STORYMIRROR

Lalita Mohan Mishra

Tragedy

3  

Lalita Mohan Mishra

Tragedy

ସଂଘର୍ଷମୟ ଜୀବନ

ସଂଘର୍ଷମୟ ଜୀବନ

1 min
532


        ସ୍କୁଲରେ ପାଠ ପଢିଲା ବେଳେ ମାଆ କହୁଥିଲା - ଜୀବନଟା ସଂଘର୍ଷମୟ । ଯିଏ ଜୀବନରେ ସଂଘର୍ଷ କରିପାରିଲା ନାହିଁ, ସେ ଜୀବନରେ ହାରିଗଲା । ଘରୁ ସ୍କୁଲକୁ ଗଲାବେଳେ, ସ୍କୁଲରୁ ଘରକୁ ଫେରିବା ବେଳେ, ଖେଳ ପଡିଆକୁ ଗଲାବେଳେ, କେଉଁଠି ଗଲାବେଳେ କାହାସହିତ ଝଗଡା କରିବା ଏ ମଣିଷ ଦେଖି ପାରେନି ?


- ଦିନେ ଦିନେ ଭାବେ, ମାଆ ତାହାହଲେ ଯାହା କହୁଥିଲା - ସଂଘର୍ଷମୟ ଜୀବନ । ତାହେଲେ କ'ଣ ସବୁ ଦେଖି ଅନୁଭବ କରୁଛି - ଜୀବନଟା ସଂଘର୍ଷମୟ କାହିଁକି କୁହନ୍ତି ? ମୁଁ ବୁଝି ପାରୁନଥିଲି। ଏବେ କିନ୍ତୁ ଧିରେ ଧିରେ ବୁଝୁଛି । 


- ପରେ ଜାଣିଲି ପାରିଲି , ଦେଶର ସୈନିକ ସଂଘର୍ଷ କରୁଛନ୍ତି ଦେଶପାଇଁ , ଶତ୍ରୁ ସଙ୍ଗେ ଲଢୁଛନ୍ତି, ମାରୁଛନ୍ତି ଓ ମରୁଛନ୍ତି, ଦେଶର ଟେକ ରଖିବାପାଇଁ। 


- ସଂଘର୍ଷ କରୁଛନ୍ତି ଦେଶର ଇଜ୍ଜତ ଟିକକ ବଜାୟ ରଖିବା ପାଇଁ। ଦେଶର ସେବା କରିବା ଲୋକଙ୍କ ସୁଖ ସୁବିଧା ଶାନ୍ତି ପ୍ରଦାନ କରିବା ।  


- ଏଠାରେ ନେତା ସଂଗ୍ରାମ କରୁଛି - ବିପକ୍ଷ ପାର୍ଟି ସହିତ ନିଜର ଇଜ୍ଜତ ବଞ୍ଚେଇବା ପାଇଁ, ଭୋଟରେ ଜିତିବା ,ନିଜର ପେଟ ପାଟଣା ପାଇଁ। ନିଜ ପାର୍ଟି ଭିତରେ ସଂଘର୍ଷ କରୁଛି ଯେମିତି ନିର୍ବାଚନ ଲଢି ଟିକଟଟା ଆଉ କେହି ଛଡେଇ ନେଇ ନ ଯାଉ ଆଗାମୀ ନିର୍ବାଚନରେ।


- ନୂଆ ନେତାଟେ ସଂଘର୍ଷ କରୁଛି ଏ ବୁଢା ରାଜନୀତିଆଙ୍କୁ କେମିତି ଭୋଟରେ ହରାଇ ନିଜେ ଜିତିବା ଓ ଆଉ ନିଜ'ର ବାଜିମାତ୍ ହେବ।


- ଜଙ୍ଗଲ କଟିଗଲା ସଫା ହେଲାଣି। ଗାଁରେ ବର୍ଷା ନାହିଁ। କୂଅ ପୋଖରୀ ସବୁ ଶୁଖିଗଲାଣି। ପିଇବା ପାଣି ଟୋପେ ପାଇବା କଷ୍ଟ। ମାଟି ଶୁଖି ଆଁ କଲାଣି। ମାଇଲ ମାଇଲ ଗଲେ ଯାଇ ପାଣିଟିକେ ମିଳିଛୁ। ପାଣିଟିକେ ପାଇଁ ସଂଘର୍ଷ କରୁଛି ଅଭାବି ମଣିଷ ପ୍ରକୃତି ସଙ୍ଗେ।


- ସମାଜରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେଲେ ସଂଘର୍ଷ ଦରକାର । ପ୍ରତି କ୍ଷେତ୍ରରେ ସଂଘର୍ଷ । ସତେ ଯେମିତି ଲାଗେ ବିନା ସଂଘର୍ଷରେ କୌଣସି କାର୍ଯ୍ୟ ସାଧନ ହୋଇପାରିବ ନାହିଁ । 


- ଏବେ ବୁଝି ପାରୁଛି ମାଆ କାହିଁକି କହୁଥିଲା ଜୀବନଟା ସଂଘର୍ଷ ମୟ । ଏଠି ବଞ୍ଚିବାକୁ ହେଲେ ପର ସହିତ ସଂଘର୍ଷ କରିବାକୁ ହେବ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy