Debabrata Barik Debunu

Tragedy

2  

Debabrata Barik Debunu

Tragedy

ସରକାରୀ ଚାକିରୀ

ସରକାରୀ ଚାକିରୀ

4 mins
414


କିଛି ବର୍ଷ ପୂର୍ବରୁ ବାପା ବଡ ପାଟି କରି ଗାଳି ଦେଉଥାନ୍ତି ସୁରେଶକୁ ।

ବାପା- ତା ସାଙ୍ଗିଆ ପିଲା ଆସି ଚାକିରୀ କଲେଣି ।ଏ ଏଠି ଅର୍ଣ୍ଣ ଧ୍ୱଂସ କରୁଛି ।

ମା'- ସେ କ'ଣ କରିବ । ସେ ନିଜ ପ୍ରାଣ ପଣେ ଚେଷ୍ଟା ତ କରୁଛି ।

ବାପା- ହଁ ଦେଖୁଛି କେମିତି ସେ ଚେଷ୍ଟା କରୁଛି ।ସବୁବେଳେ ସେଇ ଫୋନ ଭିତରେ ଲାଗି ରହିଲା ଆଉ ଭବିଷ୍ୟତରେ କରିବ କ'ଣ ?

ଏ ସବୁ ବାପାଙ୍କ ଠାରୁ ବାରମ୍ବାର ଶୁଣି ତା ନିଜ ଉପରେ ଘୃଣା ଆସିଯାଏ । କାହିଁକି ନା ତା' ପାଖରେ ନିଜକୁ ଦୋଷ ଦେବା ଛଡା ଅନ୍ୟ କିଛି ଉପାୟ ନଥାଏ । ତଥାପି ସେ ହାରିନଥିଏ । ଯେତେବେଳେ ବି ଯେଉଁ ପୋଷ୍ଟ ବାହାରେ ସବୁ ପକାଏ ଆଉ ରାତି ଦିନ ପଢି ପରୀକ୍ଷା ବି ଦିଏ । ହେଲେ ସେ ସବୁବେଳେ ବିଫଳ ହେଇଥାଏ । ଏମିତି ପରୀକ୍ଷା ଦେଇ ସବୁବେଳେ ନିଜକୁ ଧିକ୍କାର କରେ ।

ଏପଟେ ତା' ପ୍ରେମିକା ବି ବାରମ୍ବାର କହୁଥାଏ କି ତମେ କେବେ ଚାକିରୀ କରିବ ବାପା ମୋ ବାହାଘର ଅନ୍ୟ ଜାଗାରେ ଠିକ କରିଦେବେ । ତମେ ପ୍ଲିଜ଼ କିଛି ଗୋଟେ କର ।

ସୁରେଶ - କ'ଣ କରିବି ମୁଁ । ମୁଁ ଜାଣିପାରୁନି ମୁଁ ତ ମୋ କର୍ତ୍ତବ୍ୟ ଠିକ ସେ କରୁଛି ହେଲେ ଚାକିରୀ ହେଇପାରୁନି ।

ପ୍ରେମିକା - ତମ ପାଖରେ ଏଇ ବର୍ଷ ଅଛି ।ଏ ବର୍ଷ ତମେ ସରକାରୀ ଚାକିରୀଟିଏ ନକଲେ 

ମୋ ଆଶା ଛାଡ଼ିଦେବ। ମୋ ବାପାଙ୍କ ଏକା ଦିଦ୍ ସେ ସରକାରୀ ଚାକିରୀ କରିଥିବା ଜ୍ୱାଇଁ କରିବେ ।

ସୁରେଶ- ତୁ ବି ଶେଷରେ ।

ମୋ ପରିସ୍ଥିତି ତ କେହି ବୁଝିବାକୁ ଚେଷ୍ଟା କରୁନ ।ସମସ୍ତେ ନିଜ ନିଜର ଆଶା ପଛରେ ପଢିଛ ।

ସୁରେଶ ସେଠୁ ରାଗି ଘରକୁ ଚାଲିଆସେ ।ଘରକୁ ଯିଏ ବି ବନ୍ଧୁ ବାନ୍ଧବ ଆସନ୍ତି ସମସ୍ତଙ୍କ ମୁହଁରେ ସେଇ ଗୋଟାଏ ପ୍ରଶ୍ନ -ସୁରେଶ କେବେ ଚାକିରୀ କରିବୁ ? ସାଙ୍ଗ ସାଥି ବି ବେଳେବେଳେ ଦେଖେଇ ହେଇ କଥା ହୁଅନ୍ତି ! ଘରେ ପହଁଚି ପୁଣି ବାପା ଗାଳି ଦେବା ଆରମ୍ଭ କରିଦିଅନ୍ତି ।

ସୁରେଶ - ତମେ ମାନେ ମୋ ଉପରେ କ'ଣ ପାଇଁ ଏତେ ଚିଡୁଛ ।

ବାପା- ସବୁ ବାପା ମା'ଙ୍କ ଇଛା ଥାଏ ତା ପୁଅ ବଡ ମଣିଷ ହେଉ ଚାକିରୀ କରୁ । ଆଉ ବାପା ମା'ଙ୍କୁ ସାହାରା ହେଉ ।

ସୁରେଶ - ମୁଁ କ'ଣ ସାହାରା ହେବାକୁ ମନା କଲି ।

ତମେ ଚାଷ ଛାଡି ଘରେ କ'ଣ ପାଇଁ ବସିଛ। ତମର ତ ଏତେ ବି ବୟସ ହେଇନଥିଲା କି ତମେ ଚାଷ କରିପାରିବନି।

ବାପା- ଶୁଣୁଛୁ ଶୁଣୁଛୁ ତୋ ପୁଅ କ'ଣ କହୁଛି । ମୁଁ ଚାଷ କଲି କି ନକଲି ତୋ ପେଟ ତ କେବେ ଉପାସ ରଖିନି ନା ।

ସୁରେଶ - ସେଇ ଟଙ୍କିକିଆ ଚାଉଳ ପାଇଁ ହିଁ ତମେ ଚାଷ କାମ ଛାଡି ଦେଲ।

ମା' ବାହାରି ଆସି ସୁରେଶକୁ ବହୁତ ଗାଳି ଦିଏ । ସୁରେଶ କିଛି ନଖାଇ ବାହାରକୁ ପୁଣି ପଳାଏ ଆଉ ଗୋଟେ ଶୂନସାନ ଜାଗାରେ ଏକୁଟିଆ ବସି ଭାବେ ।

ମୁଁ କ'ଣ ଭୁଲ କହିଲି କ'ଣ ପାଇଁ ମୋ ଉପରେ ଏମାନେ ଚିଡ଼ୁଛନ୍ତି ?? ଚାକିରୀ କ'ଣ ବାଡ଼ି ତଳେ ପଡିଛି ଯେ ନେଇ ଆସିବି ! ଏମିତି ବହୁତ ଚିନ୍ତା କରି ଭାଙ୍ଗି ପଡିଥାଏ । ସେହି ସମୟରେ ତାର ସାଙ୍ଗ ଲିପୁ ଆସି ତା ପାଖରେ ବସିଯାଏ ।

ଲିପୁ- ଆରେ ଏମିତି ଏକା କ'ଣ ବସିଛୁ !

ସୁରେଶ - କ'ଣ କରିବି । ଘରେ ସମସ୍ତେ ଏମିତି ଯାହା ଇଛା କହିଯାଉଛନ୍ତି ।

ଲିପୁ - ଆବେ ASO ବାହାରିବାର ଅଛି । ମୁଁ ଜାଣିଛି ତୋର ଏଥର ପକ୍କା ହେଇଯିବ । ତୁ ବ୍ୟସ୍ତ ହୁଅନି ।

ସୁରେଶ - କେବେ ବାହାରିବ ?

ସତେ ଯେମିତି ତା' ଆଶାର ଆଲୋକ ବହୁତ ଦୂରରୁ ଦେଖା ଯାଉଥାଏ । ଆଉ ତା ମନରେ ଆଶା ପୁଣି ଥରେ ଘର କରିଦିଏ କି ସେ ASO ପରୀକ୍ଷାରେ ପାସ କରିବ । ସେ ତତ୍ପର ହେଇ ଲାଗିପଡେ ASO ପାଇଁ । ଫର୍ମ ପୂରଣ କରି 300 ଟଙ୍କା ବ୍ୟାଙ୍କ ରେ ଡିପୋଜିଟ କରିଦିଏ । ରାତି ନାହିଁ ଦିନ ନାହିଁ ପଢେ ବହୁତ ପରିଶ୍ରମ କରେ । ଶେଷରେ ପରୀକ୍ଷା ଦିନ ପାଖେଇ ଆସୁଥାଏ ।

ପ୍ରେମିକା - ବାପା ମୋ ପାଇଁ ବାହାଘର ଠିକ କରିଦେଇଛନ୍ତି ।

ଆଉ ଦୁଇ ମା'ସ ପରେ ମୋର ବାହାଘର ।

ସୁରେଶ - ପ୍ଲିଜ଼ ତୁ ସେମିତି କହନିରେ ମୁଁ ତତେ ବହୁତ ଭଲପାଏ । ମତେ ଆଉ କିଛି ଦିନ ସମୟ ଦେ ।

ସୁରେଶ କାହାର କଥାକୁ ମୁଣ୍ଡରେ ନପୁରାଇ ସେ ତା ପରୀକ୍ଷା ପାଇଁ ଲାଗିପଡେ । ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା ଦିଏ । କିଛି ଦିନ ପରେ ତାହାର ପରୀକ୍ଷା ଫଳ ଆସେ ଆଉ ସେ ମୁଖ୍ୟ ପର୍ଯ୍ୟାୟକୁ ପହଞ୍ଚିଯାଏ । ମନରେ ବହୁତ ଖୁସି ଆଉ ତା ପ୍ରେମକୁ ପାଇର ଆଶା ସବୁ କିଛି ଯେମିତି ସ୍ବପ୍ନ ସତ ହେବାକୁ ଯାଉଛି । ଏମିତି ବହୁତ କିଛି ସେ ଭାବି ପକାଏ ।

କିଛି ଦିନ ପରେ ମୁଖ୍ୟ ପର୍ଯ୍ୟାୟ ପରୀକ୍ଷା ଦିଏ ।ଆଉ ଅପେକ୍ଷା କରି ରହିଥାଏ ପରୀକ୍ଷାର ଫଳ ପ୍ରକାଶ ପାଇଁ ହେଲେ ଦିନ ପରେ ଦିନ ଗଡି ଚାଲିଲା ହେଲେ ପରୀକ୍ଷା ଫଳ ପ୍ରକାଶ ପାଇଲା ନାହିଁ । ଏପଟେ ପୁଣି ଘରେ ଗାଳି ବାପା ତ କହୁଥିଲେ କହୁଥିଲେ ଏବେ ମା' ବି ଗାଳି ଦେବା ଆରମ୍ଭ କରିଦେଲାଣି ।

ଟିକେ ମନର ଦୁଃଖକୁ ପ୍ରକାଶ କରିବା ପାଇଁ ପ୍ରେମିକାକୁ ଫୋନ କରେ ହେଲେ ସେ ମନକୁ ସାନ୍ତ୍ଵାନା ଦେବା ବଦଳରେ ସେ ତା ବାହାଘର କାଲି ବୋଲି କହି ଫୋନ କାଟିଦିଏ । ସୁରେଶର ଆଖିରୁ ଦୁଇ ଟୋପା ଲୁହ ଝରିପଡ଼େ ଶେଷରେ ଯାହାକୁ ନେଇ ସ୍ବପ୍ନ ଦେଖିଥିଲା ସେ ବି ଧୂଳିସାତ ହେବାକୁ ଯାଇଛି। କେହି ବି ତା ସପକ୍ଷରେ ନାହାନ୍ତି । କେହି ବି ଦୁଃଖ ଶୁଣିବାକୁ ନାହାନ୍ତି । ବହୁତ ଭାଙ୍ଗି ପଡିଥାଏ । ସେହି ସମୟରେ ତା ସାଙ୍ଗ ଲିପୁର କଲ ଆସେ ।

ଲିପୁ - ଆରେ ପରୀକ୍ଷା ଫଳ ବାହାରିବନି ।

ସୁରେଶ - କ'ଣ ପାଇଁ ?

ଲିପୁ - ସେମା'ନେ ଭିତିରିଆ କିଛି ପଇସା ନେଉଛନ୍ତି । ବୋଧ ହୁଏ ୧୫ ଲକ୍ଷ ଟଙ୍କା । ତୁ କ'ଣ କହୁଛୁ ଦେବୁ କି ନା ?

ସୁରେଶ - ହେ ନା ତୁ ମିଛ କହୁଛୁ ।

ଲିପୁ - ତାହେଲେ ସେ ଅଫିସ କାଲି ଚାଲ ଯିବା । ପର ଦିନ ସକାଳୁ ବାହାରି ପଡନ୍ତି ସେ ଅଫିସକୁ । ଆଉ ସେ ଅଫିସର ମାନେ କୁହନ୍ତି ତୁମେ ଫେଲ ହେଇଛ । ହେଲେ ପଛରେ ଟଙ୍କା ନେଇ ଚାକିରୀ ଦେବା ନିଜ ଆଖିରେ ଯେତେବେଳେ ସୁରେଶ ଦେଖିଲା ତାର ସରକାରୀ ଚାକିରୀ ଉପର ଭରସା ଉଠିଗଲା । ସେ ବହୁତ ନେହୁରା ହେଲା ଚାକିରୀଟିଏ ପାଇବା ପାଇଁ ହେଲେ ସେଠି ତା ଦୁଃଖକୁ କେହି ବି ଶୁଣୁନଥିଲେ । ସେଠି ତ ବାସ ଟଙ୍କା ଉପରେ କାରବାର ଚାଲେ । କାହା ଦୁଃଖ ଲୁହର କ'ଣ ଫରକ !

ସୁରେଶ ବହୁତ ମନ ଦୁଃଖରେ ଫେରିଥିଲା। ଘରକୁ ନଯାଇ ସେଇ ଶୂନସାନ ଜାଗାକୁ ଗଲା । ଯୋଉଠି ସେ ମନ ଖୋଲି ଟିକେ ଲୁହ ଝରେଇ ପାରିବ । ଆଉ ତା ପାଖରେ କିଛି ଆଶା ନଥାଏ । ସବୁ ଆଶା ଆକାଂକ୍ଷା ମରିଯାଇଥାଏ । ଆଜି ତା ପ୍ରେମିକାର ବାହାଘର । କେତେ ଆଉ କଷ୍ଟ ସହିବ ଆଖିରୁ ଲୁହ ଧାର ଧାର ହେଇ ଝରି ପଡୁଥାଏ । ଶେଷରେ ସେ ଆତ୍ମହତ୍ୟାର ବାଟ ବାଛିନେଇଥାଏ । ଆଉ ସେଇଠି ହିଁ ଆତ୍ମହତ୍ୟା କରିଦିଏ।


Rate this content
Log in

Similar oriya story from Tragedy