JitendraNath Gahir

Inspirational

3  

JitendraNath Gahir

Inspirational

ସତ କହିବାର ଫଳ

ସତ କହିବାର ଫଳ

3 mins
6.0K


୨୦୧୩ ମସିହା ର ଘଟଣା ।ସେତେବେଳେ ମୁଁ ନୂଆପଡ଼ା ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ ପତୋରାରେ ଥିବା ଆବାସିକ ବନବାସୀ ସେବା ପ୍ରକଳ୍ପରେ ପ୍ରଧାନାଚାର୍ୟ୍ୟ ଥିଲି ।ଶନିବାର ଛୁଟି ହେଲା ପରେ ଘରକୁ ବାହାରିଲି ଅଧା ରାସ୍ତାରେ ଏକ ଅଜଣା ନମ୍ବରରୁ ଫୋନ୍ ଆସିଲା :'ହ୍ୟାଲୋ ଆପଣଙ୍କ ବିଦ୍ୟାଳୟର ଗୋଟିଏ ପିଲାକୁ କୁକୁର କାମୁଡି ଦେଲା 'ଏତିକି କହି ଫୋନ କଟିଗଲା । ତା’ ପରେ ବିଦ୍ୟାଳୟକୁ ଫୋନ କଲି ଗୁରୁଜୀ ମାନେ କହିଲେ ,ଗୁରୁଜୀ ଆପଣ ଫେରି ଆସନ୍ତୁ ୨ୟ ଶ୍ରେଣୀର ୟୁରାଜକୁ କୁକୁର କାମୁଡି ଦେଇଛି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଛୁ ଏହି ଖବର ଶୁଣିଲା ପରେ ବସ କଣ୍ଡକ୍ଟରକୁ କହି ବସ୍ ରୁ ଓହ୍ଲେଇ ଆଉ ଏକ ବସ୍ ଧରି ନୂଆପଡ଼ାକୁ ପ୍ରତ୍ୟାବର୍ତ୍ତନ କଲି ବ୍ୟସ୍ତ ବିବ୍ରତ ହୋଇ ହସପିଟାଲକୁ ଯାଇ ଦେଖିଲି ସମସ୍ତ ଗୁରୁଜୀ ରକ୍ତ ଜୁଡୁବୁଡୁ ।ସେମାନଙ୍କ ପାଖରେ ଆଉ ନ ରହି ୟୁରାଜ ପାଖକୁ ଗଲି ତାକୁ ଦେଖି କି ଆଖିକୁ ବିଶ୍ବାସ ହେଲାନି ତାକୁ କୁକୁର କାମୁଡି ନ ଥିଲା ସେଇ ନିରୀହ ଶିଶୁଟିକୁ କ୍ଷତ ବିକ୍ଷତ କରି ଆଠ ଦଶ ଯାଗାରେ ଖାଇ ଦେଇଥିଲା । ଗୋଟିଏ ରାତି ପରେ ନୂଆପଡ଼ାରୁ ଭୀମସାର ବୁର୍ଲାକୁ ଚିକିତ୍ସା ନିମନ୍ତେ ସେଠାରୁ ପଠାଇ ଦିଆଗଲା ।

ସକାଳୁ ସକାଳୁ ଗୋଟିଏ ଗାଡ଼ି ଠିକ୍ କରି ତା ମାଁ, ଜେଜେମା, ତୁଳସୀ ଗୁରୁଜୀ ଆଉ ମୁଁ ମା’ ସମଲେଶ୍ଵରୀଙ୍କୁ ସ୍ମରଣ କରି ସମ୍ବଲପୁର ବାହାରିଲୁ ପିଲାଟିର ଅବସ୍ଥା ଗୁରୁତର ହୋଇପଡୁଥିଲା ଦିନ ୨ଟାରେ ପହଞ୍ଚିଲୁ କଣ କରିବୁ କିଛି ବୁଝି ପାରି ନ ଥିଲୁ ସେଇ ସମୟରେ ଦେବଦୂତ ପରି ଉତ୍କଳ ବିପନ୍ନ ସହାୟତା ସମିତିର ହୃଷୀକେଶ ଭାଇ ଆସି ଶିଶୁକୁ ଏଡ଼ମିଟ କରିଦେଲେ ସତ କିନ୍ତୁ ଆମ ପାଖରେ ଖାଇବା ରହିବା ପାଇଁ ପଇସା ନ ଥିଲା। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଠିକ୍ ସେହିପରି ମୁଁ ବୁର୍ଲାସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରକୁ ଗଲି । ସେଠାରେ ମାନନୀୟ ରଂଜନ ବିଶ୍ଵାଳ ପ୍ରଧାନାଚାର୍ଯ୍ୟ ଥିଲେ ।ତାଙ୍କୁ ସବୁ ଘଟଣା ଜଣାଇବା ପରେ ସମସ୍ତଙ୍କ ପାଇଁ ଖାଇବା ରହିବାର ବ୍ୟବସ୍ଥା କରିଦେଲେ ତେଣୁ ମୁଁ ଟିକେ ଆଶ୍ଵସ୍ତ ମନେକଲି ।

କିନ୍ତୁ ପିଲାଟିର ଦେହ ବିଗିଡ଼ି ବାରେ ଲାଗୁଥିଲା ।ଡାକ୍ତରଙ୍କ କଥା ଶୁଣି ମନରେ ଅଶୁଭ କଥା ଗୁଡ଼ିକ ହୃଦୟକୁ ଶକ୍ତ ଧକ୍କା ଦେଉଥିଲା କାରଣ ନିଜର ଅବହେଳା ହେଉ କି ଆମର ଦୁର୍ଦିନ ହେଉ ପିଲାଟି କଷ୍ଟ ଆଜି ପାଉଛି ଏଇ କଥା ଭାବି ଭାବି । କିନ୍ତୁ ସପ୍ତାହ ପରେ ୟୁରାଜର ଦେହ ଟିକେ ଟିକେ ସୁଧାର ହେବାରେ ଲାଗିଲା। ଡାକ୍ତର ଓ ଷ୍ଟାଫ୍ ନର୍ସ ମାନେ ମଧ୍ୟ ଆଶ୍ବାସନା ଦେଇ କହିଲେ ପର ଦିନ ତୁମେ ଡିସଚାର୍ଜ ହେବ ପିଲାଟି ଭଲ ହେଇ ଗଲାଣି ।ସେମାନଙ୍କ କଥା ଶୁଣି ଲାଗୁଥିଲା ସତେ ଯେମିତି ଏକ ଜୀବନ ଯୁଦ୍ଧରେ ବିଜୟୀ ହୋଇ ଥିବା ସୈନ୍ୟ ପରି ।ସମସ୍ତେ ଅପେକ୍ଷା କରିଥିଲୁ ୧୨ ଦିନ ଧରି ଅପେକ୍ଷା କରିଥିବା ସୁଖଦ ମୁହୁର୍ତ୍ତକୁ ।ସେଇ ସମୟ ବି ଆସିଗଲା ।ଷ୍ଟାଫ୍ ନର୍ସ ମାନେ ମତେ ଭିତରକୁ ଡାକିଲେ କହିଲେ' ସେମାନେ ବହୁତ ସେବା କରିଛନ୍ତି ତେଣୁ ମିଠା ଖୁଆଇବାକୁ ହେବ।" ସେଇ ଦିନ ଟି ବହୁତ ଖୁସି ଥିଲି ତେଣୁ ଧରି ଥିବା ୯୦୦ ଟଙ୍କା ଦେଇ ଦେଲି ସେମାନେ ମଧ୍ୟ ଖୁସିରେ ଗ୍ରହଣ କଲେ ସତ କିନ୍ତୁ ଜଣେ ପଚାରିଲେ ତୋ ପାଖେ ଯିବା ପାଇଁ ପଇସା ଅଛି କି ନା ?

ମୁଁ ସାଙ୍ଗେସାଙ୍ଗେ କହିଲି ନାହିଁ ତାର ବନ୍ଦୋବସ୍ତ କରିଦେବି ଏବଂ ଏ ପିଲାଟି ମୋର ଛାତ୍ର ।ବନବାସୀ ଅଞ୍ଚଳରେ ଗରିବ ଏବଂ ଶିକ୍ଷାରୁ ବଞ୍ଚିତ ଶିଶୁମାନଙ୍କୁ ନିଶୁଳ୍କରେ ଶିଶୁ ମନ୍ଦିରର ଅଭିଭାବକ ମାନଙ୍କ ସହଯୋଗରେ ଏମାନଙ୍କୁ ପଢାଯାଏ କହିବାରୁ ସେମାନେ ସବୁ କଥା ବୁଝି ସାରିଥିଲେ କାରଣ ସେମାନଙ୍କ ମଧ୍ୟରୁ ଦୁଇଜଣ ଥିଲେ ଅଭିଭାବିକା ।ତା ପରେ ପରସ୍ପର ଭିତରେ କଣ କଥା ହେଲେ କେଜାଣି ମୁଁ ଦେଇଥିବା ୯୦୦ ରେ ଆଉ ୧୧୦୦ ମିଶାଇ ମୋତେ ୨୦୦୦ ଟଙ୍କା ଦେଇ କହିଲେ ଆଉ ସମସ୍ତଙ୍କ ପାଇଁ ମିଠା ନେଇ ଦେବାକୁ । ମୋ ପାଟିରୁ କଥା ବାହାରୁନ ଥିଲା ତାଙ୍କର ଏଇ ମାନବିକତାକୁ ଦେଖି ।ଆଜି ସେମାନେ ହୁଏତ ଏ କଥା ଭୁଲି ଯାଇଥିବେ କିନ୍ତୁ ମୋ ପାଇଁ ଏକ ଅଲିଭା ସ୍ମୃତି ।

ଜିତେନ୍ଦ୍ର


Rate this content
Log in

Similar oriya story from Inspirational