STORYMIRROR

Debabrata Barik Debunu

Tragedy

3  

Debabrata Barik Debunu

Tragedy

ତୋ ପ୍ରେମରେ ମୁଁ ପାଗେଳୀ ଆଜି

ତୋ ପ୍ରେମରେ ମୁଁ ପାଗେଳୀ ଆଜି

4 mins
379


ମୋନାଲିସା- ହେଲୋ, କିଏ କହୁଥିଲେ ଆପଣ ?

ରବି- ହେଲୋ , ମୋନାଲିସା ମୁଁ ରବି କହୁଛି.. ମୋନାଲିସା ପ୍ଲିଜ୍ କଲ ଟିକୁ କାଟନି । ଏଇ କଲଟି ମୋ ଜିବନର ଶେଷ କଲ....


ମୋନାଲିସା-ଉଫ,ତୁମେ ଆଉ ଥରେ ନୂଆ ନମ୍ବରରେ ଫୋନ କରିଛ । ତୁମକୁ ମୁଁ କେତେ ଥର ମନା କରିଛି ଯେ ତୁମ ସହିତ ମୋର କିଛି ସମ୍ପର୍କ ନାହିଁ । ତୁମକୁ କଣ ଟିକେ ହେଲେ ବି ଲାଜ ଲାଗୁନି । ନିଲଜ୍ଜା ପଶୁ ପରି କଣ ପାଇଁ ମୋ ପଛରେ ପଡିଛ ।


ରବି- (ଦୁଃଖ ରେ ) ମୁଁ ଆଉ ତୁମକୁ ଟେନସନ ଦେବି ନାହିଁ । ଖାଲି ଶେଷ ଥର ପାଇଁ ତୁମ ମୁଁହ ଟିକେ ଦେଖିବାକୁ ଚାହେଁ, ପ୍ଲିଜ୍ ଥରୁଟିଏ ପାଇଁ ଛାତ ଉପରକୁ ଆସ । ମୁଁ ତଳେ ରହି ତୁମକୁ ଦେଖି ଚାଲିଯିବି..


ମୋନାଲିସା- ମୁଁ ପାରିବି ନାହିଁ ! କାଲି ମୋର ବାହାଘର ଆଉ ତୁମେ ମତେ ଭୁଲିଯାଅ । ଆଉ ତୁମକୁ ଦେଖିବା ପାଇଁ ମୋର ଇଚ୍ଛା ନାହିଁ । ଏଥର ଟିକେ ମତେ ଶାନ୍ତିରେ ବଞ୍ଚିବାକୁ ଦିଅ । ପ୍ଲିଜ୍ ଆଉ ମୋ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବନି କି ଆଉ ଏହା ପରେ ତୁମେ ଯଦି ମୋ ପାଖକୁ ଫୋନ କର , ତାହେଲେ ମୋର ମଲା ମୁହଁ ଦେଖିବ ।


ରବି- ଠିକ ଅଛି ମୋନାଲିସା .ମୁଁ ଆଉ କେବେ ହେଲେ ଫୋନ କରିବି ନାହିଁ । ତୁମେ ଖୁସିରେ ରୁହ । ତେବେ ଗୋଟେ କଥା ଶୁଣି ରଖ ମୋନାଲିସା  । ଦିନେ ନା ଦିନେ ଏଇ ହୃଦୟର ଭଲପାଇବା ତୁମକୁ ମୋ ପାଖରେ ଟାଣି ଆଣିବ । ଆଉ ସେଦିନ ତୁମେ ମୋ ପାଖକୁ ନ ଆସି ରହି ପାରିବ ନାହିଁ ।


 ବାହାଘର ଦିନ ଘଟଣା..

ମାତ୍ର କିଛି ସମୟ ପରେ ବୋହୂ ବେଶରେ ବସି ଥାଏ ମୋନାଲିସା .. ତା ମନ ଭିତରେ ହଜାର ରଙ୍ଗ ବେରଙ୍ଗର ରଙ୍ଗିନ୍ ସପନ କିନ୍ତୁ ଏତେ ଖୁସି ଭିତରେ ସେ କଣ କରିବ କିଛି ବି କଳ୍ପନା କରି ପାରିନଥାଏ । ସତରେ ସେ କଣ ରବିକୁ ଭଲପାଏ.. ନା ନା ଏମିତି ହୋଇପାରେନା !

ଏହା ଥିଲା ଗୋଟେ ଟାଇମ ପାସ କିନ୍ତୁ ମୋନାଲିସାର ଅସଲ ଭଲପାଇବା ରବି ହିଁ ଥିଲା ।


(ମୋନାଲିସା ସହିତ ଯାହାର ବାହାଘର ଠିକ ହୋଇଥିଲା ..ସେଇ ପୁଅ ଟିର ନାମ ଥିଲା ବିନୋଦ )


ଯେତେବେଳେ ବାହାଘର ମୁହୂର୍ତ୍ତ ପାଖେଇ ଆସୁଥାଏ ମୋନାଲିସା ସେତେବେଳେ ସଜବାଜ ହୋଇ ବହୁତ ସୁନ୍ଦର ଦେଖାଯାଉଥାଏ । ଏଇ ସମୟରେ ମୋନାଲିସା ପାଖରେ ଗୋଟିଏ ଖବର ଆସିଲା...ଏଇ ବାହାଘର ଆଜି ଆଉ ହବନି "କାରଣ" ବରର (ବିନୋଦ ) ନିବିଡ ବନ୍ଧୁ ଏଇ ସମୟରେ ତା ଦେହ ବହୁତ ଅସୁସ୍ଥ ଆଉ ବିନୋଦ ବି ସେଠାକୁ ଯାଇଛନ୍ତି । ମୋନାଲିସା ମନେ ମନେ ଭାବୁଛି ଦେହ ଖରାପ ହେବା ପାଇଁ ଆଉ ସମୟ ନଥିଲା ଠିକ ବାହାଘର ସମୟରେ କଣ ପାଇଁ ଏମିତି ହେଲା ।


ତା ପରେ.... ମୋନାଲିସା ହାତରେ ଧରିଥିବା ମୋବାଇଲ ସ୍କ୍ରିନ୍ ଟିକୁ ଦେଖି ଚମକି ପଡିଲା । ତା ପରେ ମୋନାଲିସା ରବିକୁ ଦେଖିବା ପାଇଁ ପାଗଳ ଭଳି ଦୌଡିବାକୁ ଲାଗିଲା..ଆଉ ଚିତ୍କାର କରି କହିଲା ରବି ମତେ କ୍ଷମା କରିଦିଅ ପ୍ଲିଜ୍ ମୁଁ କଥା ଦଉଛି, ତୁମକୁ କେବେହେଲେ ଧୋକା ଦେବି ନାହିଁ । ସାରା ଜୀବନ ତୁମର ହୋଇ ରହିବି, ମତେ ଛାଡି ଯାଅନି ପ୍ଲିଜ୍ ରବି ....


ଆଜି ତିନି ମାସ ଧରି ମୋନାଲିସା ପାଗଳଗାରରେ ଅଛି । ଆଉ ସେ ଏକା ଏକା କହି ବୁଲେ...ରବି ତୁମେ ଫେରିଆସ ମୁଁ ତୁମକୁ ବହୁତ ଭଲପାଏ ରବି ବହୁତ ଭଲପାଏ ...ଆଉ ତୁମକୁ କେବେହେଲେ କଷ୍ଟ ଦେବିନି ପ୍ଲିଜ୍ ଫେରିଆସ ରବି ।

.

.

ବନ୍ଧୁ ଏହାହିଁ ଭାବିଲ ନା..ଯେ ମୋନାଲିସା କଣ ପାଇଁ ପଗଳ ହେଲେ ?


କାରଣ....ସେଦିନ ମୋନାଲିସା ମୋବାଇଲରେ ରବିର ଗୋଟିଏ ମେସେଜ୍ ଆସିଥିଲା । ଆଉ ସେଇ ମେସେଜ୍ ରେ ଲେଖାଥିଲା ମୋନାଲିସା ମୁଁ ବହୁତ ଭଲପାଉଛି ତୁମକୁ । ହଜାରେ ସପନ ଦେଖିଥିଲି ତୁମକୁ ନେଇ । ଭାବୁଥିଲି ତୁମ ହୃଦୟର ସବୁ ଦୁଃଖକୁ ନିଜର କରି ନେବି ବୋଲି ଦୁନିଆର ସବୁ ସୁଖ ତୁମକୁ ଦେବି, ଆଉ ତୁମକୁ ଖୁସିରେ ରଖିବି ବୋଲି, କିନ୍ତୁ ମୁଁ ପାରିଲିନି।

ପାରିଲିନି ତୁମକୁ ଧରି ରଖିବାକୁ । ମୋ ସପନ ପୁରଣ ହେବା ଆଗରୁ ହିଁ ତୁମର ବାହାଘର ଠିକ ହୋଇଗଲା । ମୋ ଠାରୁ ବଡଘରର ପୁଅ (ବିନୋଦ ) ସହିତ । ଆଉ ତୁମେ ମୋ ସହିତ ଯୋଗାଯୋଗ ବନ୍ଦ କରି ଦେଲ କିନ୍ତୁ ତୁମେ ଯାହାକୁ ବିବାହ କରିବାକୁ ଯାଉଛ ସେ ମୋ ଅତି ନିଜର ବନ୍ଧୁ ।


ଯାହାକୁ ମୁଁ ଦିନେ ନିଜ ରକତ ଦେଇ ମୃତ୍ୟୁ ମୁହଁରୁ ତାକୁ ବଞ୍ଚେଇ ଆଣି ଥିଲି । ସେ ମତେ ବହୁତ ଭଲପାଏ ଓ ବିଶ୍ବାସ ବି କରେ ମୁଁ ଚାହିଁଲେ ତାକୁ କହି ତୁମ ବାହାଘର ଭାଙ୍ଗି ପାରିଥାନ୍ତି କିନ୍ତୁ ମୁଁ ସେମିତି କରି ନାହିଁ, କାରଣ...ମୁଁ ଜାଣିଛି ଯୋର କରି ପୃଥିବୀରେ ସବୁ କିଣିପାରିବ କିନ୍ତୁ ଭଲପାଇବା ନୁହେଁ । ମୁଁ ଏତେ ପାଗଳ ଯେ ତୁମକୁ ଭଲ ପାଇ ବସିଲି । ତୁମେ ଆଉ ତୁମ ଭଲପାଇବା ଛଡା ବଞ୍ଚି ରହିବା ମୋ ପାଖରେ ଅସମ୍ଭବ ଥିଲା । ସେଇଥିପାଇଁ ଗୋଟିଏ ସମୟ ବାଧ୍ୟ ହୋଇ ଏହି ସିଦ୍ଧାନ୍ତ ନେଲି ଏଇ ଜୀବନକୁ ଶେଷ କରି ଦେବି ବୋଲି ଏବଂ ଏମିତି ଭାବରେ ଆର ପାରିରେ ଗଲେ ଖୁସିରେ କହିବି ତୁମକୁ ସିନା ମୁଁ ମୋ ନିଜର କରି ପାରିଲି ନାହିଁ କିନ୍ତୁ ମୋ ରକ୍ତ ଯାହା ଶରିରରେ ଅଛି ! ସେ ତ ପାଇବ..ମୁଁ ଏତିକିରେ ବହୁତ ଖୁସି । କେବଳ ଇଚ୍ଛା ମୋର ଥିଲା ତୁମକୁ ଶେଷ ଥର ପାଇଁ ଦେଖିବି ବୋଲି କିନ୍ତୁ ମୃତ୍ୟୁ ଆଗରୁ ସେଇ ଆଶା ଟା ବି ପୁରଣ ହେଇପାରିଲା ନାହିଁ । ସେଥିରେ ମୋର କିଛି ଦୁଃଖ ନାହିଁ । ଜୀବିତ ଅବସ୍ଥାରେ ମୁଁ ନ ପାଇଲେ କଣ ହେଲା । ମରିବା ପରେ ମୋ ଶବ ଟାକୁ ଶେଷ ଥର ପାଇଁ ତ ଦେଖିବ । ତୁମକୁ ତ ଆସିବାକୁ ପଡିବ ଏବେ ନ ହେଲେ ବି ଭଲପାଇବା ସ୍ନେହରେ ନ ଆସିଲେ ବି ତୁମେ ଆସିବ .. ଏହା ଥିଲା ମୋର ବିଶ୍ବାସ ...ଏହା କହି ଏଇ ଦୁନିଆରୁ ବିଦାୟ ନେଇ ଚାଲିଗଲେ ସବୁ ଦିନ ପାଇଁ ରବି....।


 କିନ୍ତୁ ରବି ପାଇଁ ମୋନାଲିସା ନୟନରୁ ଅଶ୍ରୁଧାରା ଆଜିବି ଅନବରତ ବୋହୁଚି । ମୋନାଲିସା ଆଜି ବି ସେଇ ପାଗଳଗାରରେ ରହିଛି । ଆଉ କାନ୍ଦି କାନ୍ଦି କହୁଛି ମତେ କ୍ଷମା କରିଦିଅ ରବି ମୁଁ ତୁମକୁ ଏବଂ ତୁମ ଭଲ ପାଇବାକୁ ବୁଝି ପାରିନଥିଲି। କିନ୍ତୁ ମୁଁ ତୁମକୁ ବହୁତ ଭଲପାଏ ଆଉ ପାଉଥିବି ମୋ ଶେଷ ନିଶ୍ଵାସ ଥିବା ଯାଏ ।



Rate this content
Log in

Similar oriya story from Tragedy