ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ତନ୍ତିଝିଅ ଓ ବାମନ

ତନ୍ତିଝିଅ ଓ ବାମନ

3 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ତନ୍ତୀର ଏକ ସର୍ବଗୁଣ ସମ୍ପର୍ଣ୍ଣା ସୁନ୍ଦରୀ ଝିଅଟିଏ ଥିଲା l ସେ ତା’ ଝିଅକୁ ନେଇ ସବୁବେଳେ ଗର୍ବ କରେ l ଦିନେ ରାଜା ବେଶ ବଦଳାଇ ତନ୍ତୀର ଗାଆଁକୁ ବୁଲି ଆସି ଥାଆନ୍ତି l ତନ୍ତୀ ଝିଅର ବାହାଦୁରୀ କଥା କହିବାକୁ ଯାଇ କହିଲା- ଭାଇ ! ତୁମେ ଜାଣିଛ ମୋ ଝିଅ ଏତେ ଗୁଣର ଯେ ସେ କପା ତୁଳାରୁ ସୁନା ସୂତା କାଟିପାରିବ l

ରାଜା ତା’ପର ଦିନ ତନ୍ତୀ ଓ ତାର ଝିଅକୁ ଦରବାରକୁ ଡକାଇ କହିଲେ- ତୁମ ଝିଅ ଯଦି ମୋ ତୁଳା ଗୋଦାମ ଘରେ ଥିବା ସମସ୍ତ ତୁଳାକୁ ଏକ ରାତିଭିତରେ ସୁନାର ସୂତା କରିଦେବ ତା’ ହେଲେ ମୁଁ ତାକୁ ବିବାହ କରି ଏ ରାଜ୍ୟର ରାଣୀ କରାଇବି ନହେଲେ କାଲୀ ତାକୁ ଫାଶୀ ମିଳିବ l କହି ସେ ତନ୍ତୀର ଝିଅକୁ ନେଇ ତୁଳା ଗୋଦାମ ଘରେ ବନ୍ଦ କରି ଦେଲେ l ଝିଅଟି ରାଜାଙ୍କୁ ଯେତେ ବୁଝାଇଲେ ରାଜା ଶୁଣିଲେ ନାହିଁ l

ଦିନ ଯାଇ ରାତି ହେଲା l ଝିଅଟି ନ ଖାଇ ନ ପିଈ କଇଁ କଇଁ ହୋଇ କାନ୍ଦୁଥାଏ l ହଠାତ୍ ଏକ ଛୋଟା ଅସୁନ୍ଦର ବମନ ଦୁଆର ଖୋଲି ଭିତରକୁ ଆସି କାନ୍ଦୁଥିବାର କାରଣ ପଚାରିଲା l ଝିଅଟି ତାକୁ ସବୁକଥା କହିବାରୁ ବାମନ କହିଲା ଝିଅ l ମୁଁ ଯଦି ତୁମକୁ ସାହାଯ୍ୟ କରିବି ତୁମେ ମତେ କ’ଣ ଦେବ ? ଝିଅଟି କହିଲା ମୁଁ ତ ଗରିବ l ମୁଁ ତୁମକୁ କ’ଣ ଦେଇପାରେ ! ବାମନ କହିଲା- ତୁମେ ରାଜାଙ୍କୁ ବିବାହ କରି ରାଣୀ ହେବା ପରେ ତୁମର ପ୍ରଥମ ସନ୍ତାନକୁ ଯଦି ମତେ ଦେବ ତା’ ହେଲେ ମୁଁ ତୁମକୁ ସାହାଯ୍ୟ କରିବି l ଝିଅଟି ତାକୁ ସଙ୍ଗେ ସଙ୍ଗେ ସମ୍ମତି ଜଣାଇଲା l

ରାଜା ସକାଳେ ଆସି ଦେଖନ୍ତି ତ ଗୋଦାମ ଘରେ ସୁନାର ସୂତା ଗଦା ହୋଇଛି l ସର୍ତ୍ତ ଅନୁଯାୟୀ ରାଜା ସେହି ତନ୍ତୀର ଝିଅକୁ ବିବାହ କଲେ l କିଛି ବର୍ଷ ପରେ ସେମାନଙ୍କର ଏକ ସୁନ୍ଦର ପୁଅଟିଏ ହେଲା l ରାଣୀ ତାକୁ ବହୁତ ଆଦର ଯତ୍ନରେ ବଢାଉଥିଲେ l ହଠାତ୍ ଦିନେ ବାମନ ଆସି ପହଞ୍ଚି ପୁଅଟିକୁ ମାଗିଲା l ରାଣୀ ବହୁତ କାକୁତି ମିନତି ହେଲେ l ରାଣୀ ଶେଷରେ ତାର ଗୋଡ଼ ତଳେ ପଡିଗଲେ l ବାମନ କହିଲା –ଠିକ୍ ଅଛି l ତୁମେ ଯଦି ମୋର ପ୍ରକୃତ ନାମ ତିନିଦିନ ଭିତରେ କହିଦେବ ତା’ ହେଲେ ମୁଁ ଏଠୁ ଚାଲିଯିବି ନ ହେଲେ ମୋର ତମ ପୁଅ ଦରକାର l

ରାଣୀ ଜାଣିଥିବା ସବୁ ନାଁ ବାମଙ୍କୁ କହିଗଲେ l ହେଲେ ବମନ କହିଲା- ନା ଏସବୁ ନୁହେଁ l ଦ୍ଵିତୀୟ ଦିନ ରାଣୀ ସୈନ୍ୟ ମାନଙ୍କଠାରୁ ବୁଝି ବିଭିନ୍ନ ନାମର ତାଲିକା ଆଣି ଶୁଣାଇଲେ ତଥାପି ବାମନ କହିଲା – ନା ଏ ସବୁ ନୁହେଁ l ତା ପରେ ରାଣୀ ଗୁପ୍ତଚରମାନଙ୍କୁ ବାମନର ସନ୍ଧାନରେ ପଠାଇଲା l ବହୁତ ଖୋଜା ଖୋଜି ପରେ ଜଣେ ଗୁପ୍ତଚର ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବାମନକୁ ଦେଖିବାକୁ ପାଇଲା l ସେ ନିଜ ମୁଣ୍ଡ ଉପରେ ଟୋପିଟିକୁ ଓଲଟାଇ ରଖି ଡ଼େଉଁଥାଏ l ସେ ଟୋପି ଭିତରୁ ରୁଟି ସବୁ ଛିଟିକି ତଳେ ପଡୁଥାଏ l ସେ ଖୁସିରେ ଛୋଟା ପାଦକୁ ପିଟି ପିଟି କହୁଥାଏ ‘ ତନ୍ତୀ ଝିଅ ରାଣୀ ହୋଇଲା, ପୁଅ ଦେବ ବୋଲି କହିଲା l ’ ଏହି ସମୟରେ କୁଡିଆ ଭିତରୁ ଏକ ବୁଢୀ ବାହାରି ଆସି କହିଲା ହେ ଯୁମନ ବୁଦ୍ଧି l କାହିଁକି ଏମିତି ଡ଼େଉଁଛୁ ? କ’ଣ ଏମିତି ପାଇଗଲୁକି ? ବାମନ ପୁଣି ଥରେ ସେହି ଢଗ ଗାଇଲା l ଗୁପ୍ତଚର ଯାଇ ରାଣୀଙ୍କୁ ସବୁକଥା କହିଲା l ତୃତୀୟ ଦିନ ବାମନ ଯେମିତି ଆସି ତାଙ୍କୁ ତାର ନାମ ପଚାରିଛି – ରାଣୀ ସଙ୍ଗେ ସଙ୍ଗେ ତାର ପ୍ରକୃତ ନାମ ‘ ଯମୁନ ବୁଦ୍ଧି ‘ କହିଦେଲା l ବାମନ ନିଜ ନାମ ଶୁଣି ମନ ଦୁଃଖରେ ସେଠାରୁ ପଳାଇଗଲା l ରାଣୀ ତାଙ୍କର ପୁଅକୁ ନେଇ ଖୁସିରେ ରହିଲେ l


Rate this content
Log in

Similar oriya story from Children