Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Anita Jena

Tragedy Fantasy Inspirational


4  

Anita Jena

Tragedy Fantasy Inspirational


ତଫାତ୍

ତଫାତ୍

3 mins 220 3 mins 220


ରତ୍ନାକର ସିଂହ , ଜଣେ ଧନବାନ ବ୍ୟକ୍ତି । ପୁତ୍ର ଦିବାକର ଆଉ ବୋହୂ ସାବିତ୍ରୀ ପାଞ୍ଚ ବର୍ଷ ତଳୁ ଏକ ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି । ସେବେ ଠାରୁ ନାତି କେଶବ ର ସମ୍ପୂର୍ଣ୍ଣ ଦେଖାଶୁଣା କରନ୍ତି ରତ୍ନାକର । ପତ୍ନୀ ତନୁଜା ଦେବୀ ବି ଅନେକ ଦିନ ତଳୁ ଆଖି ବୁଜି ଦେଇଥିଲେ । ନାତି ହିଁ ତାଙ୍କର ସବୁ କିଛି ଥିଲା । କେଶବ ଯେତେବେଳେ ଯାହା ଚାହୁଁ ଥିଲା ତାକୁ ସେ ସବୁ ଅତି ସହଜ ରେ ଆଉ ବିନା ପରିଶ୍ରମ ରେ ମିଳି ଯାଉଥିଲା । ହେଲେ ରତ୍ନାକର ସେମିତି ମଣିଷ ନ ଥିଲେ , ଅନେକ ସମ୍ପତି ର ଅଧିକାରୀ ହେଇଥିଲେ ମଧ୍ୟ ସେ ନିଜ କର୍ମ କୁ ଭଗବାନ୍ ବୋଲି ମାନୁ ଥିଲେ । ନିଜ ହାତ ରେ ସେ କ୍ଷେତ ରେ ଅଧିକାଂଶ ସମୟରେ କାମ ବି କରୁଥିଲେ । ଏଥିପାଇଁ ସବୁ ଆଡେ ସେ ବେଶ୍ ପରିଚିତ ଥିଲେ । ସେ ବି ଚାହୁଁ ଥିଲେ କେଶବ ଜଣେ ସୁଶୀଳ ଆଉ ଭଲ ମଣିଷ ଟିଏ ହଉ ।ନିଜେ ମାଲିକ ନୁହେଁ ଜଣେ ଭଲ ମଣିଷ ଭାବରେ ଗଣା ହଉ । ହେଲେ କେଶବ ଧିରେ ଧିରେ ଚିଡା ହେବାକୁ ଲାଗିଲା । ଗରିବ ଆଉ ଧନୀ କୁ ନେଇ ବିଚାର କରିବାକୁ ଲାଗିଲା । ଗରିବ ଲୋକ ମାନଙ୍କୁ ଘୃଣା କରିବା, ତାଙ୍କୁ ନୀଚ ଦୃଷ୍ଟି ରେ ଦେଖିବା ସତେ ଯେମିତି ସବୁ କେଶବ ର ଅଭ୍ୟାସ ପାଲଟି ଚାଲିଲା । 

  କେଶବର ଏମିତି ବ୍ୟବହାର କୁ ନେଇ ରତ୍ନାକର ଖୁବ୍ ଚିନ୍ତା ରେ ପଡ଼ିଗଲେ । ଭାବିଲେ କଫି ବେଳ ହୁଁ କେଶବକୁ ନ ବୁଝେଇବି ତାହେଲେ ଆଗକୁ ଯାଇ ତାର ଏ ଅଭ୍ୟାସ ଭୟଙ୍କର ରୂପ ନେଇ ପାରେ । 

  ସେଥିପାଇଁ ଦିନେ ରତ୍ନାକର କେଶବ କୁ ନେଇ ତାଙ୍କର ଜଣେ ବନ୍ଧୁ ଙ୍କ ଘରକୁ ଗଲେ । ଯିଏ କି ବହୁତ୍ ଧନୀ । କେଶବ ଘର ଭିତରକୁ ଯାଇ ବହୁତ୍ ଖୁସି ହେଲା । ଘର ର ସବୁ ଚାକର ଚାକରାଣୀ ଆସି କେଶବ ଆଉ ରତ୍ନାକର ଙ୍କ ର ଚର୍ଚ୍ଚା କରିବାକୁ ଲାଗିଲେ । କେଶବ ଭାରି ଖୁସି ହେଲା । ପ୍ରଥମେ କଫି କପ୍ ଟିଏ ବଢେଇ ଦେଲେ କେଶବ ହାତ କୁ । ହେଲେ ଧନୀ ଘର ର ବନ୍ଧୁ ଜଣଙ୍କ ନିଜ ଚାକର ଙ୍କୁ କହିଲେ ଅତିଥି ମାନଙ୍କର ଚର୍ଚ୍ଚା କରିବାକୁ ଆଉ ନିଜେ ବାହାରି ପଡ଼ିଲେ ତାଙ୍କ କାମ ରେ । ଆଉ ଗଲା ବେଳେ କହି ଦେଇ ଗଲେ ଖାଇ କି ଯିବା ପାଇଁ ।  କେଶବ ଆଉ ରତ୍ନାକର କିଛି ସମୟ ତାଙ୍କ ଘରେ ରହି ଫେରି ଆସିଲେ । ତହିଁ ଆରଦିନ ରତ୍ନାକର କେଶବ କୁ ନେଇ ତାଙ୍କର ଅନ୍ୟ ଏକ ବନ୍ଧୁ ଘରକୁ ଗଲେ , ଯିଏ କି ବହୁତ୍ ଗରିବ । କେଶବ ତାଙ୍କ ଘରେ ପହଞ୍ଚିଲା ବେଳକୁ ଛୋଟ କୁଟୀର ଦେଖି ଖାଲି ନାକ ଟେକୁ ଥାଏ । ରତ୍ନାକର ଙ୍କ ବନ୍ଧୁ ଆଉ ତାଙ୍କ ଘର ଲୋକ ରତ୍ନାକର ଆଉ କେଶବ କୁ ଦେଖି ଖୁସି ରେ ଆତ୍ମହରା ହେଇ ଉଠିଲେ । ଅତି ଯତ୍ନ ରେ ତାଙ୍କୁ ଭିତରକୁ ପାଛୋଟି ନେଲେ । ନିଜ ହାତ ରେ ଚା ତିଆରି କରି ପିଇ ବାକୁ ଦେଲେ । କେଶବ କଫି ବଦଳରେ ଚା ଦେଖି ଖୁବ୍ ରାଗି ଯାଉଥାଏ । ହେଲେ ଜେଜେ ଙ୍କ ଭୟରେ କିଛି କହୁ ନ ଥାଏ । ଗରିବ ବନ୍ଧୁ ଜଣଙ୍କ ପାଖେ ପାଖେ ରହି ସବୁ କଥା ବୁଝୁ ଥାଏ । ରତ୍ନାକର ଓ କେଶବ ପାଇଁ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଗଲା ଆଉ ତାଙ୍କୁ ଖାଇବା ପାଇଁ ଦିଆଗଲା । ଗରିବ ବନ୍ଧୁ ଜଣଙ୍କ ସେଦିନ ତାଙ୍କର କାମ ବନ୍ଦ୍ କରି ଘରେ ରହିଲେ ଅତିଥି ସତ୍କାର ପାଇଁ । ଅତି ଆତ୍ମୀୟତା ର ସହିତ ପରିବାର ର ସମସ୍ତେ କେଶବ ଆଉ ରତ୍ନାକର ଙ୍କ ର ଦେଖାଶୁଣା କରୁ ଥାନ୍ତି । ସମସ୍ତଙ୍କ ମୁହଁ ରେ ହସ ଫୁଟି ଉଠୁଥାଏ । 

  କେଶବ ଧିରେ ଧୀରେ ବୁଝି ପାରୁ ଥାଏ ଏମାନେ ସିନା ପରିସ୍ଥିତି ଆଉ ଅବସ୍ଥା ରେ ଗରିବ ହେଲେ ମନ ରେ ଧନୀ ଲୋକ ଠାରୁ ବି ବେଶୀ ଧନୀ । ତାଙ୍କର ଅତିଥି ସତ୍କାର ଦେଖି କେଶବ ର ମନ ପରିବର୍ତ୍ତନ ହେବାକୁ ଲାଗି ଥାଏ । 

  ଖାଇବା ପିଇବା ସରିବା ପରେ ରତ୍ନାକର ଆଉ କେଶବ କିଛି ସମୟ ବିଶ୍ରାମ ନେଲେ ଆଉ ଘରକୁ ଫେରିବା ପାଇଁ ବାହାରି ପଡିଲେ । ବାଟ ରେ ଆସିବା ବେଳେ ରତ୍ନାକର କେଶବ କୁ ପଚାରିଲେ ନାତି କାଲି ଆଉ ଆଜି ମୁଁ ତତେ ମୋର ଦୁଇ ବନ୍ଧୁ ଙ୍କ ଘରକୁ କିଛି ଜାଣିବା ପାଇଁ ନେଇ ଥିଲି । ତୁ କିଛି ଜାଣି ପାରିଲୁ ? 

  କେଶବ କହିଲା ହଁ ଜେଜେ କେବଳ ଜାଣିଲି ନାହିଁ ବୁଝି ବି ପାରିଲି କଫି ଆଉ ଚା ଭିତରର ତଫାତ୍ କୁ । । 

  ରତ୍ନାକର କେଶବ ର କଥା ଶୁଣି ହସି ଦେଲେ ଆଉ ମନେ ମନେ ଭାବିଲେ ଯାହା ହେଉ ନାତି ମୋର ଠିକ୍ ବୁଝି ପାରିଲା ।




Rate this content
Log in

More oriya story from Anita Jena

Similar oriya story from Tragedy