ ତାକୁ ବେଡ଼ ରେ ପଡିଥାଏ ସେ , ତା ଫୋନ ବାଜିଲା , ବଡ଼ କଷ୍ଟ ରେ ସେ ଫୋନ ଉଠାଇଲl | ସେପଟେ ଥିଲା ତାସାଙ୍ଗ ବିକାଶ | ଆମେରିକାରେ ୨୦ ବର୍ଷର ଚାକିରୀ କଲାପରେ ଘରକୁ ଫେରିଛି ସେ ,ମନରେ ତାର ଅନେକ କିଛି କରିବାର ଆଶା ନେଇ , ହେଲେ ତା ହୃଦୟକୁ ଭାଙ୍ଗିଦେଇ ତାକୁ ଛାଡି ଚାଲିଯାଇଛି ତାର ସ୍ତ୍ରୀ ମାରିଆ ତା ପୁଅ କୁ ନେଇ  | ହୁଏତ ଏଥି ପାଇଁ ତାର ପିଇବା ଦାୟି ହୋଇ ଥାଇପlରେ | ବିକାଶ କହିଲା ସାଙ୍ଗ ତୁ କିଛି ଚିନ୍ତା କରନି ତୋର ଯେତେ ଟଙ୍କା ଦରକାର ମତେ କହ ,ଭଲରେ ଟ୍ରିଟ୍ମେଣ୍ଟ କରିବା ତୁ  ଜଲ୍ଦୀ ଠିକ ହୋଇଯିବୁ | ରବି କହିଲା ତୁ ବେସ୍ତ ହୁଅନି ମୋର ଟ୍ରିଟ୍ମେଣ୍ଟ ଠିକ  ଚାଲିଛି | କିଛି ଦରକାର ହେଲେ ମୁଁ କହିବି ତୁଯା ଶୋଇବୁ କାରଣ ତା" କଥାରୁ ରବି ଜାଣି ପlରୁଥିଲା କି ,ସେ ପିଇଛି  ବୋଲି | ରବି ଠିକ ହେଲା ପରେ ଗାଁ କୁ ଗଲା ଓ ସବୁ ସାଙ୍ଗ ମାନେ ମିଶି ପାର୍ଟି କଲେ | ବିକାଶ ତା ଦୁଃଖ କାହାଣୀ ରବିକୁ ଶୁଣାଇଲା ,ତାର ଭଲ ଚାକିରୀ ଥିଲା ଟଙ୍କା ପଇସାରେ କିଛି ଅଭାବ ନଥିଲା ହେଲେ ତାର ସ୍ତ୍ରୀ ମାରିଆ ଛୋଟ ଛୋଟ କଥାରେ ତା ସଂଗେ ସବୁ ବେଳେ ଝଗଡା କରୁ ଥିଲା ଓ ଘରୁ ପଳାଉଥିଲା ଓ ବାହାରେ କିଛି ଦିନ ରହି ଘରକୁ ଫେରୁଥିଲା | ସେ ବିକାଶ କୁ ଟଙ୍କା ମାଗୁଥିଲା ଓ ନଦେଲେ କେଶ କରିବ କହି ଡରାଉଥିଲା  | ବିକାଶ ର ବାପା ମା ଅନେକ ବୁଢା ହୋଇଯାଇଥିଲେ ଓ ତାକୁ ପାଖକୁ ଡାକିଲେ | ସେ ଡିପ୍ରେସଡ ଥିଲା ଓ ଚାକିରୀ ଛାଡ଼ି ଘରକୁ ପଳାଇଆସିଲା | ଏଆର ପୋର୍ଟ ରୁ ମାରିଆ ତା ପୁଅ କୁ ନେଇ ତା ବାପ ଘର କୁ ଚାଲି ଗଲା ଓ ଗାଁ କୁ ଏକ ଫେରିଲା ବିକାଶ | ବହୁତ ଏକl ଲାଗୁଥିଲା ତାକୁ | ସାଙ୍ଗ ମାନଙ୍କ ସାଥିରେ ମିଶି ଗୋଟେ ଫାର୍ମ କିଣିଲା ସେ ସେଠି ଗୋଟେ ଘର କରି ରହିଲା ଓ କିଛି କାମ ବି କଲା | ବାପା ମା ଙ୍କ ପାଖରେ ରହିବl ପରେ ତାର ଟେନ୍ସନ କିଛି କମିଲା ହେଲେ ସେ ପିଇବା ଛାଡି ପାରିଲାନି | ଗାଁ ସାଙ୍ଗଙ୍କ ସାଥିରେ ମିଶି ସବୁ ଦିନ ପିଇଲା | ପିଇଲା ପରେ ଖାଲି  ଟଙ୍କା ଟଙ୍କା ବୋଲି କହୁଥିଲା | ତାର ଏ ଅବସ୍ଥା ଦେଖି ବାପା ମା ଙ୍କର ଟେଟେନ୍ସନ୍ ବଢି ଗଲା | ବିକାଶ କହିଲା ଦିନେ ଶୁଣିବୁ ମୁଁ ଆଉ ନାହିଁ ସେ କାନ୍ଦୁ ଥିଲା | ରବି କହିଲା ତୁ ମୋ ସାଥିରେ ଚାଲ ତୋ ଡିପ୍ରେସନ ର ଟ୍ରିଟ୍ମେଣ୍ଟ କରିବା ମୁଁ ମାରିଆ ସାଥିରେ କଥା ହେବି | ସେ ମନ କଲା ତାକୁ ରବି ବବୂଝୈଲତୁ ଚାଲିଗଲେ ତୋ ବାପା ମା ଙ୍କର କଣ ହେବ ଟିକେ ଚିନ୍ତା କର | ହଁରେ ତାଙ୍କ କଥା ପାଇଁ ମୁଁ ରହି ଯାଉଛି | ରବି ତାକୁ ଜୋର କରି ସହରକୁ ବାହାରିଲା ଟ୍ରିଟ୍ମେଣ୍ଟ ପାଇଁ | 


Rate this content
Log in

Similar oriya story from Horror