STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ତେଜପତ୍ରର ବାସ୍ନା

ତେଜପତ୍ରର ବାସ୍ନା

3 mins
19


     ବାହାଘର ପରେ ସ୍ୱାମୀ ଦୀନେଶଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇ ଅରୁଣା ଏଣିକି ସାନ ଭାଇ ଓ ଭାଉଜଙ୍କ ହେପାଜତରେ ଥିବା ବାପାଙ୍କୁ ଦେଖିବାକୁ ଆସି କିଛି ଅଲଗା ଅନୁଭୂତି ଅନୁଭବ କରୁଥିଲେ. ବୋଉ ଏ ଦୁନିଆଁ ଛାଡି ଚାଲିଯାଇଥିଲେ ମଧ୍ୟ ଝିଅ ଅରୁଣା ଓ ପୁଅ ଅରୁଣ ମୁହଁକୁ ଚାହିଁ ଦ୍ୱିତୀୟ ବିବାହ କରିନଥିଲେ ବାପା. ଅରୁଣା ଓ ଅରୁଣକୁ ସମସ୍ତ ସଂସ୍କାର ଦେଇ ବଢ଼େଇ କୁଢେଇ ପ୍ରତିଷ୍ଠିତ କରିବା ପରେ ବି ଏବେ ଏବେ ଅରୁଣାକୁ ଲାଗୁଥିଲା ବାପା ଯେମିତି ପାଳଭୂତ ବନି ଯାଇଛନ୍ତି ନିଜ ଘରେ.ଅରୁଣାଙ୍କ ଚିନ୍ତାଧାରା ସତ ହେଲା ଯେବେ ସାନ ଭାଇ ଓ ଭାଉଜର ଏକମାତ୍ର ପୁଅ ପୁପୁନ କହିଥିଲା ଅପା ତୁମେ ଜେଜେଙ୍କୁ କିଛି ଦିନ ପାଇଁ ତୁମ ପାଖକୁ ନେଇଯାଅ. କାହିଁକିରେ ପୁପୁନୁ?ବାପା ପରା ପିଲାଦିନୁ ମତେ ଶିଖେଇଛନ୍ତି ଝିଅ ଘରେ କ୍ଷୀରି ପୁରି ଖାଇ ରହିବା ଅପେକ୍ଷା ପୁଅ ପାଖେ ଶାଗ ଓ ପଖାଳ ଖାଇ ରହିବା ଭଲ. ପୁପୁନୁ କହିଲା କିନ୍ତୁ ପୁଅ ଯେବେ ଶାଗ ପଖାଳ ବାପଙ୍କୁ ଦେଇ ନିଜେ ମାଂସ ଭାତ ଖାଏ!ପୁପୁନର କଥା ଶୁଣି ଚମକି ପଡିଲା ଅରୁଣା. ତଥାପି କହୁଥିଲା ଏ ଘର ବାପାଙ୍କର ପୁଣି ସାନ ଭାଇକୁ ପଢ଼େଇ ବଢ଼େଇ ରୋଜଗାକ୍ଷମ କରିବାରେ ବାପାଙ୍କର ଯେତେ ଅବଦାନ ସେସବୁ ପାଇଁ ବାପା ନିଜେ ନିଜ ଅଧିକାର ପ୍ରତି ସଚେତନ ରହିପାରିବେ ପୁପୁନ. ଛୋଟ ପିଲା ହେଲେ ବି ପୁପୁନ ଖୁବ ଚାଲାକ ଥିଲା ତ ଉତ୍ତର ଦେଲା ଜେଜେ ଏବେ ନିଜକୁ କ୍ଷୀରିରେ ପଡ଼ିଥିବା ତେଜପତ୍ର ପରି ଭାବୁଛନ୍ତି. କ୍ଷୀରିରେ ସମସ୍ତ ସ୍ୱାଦ ଓ ବାସ୍ନା ତେଜପତ୍ର ପାଇଁ ହେଲେ ମଧ୍ୟ ତେଜପତ୍ର ନକାଢି କେହି କ୍ଷୀରି ଖାଏ କି!ତେଣୁ ତାଙ୍କ ପ୍ରତି ଅଣହେଳାକୁ ସେ ନିଜେ ନିଜକୁ ତେଜପତ୍ର ସହ ତୁଳନା କରି ଆଦରି ନେଇଛନ୍ତି ନିଜ ଭାଗ୍ୟକୁ .
    ଏଥର ଅରୁଣା ପୁପୁନର କଥାକୁ ଦୃଢତାର ସହିତ ଚିନ୍ତା କଲେ ଓ ପାଠ ପଢିଲା ବେଳର ସେହି ଇଂରାଜି ବିଷୟର 'ଉଡୁନ କପ' ବା 'କାଠ କପ'କଥା ଅରୁଣାଙ୍କର ମନେ ପଡ଼ୁଥିଲା. ବିଷୟଟିରେ ଜନିକ ଜେଜେଙ୍କର ବାର୍ଦ୍ଧକ୍ୟ ଜନିତ ହାତ ଥରୁଥିବାରୁ ତାଙ୍କୁ ଚାଇନା କପ ବା ପ୍ଲେଟ ବଦଳରେ କାଠ କପରେ ପିଲାଟିର ମାଆ ଚା ଦେବା ଓ ଡାଇନିଂ ଟେବୁଲରେ ସମସ୍ତଙ୍କ ସହ ମିଶିକି ଖାଇ ବସିବାର ସୁଯୋଗ ମାଆ ଦେଉନଥିବା ଓ ବାପା ସେହି କଥାକୁ ଆଖିବୁଜି ସମର୍ଥନ ଦେଉଥିବା ଦେଖି ପୁଅ ଗଢୁଥିଲା ଏକ କାଠର କପ ଓ ପିତା ମାତା ପଚାରିବାରୁ କହିଥିଲା ତୁମେ ଦୁହେଁ ବୁଢା ବୁଢ଼ୀ ହେଲେ ଏଥିରେ ମୁଁ ତୁମକୁ ଚା ପରଷି ପାରିବି. ଏହା ପରେ ନାତିର କଥା ଶୁଣି ଓ କାମ ଦେଖି ପିତା ମାତା ନିଜ ଭୁଲ ବୁଝିପାରି ଜେଜେଙ୍କୁ ଉପଯୁକ୍ତ ସମ୍ମାନ ସହିତ ଉଚିତ ବ୍ୟବହାର ଦେଖାଇଥିଲେ. ଏଥର ଅରୁଣା ପୁପୁନର କଥାକୁ ଗୁରୁତ୍ତର ସହ ନେଇ ବାପାଙ୍କୁ ତା ସହ ନେଇଯିବାକୁ ପୁପୁନର ହିଁ ସାହାରା ନେଇଥିଲେ. ପୁପୁନ ହିଁ ସେଦିନ କହିଥିଲା କୋର୍ଟରେ ଯଦି ନିୟମ ଅଛି ପିତାଙ୍କ ସମ୍ପତ୍ତିରେ ପୁଅ ଝିଅ ଉଭଙ୍କର ଅଧିକାର ଅଛି ତେବେ ପିତାଙ୍କୁ ରଖିବାର ଅଧିକାର କେବଳ ପୁଅର କାହିଁକି!ଅପା ମଧ୍ୟ ତାଙ୍କ ବାପାଙ୍କୁ କିଛି ଦିନ ନିଜ ପାଖକୁ ନେଇ ତାଙ୍କୁ ଡାକ୍ତରୀ ସେବା ପ୍ରଦାନ କରିବା ଉଚିତ ନା ନାହିଁ?ସାପ ମରିବ କିନ୍ତୁ ବାଡ଼ି ଭାଙ୍ଗିବ ନାହିଁ ନ୍ୟାୟରେ ଅରୁଣା ବାପାଙ୍କୁ ଘେନିଗଲେ ସାଙ୍ଗରେ ନିଜ ଘରକୁ.
    ଅରୁଣାଙ୍କର ଗୋଟିଏ ବୋଲି ଝିଅ ରୋଜି ବିଦେଶରେ ଡାକ୍ତରୀ ପାଠ ପଢୁଥାଏ ତ ଅରୁଣା ସବୁ ସମୟତକ ବାପାଙ୍କ ସେବାରେ ନିଜକୁ ନିୟୋଜିତ କରି ସ୍ୱାମୀ ଡାକ୍ତର ଦୀନେଶଙ୍କ ପ୍ରେସକ୍ରିପସନ ଅନୁଯାୟୀ ଔଷଧ ପତ୍ର ଖୁଆଇ, ବାପାଙ୍କ ପସନ୍ଦର ସୁଷମ ଖାଦ୍ୟ ସହିତ କ୍ଷୀରି ଖୁଆଇ ବାପାଙ୍କୁ ଖୁବ ଭଲରେ ରଖିଲେ କଣ ହେବ ଆୟୁଷ ଆଶିଷ ନିରୋଗ ରହିବା ଆଶୀର୍ବାଦ ତ ଭଗବାଙ୍କ ପାଖରେ. ବାପା ଚାଲିଗଲେ ସେହି ଅଫେରା ରାଇଜକୁ. ଦଉଡି ଆସିଥିଲା ଅରୁଣ ନିଜ ସ୍ତ୍ରୀ ଓ ପୁଅ ପୁପୁନ ସହିତ ହେଲେ ହାତରେ ଥିଲା ଏକ ନୀଳ ଲଫାପା. ବାପା ଆସିଲା ବେଳେ ତାଙ୍କ ଖଟତଳୁ ମିଳିଥିବା ଏହି ନୀଳଲଫାପାରେ କଣ ଲେଖାଥିଲା କେହି ଜାଣିନଥିବା ବେଳେ ଅରୁଣା ମଧ୍ୟ ଠିକ ସେମିତି ଏକ ନୀଳଲଫାପା ପାଇଥିଲା ବାପାଙ୍କ ଖଟ ତଳୁ ପାଇଥିଲେ. ସ୍ବର୍ଗରଥକୁ ବାପା ଯିବା ପରେ ପରେ. ଉଭୟ ଭାଇଭଉଣୀ ବାପାଙ୍କ ଦଶ କର୍ମ ଓ ବାର ପତ୍ର ସାରି ତେର ଦିନ ସେ ଲଫପା ଖୋଲି ପଢିଥିଲେ. ଅରୁଣ ପାଖେ ଥିବା ଲଫପାରେ ଲେଖାଥିଲା ପୁଅ ବୋହୁ ଓ ନାତିକୁ ଅନେଶତ ଯାଏଁ ଆୟୁଷ ଦେଇ ଆଶିଷ ଦେବା ସହ ନିରୋଗ ରଖ ପ୍ରଭୁ. ଠିକ ସେଇ ଏକା କଥା ଅରୁଣା ଘରୁ ମିଳିଥିବା ଲଫପାରେ ଲେଖାଥିଲା ଝିଅ, ଜୋଇଁ ଓ ନାତୁଣୀକୁ ଅନେଶତ ବର୍ଷ ଯାଏଁ ଆୟୁଷ ଦେଇ ଆଶିଷ ଦେବା ସହ ନିରୋଗ ରଖିଥାଅ ପ୍ରଭୁ.ଭାଇ ଭଉଣୀ ଦୁହେଁ କାନ୍ଦୁଥିଲେ ଖୁବ. ପୁପୁନକୁ ବୁଝେଇବାକୁ ରୋଜି ବା କାହା ପାଟିରେ ଭାଷା ନଥିଲା.


Rate this content
Log in

Similar oriya story from Tragedy