Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Binay Mohapatra

Tragedy

3  

Binay Mohapatra

Tragedy

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

6 mins
537



ସିଏ ବୈଶାଖର ଏକ ରବିବାସରୀୟ ଅପରାହ୍ନ, ଅଳ୍ପ ସମୟ ଆଗରୁ ବର୍ଷା ହୋଇ ଛାଡି ଯାଇଥାଏ । ଡିଷ୍ଟ୍ରିକ୍ଟ କଲେକ୍ଟର ଅନୁଶୁୟା ଦାଶ, ତାଙ୍କ ବଙ୍ଗଳାର ପଛପାଖ ବାରଣ୍ଡାଟାରେ ଇଜି ଚେୟାରରେ ବସି ଭିଜା ଭିଜା ମାଟିର ବାସ୍ନା ଆଉ ଛାତରୁ ଏବଂ ବଡ ଆମ୍ବଗଛଟାରୁ ଟପ୍ ଟପ୍ ଝରିପଡୁଥିବା ବୁନ୍ଦା ବୁନ୍ଦା ଜଳର ସଂଗୀତ ଶୁଣୁଥିଲେ । ସାମ୍ନାରେ ଇଲେକ୍ଟ୍ରିକ୍ ତାରରେ ବସିଥିବା ବଣିଚଡେଇ ଜୋଡାକୁ ନିର୍ମିନେଷ ନୟନରେ ଚାହିଁରହିଥିଲେ, ଏ କଣ, ମା ବାପା ଚଢେଇଙ୍କ ସାଙ୍ଗରେ ଛୋଟ ଛୁଆ ଚଢେଇଟିଏ ବି ବସିଛି, ଏପଟ ସେପଟ ହେଉଛି, ନିର୍ଭୟରେ । କେଡେ ନିଶ୍ଚନ୍ତ ଛୁଆଟି ତାର ବାପା, ତାର ମାଆ ତା ପାଖରେ ଅଛନ୍ତି ପରା, ତାର ଡର କାହାକୁ ? ଅପଲକ ଆଖିରେ ତାକୁ ଦେଖୁ ଦେଖୁ ଅନୁଶୁୟା ହଜିଗଲେ ତାଙ୍କର ପୁରୁଣା ଦିନ ମାନଙ୍କରେ........

ସବୁ ଭଲ ଲାଗୁଥିବା ଜିନିଷ ଗୁଡିକ ସବୁଦିନ ପାଇଁ ପାଖରେ ରଖି ହୁଏନା, ସବୁ ଭଲ ଜିଜିଷ ଏତେ ଜଲଦି ହାତ ଛଡା ହୋଇଯାଏ ଯେ ତା ପାଇଁ ଯେତେ ଝୁରିହେଲେ ବି ଦିନ ସରିଯାଏ ସିନା ହେଲେ ମନ ବୁଝେନା । ଅନୁ ବୁଝି ପାରୁନଥିଲା ସତରେ କଣ ଏମିତି ହୁଏ ନା କେବଳ ମନକୁ ଏପରି ଲାଗେ । ଆପଣାର ଅତି ପ୍ରିୟ ବସ୍ତୁଟି ଅତି ଆପଣାର ଲୋକଟି ପାଖରୁ ଦୁରେଇ ଗଲା ପରେ ଆଖିର ଲୁହ ସିନା ସୁଖିଯାଏ ହେଲେ, ମନର କେଉଁ ଏକ ନିଭୃତ କୋଣରେ ଯେଉଁ ଘାଆଟି ଛାଡିଯାଏ ତାହା କେତେ ଯେ ଗାଢ ସିଏ ଜମ୍ମା ସୁଖେନି ବରଂ ଦିନକୁ ଦିନ ଆହୁରି କଞ୍ଚା ହୋଇଯାଏ । ଯେତେ ଭୁଲିବାକୁ ଚେଷ୍ଟା କରେ, ସେତେ ଅଧିକ ଅଧିକ ମନେପଡେ ।

ବାପା ମରିବାର ପାଞ୍ଚବର୍ଷ ପରେ ବି ଭୁଲି ହୁଏନା ତାଙ୍କର ସ୍ମୃତି, ବିଶ୍ୱାସ ହୁଏନା ସେ ଆଜି ଆମ ପାଖରେ ନାହାନ୍ତି । ଆମକୁ ଛାଡି ଚାଲିଯିବା ତାଙ୍କ ଦ୍ୱାରା କେବେବି ସମ୍ଭବ ନୁହେଁ, ନିଜର ଗେହ୍ଲା ଝିଅ ମାନଙ୍କୁ ଛାଡି ସେ ଦୁଇ ଦିନ ପାଇଁ ଟୁରରେ ଗଲେ ଫୋନ ପରେ ଫୋନ କରୁଥିଲେ, ଖବର ବୁଝୁଥିଲେ, ଦୁଇ ଦିନ, ତାଙ୍କ ପାଇଁ ଦୁଇ ବର୍ଷ ପରି ହୋଇଯାଉଥିଲା ଯେପରି । ହେଲେ ସବୁ ଦିନ ପାଇଁ ଯେ ସେ ଚାଲିଯିବେ, ଏ କଥାକୁ କେମିତି ବିଶ୍ୱାସ କରିହେବ?


ମନେ ହୁଏ ସତେବା ସିଏ ଲିଭିଂ ରୁମରେ ବସିଛନ୍ତି, କଲେଜରୁ ଫେରିବା ମାତ୍ରେ ପଚାରିବେ, ମାଆରେ ଏତେ ଡେରି କାହିଁକି ହେଲା । ତୋ ମୁଁହ କାହିଁକି ସୁଖିଯାଇଛି କିଛି ଖାଇଚୁ କି ନାହିଁ ? ବେଳେ ବେଳେ ଲାଗେ ବେଡରୁମରେ ଯେମିତି ଶୋଇଛନ୍ତି କି ଗାର୍ଡେନ୍ ରେ ପାଣି ଦେଉଛନ୍ତି ଫୁଲଗଛମାନଙ୍କୁ । ହେଲେ ଏସବୁ ଏମିତି ଲାଗିବାର କିଛି ମାନେ ଥାଏନା ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନଇ ନାହିଁ । ସେ ଦିନ ଆଉ ନାହିଁ, ବିଶ୍ୱାସ ନହେଲେ ବି ଏକଥା ସତ ଯେ ବାପା ଆଉ ନାହାନ୍ତି । ହେଲେ କେମିତି ବୁଝେଇଦେବ ମନକୁ ତାର ଏଇ ଦାରୁଣ ସତ ଅନୁ ଯେତେ ବି ଭୂଲିବାକୁ ଚେଷ୍ଟା କରୁଛି ସେତେ ସେତେ ଅଧିକ ମନେ ପଡୁଛନ୍ତି ବାପା । ସେ ଜମ୍ମାରୁ ଭୁଲି ପାରୁ ନଥିଲା ବରଂ ବାରମ୍ବାର ସେ ମିଠା ମିଠା ଅଭୂଲା ଦିନ ଗୁଡିକ ଆହୁରି ଆହୁରି ପଶି ଆସୁଥିଲେ ମନ ଭିତରକୁ ।

ଏବେବି ମନେପଡେ ଅନୁର ବାପା କେତେ ଭଲ ପାଉଥିଲେ ସେମାନଙ୍କୁ । ସେମାନେ ଚାରି ଭଉଣୀ ଚାରି ଝିଅର ବାପା ବୋଲି ସେ କେବେ ବି ମନ ଦୁଃଖ କରି ନାହାନ୍ତି । ପୁଅଟିଏ ପାଇଁ ଯେ କେବେ ତାଙ୍କର ମନ ଡହଳ ବିକଳ ହୋଇ ନଥିବ, ସେକଥା ନୁହେଁ । କିନ୍ତୁ ସେଇ କଥାଟିକୁ ସେ କେବେ ବି ଆମକୁ ଫିଲ୍ ହେବାକୁ ଦେଇ ନଥିଲେ । ଝିଅ ବୋଲି ଆମକୁ କେବେ ଅନାଦର କରି ନଥିଲେ ବରଂ ଚାରି ଝିଅ ମୋର ଚାରୋଟି ରତ୍ନ ବୋଲି କହି ଆମକୁ ବେସ୍ ଗେହ୍ଲା କରିଥିଲେ । ଆମ ମୁହଁରେ ହସ ଟିକିଏ ପାଇଁ ନିଜ ଜୀବନକୁ ପଣ କରି ଦେଉଥିଲେ । ଆମର ଏମିତି କିଛି ଅଭାବ ନଥିଲା ଯାହା ବାପା ପୁରଣ କରିନାହାନ୍ତି ଏପରିକି ........... ଆଉ ଭାବି ପାରୁନଥିଲା ଅନୁ, ଆଖିରୁ ତାର ଝରି ଆସିଥିଲା ଅମାନିଆ ଲୁହ କେଇ ବିନ୍ଦୁ । ପଣତକାନିରେ ଲୁହ ପୋଛୁ ପୋଛୁ ଅନୁ ଭାବୁଥିଲା, ବାପାଙ୍କ ଆଖିରେ ଏଇ ଲୁହ ନଜର ଆସିଥିଲେ ତାଙ୍କ ଛାତିରୁ ପୁଳାଏ ଲହୁ ଝରି ପଡିଥାନ୍ତା । ଗୁଡେଇ ତୁଡେଇ କେତେ ଯେ ପ୍ରଶ୍ନ କରିଥାନ୍ତେ, କେଉଁ ଦୁଃଖରେ ଏଇ ଲୁହ?


ନୂଆ ନୂଆ କଲେଜ ଦିନର କଥା ମନେପଡେ ଅନୁର, ସାଙ୍ଗ ସାଥି ମାନେ କେତେ କେତେ ନୂଆ ଫେସନ କରି ଆସନ୍ତି କଲେଜକୁ । ଜାତି ଜାତିକା ନୁଆ ଡିଜାଇନର ଡ୍ରେସ ପିନ୍ଧି ପ୍ରଜାପତି ପରି ଫୁଲେଇ ହୁଅନ୍ତି । (ସେ ସମୟରେ କଲେଜ ୟୁନିଫର୍ମର ଚଳନ ନଥିଲା) ଅନୁ ବି କପି କରିବାକୁ ଚେଷ୍ଟାକରେ ସେମାନଙ୍କୁ, ସେମାନଙ୍କ ନୁଆ ଡିଜାଇନ୍ ଡ୍ରେସ, ହିଲ୍ ବାଲା ସାଣ୍ଡାଲ ଦେଖି ତାର ବି ମନ ହୁଏ ତାର ବି ଥାଆନ୍ତା କି ଏମିତି ସବୁ ! ତାର ଏ ସଉକ୍ କୁ କେବେ ବି ଅପୁରଣୀୟ ରଖି ନଥିଲେ ତାର ବାପା । ବୋଉ ଠାରୁ ମୋ ପାଇଁ କେତେ ଥର ବାପା ଗାଳି ଶୁଣିଛନ୍ତି, ଝିଅ ମାନଙ୍କୁ ତୁମେ ମୁଣ୍ଡରେ ବସେଇଛ କୋଉ ପୁଅ ହୋଇ ଛନ୍ତି ଯେ ? ବାପା ଟିକେ ହସି ଦେଇ କହନ୍ତି ଯାଆରେ ମାଆ ପଢାପଢି କରିବୁ ଆଉ ବୋଉକୁ ଚାପା କଣ୍ଠରେ କହନ୍ତି, ପିଲାଙ୍କ ଆଗରେ ଏମିତି କହିବନି ଶୁଣିଲେ ସେମାନଙ୍କ ମନରେ କଷ୍ଟ ହେବ । ଝିଅ ହେଲେ କଣ ହେଲା ସେମାନେ ମୋର ଚାରୋଟି ରତ୍ନ ତୁମେ ଦେଖିବ ଏମାନେ ମୋର କୋଉ ପୁଅଠୁ କିଛି କମ୍ ହେବେନି ଆଗେ ଚାଲିକି ବାପାର ନାଆ ରଖିବେ । ଲୋକେ କହିବେ ଅମୁକ ଲୋକର ଝିଅ ।

ହଠାତ୍ ତାଙ୍କ ପରିବାରର ସୁଖର ଦୀପରୁ ତେଲ ସରି ସରି ଆସିବାର ବେଳ ଆସିଯାଇଥିଲା । ଏକଥା କେହି ନ ଜାଣିଲେ ବି ସତେ ଯେମିତି ବାପାଙ୍କୁ ଜଣାଥିଲା । ହଠାତ୍ ବାପାଙ୍କର ଦେହ ଖରାପ ହୋଇଗଲା । ସେଇଟା ତାଙ୍କର ଶେଷ ଦେହ ଖରାପ ହେବା ଥିଲା । ବାପା ସମ୍ପୂର୍ଣ୍ଣ ରୂପେ ବେଡରେ ପଡି ରହିଲେ କେଇ ମାସ ଧରି । ଅଫିସରୁ କଟି କାଟିକି ଦରମା ଯାହା ଆସେ ତାହା ବହୁତ୍ କମ୍ । ତାହାରି ଭିତରେ ବୋଉକୁ କାଣ୍ଟ ଛାଣ୍ଟ କରି ଘର ଚଳେଇବାକୁ ହେଉଥାଏ । ବାପାଙ୍କ ଔଷଧ ଖର୍ଚ୍ଚ ଆମର ସ୍କୁଲ କଲେଜ ଟିଉସନ୍ ଫି ଘରର ଜାବତୀୟ ଖର୍ଚ୍ଚ । ଘରର ଆବସ୍ଥା ଦିନକୁ ଦିନ ଖରାପ ହୋଇ ଆସୁଥାଏ ବାପାଙ୍କ ମେଡିସିନ୍ ର ଖର୍ଚ୍ଚ ବି ବଢି ବଢି ଚାଲିଥାଏ । ହେଲେ ଅନୁର ବୟସ ବି କଣ ଥିଲା ସେତେବେଳେ ଏ ସବୁ ବୁଝିବାକୁ ? ତାର ତ ବାଇ ଚଢେଇର ମନ ସୁଲୁ ସୁଲୁ ପବନରେ ବସା ଦୋହଲାଇ ଦୋଳି ଖେଳିବାର ବୟସ । କଲେଜରେ ସାଙ୍ଗ ସାଥିଙ୍କ ସହ ଫେସନରେ କମ୍ପିଟେସନ କରିବାର ନିଶା, ତା ଛଡା ସିଏତ ବାପାଙ୍କର ଗେହ୍ଲା ଝିଅ, ଅବସ୍ଥା ଏମିତି କଣ ବିଗିଡି ଯାଇଛି ଯେ ସେ କିଛି ମାଗିଲେ ମିଳିବନି ?


ବୋଉ ଗାଳିକରେ ତାର ବରାଦ ଶୁଣି । ଶୁଣେଇ ଦିଏ ଘରର ଅବସ୍ଥା, ବାପା ସବୁ ଶୁଣନ୍ତି ଖାଲି ମୁହଁ ସୁଖେଇ ଦିଅନ୍ତି କେଉଁ ଦୁଃଖରେ କେଜାଣି । ଅନୁ କିନ୍ତୁ କିଛି ବୁଝେନା ସେ କଥା । ବାପାଙ୍କ ପାଖକୁ ଯାଏ ଗେହ୍ଲା ହୁଏ, ପୁଣି ତାର ବରାଦ ଶୁଣେଇ ଦିଏ । ବାପା ଟିକେ ହସି ଦିଅନ୍ତି ଅନୁ ମୁଣ୍ଡରେ ଟିକେ ହାତ ବୁଲେଇ ସାଉଁଳି ଦିଅନ୍ତି କହନ୍ତି ମାଆରେ କାଲି କଲେଜ ଗଲାବେଳେ ନେଇଯିବୁ । ବାପା କଣ କୁହନ୍ତି ବୋଉକୁ କେଜାଣି ସକାଳେ କଲେଜ ଗଲା ବେଳକୁ ବୋଉ ତା ହାତରେ ଟଙ୍କା ଧରେଇ ଦିଏ ତାର ଫରମାଇସ ପୁରା କରିବାକୁ ।


ଗୋଟିଏ ଦିନର ଘଟଣା ଅନୁର ଏବେ ବି ସ୍ପଷ୍ଟ ଭାବେ ମନେ ଅଛି ଯେଉଁ ଘଟଣାଟି ଅନୁର ମନରେ ତାର ସ୍ନେହଶୀଳ ସେଇ ବାପାଙ୍କ ପାଖରେ ତାର ମୁଣ୍ଡ ନଇଁଯାଏ ଏବଂ ନିଜ ଉପରେ ଅଜସ୍ର କ୍ରୋଦ୍ଧ ଆସି ଯାଏ । କେତେ ବୋକି, କେତେ ସ୍ୱାର୍ଥପର ଥିଲା ସେ, ଭାବିଲେ ଲାଜରେ ତାର ମୁଣ୍ଡ ତଳକୁ ହୋଇଯାଏ ଲାଜରେ । ସେ ସମୟରେ ବଜାରକୁ ଏକ ନୁଆ ଡିଜାଇନ୍ ର ଜୋତା ଆସିଥାଏ ତାର ଜଣେ ଦି ଜଣ ସାଙ୍ଗ ସେ ଜୋତା ପିନ୍ଧି କଲେଜକୁ ଆସିବା ଆରମ୍ଭ କରି ସାରିଲେଣି । ଅନୁର ମଧ୍ୟ ମନ ହୋଇଥିଲା ସେ ଜୋତା ପିନ୍ଧିବାକୁ । ଘରର ଅବସ୍ଥା ଟିକେ ଟିକେ ଅନୁଭବ କରୁଥିଲେ ବି ତାର ସଉକ୍ ଆଗରେ ଘର ବିଷୟରେ ଭାବିବାକୁ ସେ ସମୟ ପାଇନଥିଲା । ଘରେ ଆସି ବୋଉ ପାଖରେ ଅଳି କରିଥିଲା । ବୋଉ ବହୁତ ରାଗି ଯାଇଥିଲା ସେଦିନ କହିଥିଲା, ଏତେ ବଡ ଝିଅଟିଏ ହେଲୁଣୁ କଲେଜରେ ପାଠ ପଢିଲୁଣି ଘରର ଅବସ୍ଥା କେଉଁ ଆଡକୁ ଗଲାଣି ତୁ କଣ ବୁଝି ପାରୁନୁ ? ବାପାଙ୍କ ଦେହ ଖରାପ ତାଙ୍କର ଔଷଧରେ କେତେ ଖର୍ଚ୍ଚ ହେଉଛି ଘରେ ପାଞ୍ଚ ପାଞ୍ଚ ଜଣ ଖାଇବାକୁ ତା ଉପରେ ତୁମର ଡ୍ରେସ ପାଠ ପଢା ଫିସ୍ ଜାବତୀୟ ଖର୍ଚ୍ଚ ଏବେ ଜୋତା ନ କିଣିଲେ କଣ ଚଳିବନି ? ତିନି ଅଡା ନ ହଲେ ଖାଇବା ରୁଚୁ ନଥିଲା ହେଲେ ଏବେ ଭାତ ଡାଲମା ଖାଇବା କଷ୍ଟ ହୋଇଗଲାଣି । ବାପା ବେଡରେ ଶୋଇ ଶୋଇ ଆମ କଥା ଶୁଣୁଥିଲେ । ବୋଉକୁ ପାଖକୁ ଡାକି ବିରକ୍ତ ହେଲେ ତା ଉପରେ । ପିଲାଙ୍କୁ ଏସବୁ କହିବା କଣ ଦରକାର ? ବୋଉର ବି ଅଭ୍ୟାସଗତ ସେଇ ଗୋଟିଏ କଥା ଝିଅଙ୍କୁ ମୁଣ୍ଡରେ ବସେଇଥାଅ ।


ତାପରେ ବାପା ପଚାରିଲେ ତାଙ୍କର ସେଇ ଚିରାଚରିତ ସ୍ନହଶୀଳ କଣ୍ଠରେ, କଣ ହେଲାକିରେ ମାଆ କଣ ଦରକାର ଥିଲା? ଅନୁ ତୁରନ୍ତ ତାର ଫରମାଇସ ନିସଙ୍କୋଚରେ ଜଣେଇ ଦେଇଥିଲା । ବାପାଙ୍କ ଓଠରେ ସେହି ହସ ଆଉ ସେଇ ପୁରଣା ସଂଳାପ, ହଉ କାଲି କଲେଜ ଗଲାବେଳେ ନେଇଯିବୁ । ଏସବୁ ଘଟଣା ଅନୁର ଆଜି ବି ମନେ ପଡେ ବାରମ୍ବାର ମନେପଡେ । ବଡ ବିକଳ ଲାଗେ ସଙ୍କୋଚ ବି ରାଗ ବି ଆସେ ବାପାଙ୍କ ଉପରେ ଅଭିମାନ ବି, କାହିଁକି ଏତେ ଭଲପାଉଥିଲେ ଆମକୁ କାହିଁକି ଆମକୁ ଋଣୀ କରିଗଲେ ? ଝୁରିହେବା ପାଇଁ ଏତେ କିଛି ଦେଇଗଲେ ହେଲେ ସେବା କରି ଋଣ ଟିକିଏ ଶୁଝିବା ପାଇଁ ଥରେ ସୁଯୋଗ ବି ଦେଲେନି ।

ବାପା ଚାଲିଗଲାପରେ, ତାର ପରିବାରର ତେଲ ସରି ଆସୁଥିବା ସୁଖର ଦୀପଟି ଲିଭିବା ଆଗରୁ ବୋଉର ଦୁଇ ଅଭୟ ହାତର ସାହାରା ଦମକା ଦମକା ଝଡ ପବନରୁ ବଞ୍ଚେଇ ରଖିଲା । ବାପାଙ୍କର ଅଭାବ ଯେପରି ଆମେ ଅନୁଭବ ନ କରୁ ସେଥି ଲାଗି ବୋଉ ତାର ଛାତିକୁ ଟାଣ କରିନେଲା । ଆମକୁ ଲୁଚେଇ ଆଖରୁ ତାର ଲୁହ ଝରାଏ ସିନା, ହେଲେ କେବେ ବି ଆମକୁ କାନ୍ଦିବାକୁ ଦେଇନି।

ବାପାଙ୍କ ପରେ ହଠାତ ଅନୁ ଯେପରି ବୟସ୍କ ହୋଇ ଯାଇଥିଲା । ଘରର ସବୁ କିଛି ତା ଆଗରେ ପ୍ରକୃତ ରୂପରେ ଜଳ ଜଳ ଦେଖାଦେଲେ । ବେପରୁଆ ଭାବେ ଖର୍ଚ୍ଚ କରୁଥିବା ଅନୁ ହଠାତ୍ ଅଭାବର ବେଡିରେ ବାନ୍ଧି ହୋଇ ଯାଇଥିଲା । କଲେଜରେ ତାର ସାଙ୍ଗମାନେ ଯେତେ ବେଳେ କାଣ୍ଟିନ୍ ରେ ବସି ଜଳଖିଆ ଖାଉଥାନ୍ତି ଭୋକ ହେଉ ନ ଥିବାର ବାହାନା କରି ସେ ତାଙ୍କଠାରୁ ଦୂରେଇ ଯାଉଥିଲା । ଦିନ କେମିତି ବଦଳି ଯାଏ ବିନା ସୂର୍ଯ୍ୟରେ ରାତିର ଅନ୍ଧକାର ମାଡିଆସେ । ସମୟ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଏ । କେବଳ ନିଜକୁ ଚିହ୍ନଥିବା ଅନୁ ଆଜି କିପରି ନିଜକୁ ଭୁଲି ଯାଉଛି ଧୀରେ ଧୀରେ ପରିବାରର ଅନ୍ୟମାନଙ୍କ ପାଇଁ ।


Rate this content
Log in

More oriya story from Binay Mohapatra

Similar oriya story from Tragedy