KAMALKUMAR DASH

Horror Tragedy Thriller

3  

KAMALKUMAR DASH

Horror Tragedy Thriller

ସୁଇସାଈଡ଼ ନୋଟ

ସୁଇସାଈଡ଼ ନୋଟ

1 min
208



ଗୋଟେ ଛୋଟ ଷ୍ଟେସନ ନାଁ ରାମପୁର | ଷ୍ଟେସନ ମାଷ୍ଟର ଦାସ ବାବୁ ଓ ପଏଣ୍ଟସ ମ୍ୟାନ ରାମ ସିଂ ଷ୍ଟେସନ ବାହାରେ ଠିଆ ହୋଇଥାନ୍ତି  କାରଣ ଗୋଟେ ମାଲ ଗାଡି ଆସୁଥିଲା ଓ ତାକୁ  ଗ୍ରୀନ ସିଗ୍ନାଲ ଦିଆ ଯାଇଥିଲା | ଗାଡି ଆସିବାର ଶବ୍ଦ ଶୁଣାଗଲା ରାମ ସିଂ ସିଗ୍ନାଲ ଏକ୍ସଚେଞ୍ଜ ପାଇଁ ଲାଇନ ସେପଟକୁ ଚାଲିଗଲା | ଠିକ ସେତିକ ବେଳେ ଗୋଟେ ଲୋକ ଟ୍ରେନ ଲାଇନ  ଆଡ଼କୁ ଦୌଡିଲା , ଜିନ୍ସ ପ୍ୟାଣ୍ଟ ସାର୍ଟ ପିନ୍ଧି ଥିଲା ସେ ଲୋକଟି  | ଦାସ ବାବୁ ଜାଣିଗଲେ ଯେ ଲୋକଟି ସୁଇସାଈଡ଼ କରିବାକୁ ଯାଉଛି | ସେ ରାମ ସିଂ କୁ ଡାକିଲେ ଦି ଜଣ ମିଶି ସେ ଲୋକ ଟିକୁ ଧରି ଆଣିଲେ ଓ ତାଙ୍କ ଆଗରେ ମାଲ ଗାଡି ଦ୍ରୁତ ଗତିରେ ପାସ ହୋଇଗଲା | ସେ ଲୋକଟି ଥରୁ ଥାଏ ଓ ବଂଚି ଯାଇଥିବାର ଦୁଃଖରେ କାନ୍ଦୁଥାଏ | ରାମ ସିଂ ପଚାରିଲା କାହିଁକି ସୁଇସାଈଡ଼ କରିବାକୁ ବାହାରିଥିଲ ? ସେ ସୁଇସାଈଡ଼ ନୋଟ କାଢି ଦେଖେଇ ଦେଲା | ତା ସ୍ତ୍ରୀ ସାଙ୍ଗରେ ଝଗଡା ଯୋଗୁ ସେ ସୁଇସାଈଡ଼ କରୁଥିଲା | ରେଳୱେ ପୋଲିସ ଆସିଲା ଓ ତାଙ୍କ ଘର ଲୋକଙ୍କୁ ଡାକିଲା ,ତା ସ୍ତ୍ରୀ ବି ଆସିଲା ଓ ବୁଝାଇ ସୁଝାଇ ତାକୁ ଘରକୁ ନେଲା| ହେଲେ ସୁଇସାଈଡ଼ ନୋଟ ଓ ତାଙ୍କ ଘର ଲୋକମାନଙ୍କଠୁ ଏକ ପ୍ରାପ୍ତି ପତ୍ର ପୋଲିସ ରଖିଲା | 


Rate this content
Log in

Similar oriya story from Horror