ସଁଏରେନ ବୁଢି ସରମଣା
ସଁଏରେନ ବୁଢି ସରମଣା
ସଁଏରେନ ବୁଢି ସରମଣା
କ୍ଷୀରୋଦ୍ର କୁମାର ସାହୁ
-:୧:-
ଜେନ ନାଁ କେ ଧରି ପବନ ର ପିଲା
ସମୁଦର ଥିଲା ଡେଗି
ସେ ନାଁ ଧଏଲେ ଜମ ନାଇଁ ଆସେ
ମରନ ତ ଜାଏସି ଭାଗି ।୧।
ଜାହାର ପାହା ଧୁଇଲ ବାଜି କରି
ପଖନ ତ ମାହେଝି ହେଲା
ସେ ପାହାକେ ସତେ ଧୁଇ ଦେଇ କରି
କଉଁଟ ବୁଢା ତରି ଗଲା ।୨
ଜେନ ନାଁ କେ ଲେଖି ଦେଲେ ସତେ
ପାନି ଉପୁଲେ ପଖନ
ସେ ନାଁ କେ ତ ଜେ ଧରୁ ଥିବା ଗା
ସୁଖେ ରହେବା ଜିବନ ।୩।
ସେ ନାଁ ର ମହିମା ସଁସାର ଭିତରେ
ସବୁଠାନୁ ଏଖା ସାର
ଜେ ଭଜି ପାରିଛେ ସେ ଏଖା ଜାନିଛେ
ଭକ୍ତି ଟା କେଡେ ମଧୁର ।୫।
ଦଶରଥ ରଜା ହୋ ପୁଓ ବଳିକରି
ଜାହାକେ ତ ପାଇଥିଲା
ସେ ମାହାପୁରୁ ପୁରୁସ ଉତ୍ତମ ହୋ
ଜୟ ଜୟ ରାମଲାଲା ।୬।
ରାମ ଲଏଖନ ଭରତ ସତରୁ ଘନ
ଚାଏର ମୁରତି ହେଇ
ମରତ ମଚାନ କେ ଆସିଥିଲେ ଗା
ଦୁଖ କେ ଦେଲେ ଧୁରେଇ ।୭।
ସତ ରୁପି ସିତା ଆତମା ରୁପି ରାମ
ଗୁଟେ ଠାନେ ଗଲେମେସି
ସଁସାର ର ସବୁ ଦୁଖ ଦରଦ କେ ତ
ଆସିରବାଦେ ଦେଲେ ସୁସି ।୮।
ଜୟ ଜୟ ରାମ ଜୟ ସୀତାରାମ
କୋସଲର ଅଧିକାରି
ସଁସାର ଜଂଜାଲୁ ଦୁଖ ଦରିଆ ନୁ
କରି ଦିଅ ସତେ ପାରି ।୯।
ମୋର ତିନହି ଝି ମୋର ସିଆନିତ
ସଭେ କରୁଛୁ ଗୁହାରି
ଦୁଖ ଦରଦ ନୁ ଅଭାବ ସଭାବନୁ ହୋ
ପାରିକର ଚାପଧାରି ।୧୦।
ଦୁଖ ଜଂଜାଲ ର ସାତ ସମୁଦର ହୋ
ତମର ନାଁ ତ ନଉକା
କାଲ ମଗର ମାନେ ଚାପି ଜାଉଛନ
ଦିଅ ଘାଏ ପରଭୁ ଦେଖା।୧୧।
କିଏ ଇନ ପର କିଏ ଆଏ ନିଜର
ନାଇଁ ହଉଛେ ତ ବାରି
ଲିମିଗଲା ଜୁଏକେ ପାସରି ଦେଇ ହୋ
ଜଲଲା ଟା ହେଇ ଆବିରି ।୧୨।
ସତ ଲୋକ ଇନ ମୁରୁଖ ଆଗ୍ୟାନି ହୋ
ମୁରୁଖ ହଉଛେ ପଣ୍ଡିତ
ଜାନଲା ଲୋକତ ଇନ ତୁମ ପଡି ଵସେ
କୁଂଦା ଗାଉଆଛେ ଗିତ ।୧୩।
ଜାର ପାସେ ଅଛେ ପଏସା ପତର ହୋ
ମୁରୁଖ ହେଲେବି ସେ ପଢ଼ା
ଜାର ପାସେ ନାଇନ ପାଏସେ ଅଦଲେ ଗା
ଜେତେ ପଢିଥିଲେ ବି ସେ ବେଡା ।୧୪।
ସତ ଜେ କହେବା ଜେହେଲ କେ ଜିବା
ମିଛୁଆ ବସେ ଚଉକି
ଅସତିଆ ଇନ ରାଜା ହେଇ ବସି ହୋ
ସତିଆ ଜାଏସି ଲୁକି ।୧୫।
ରାମ ରାଏଜ ବଲି ହୁଲାଜାରି କରି
ରାବନ ବସୁଅଛେ ରଥେ
ଦସରା ଆଏଲେ ପୁତୁଲି ରାବନ କେ
ପୁଡ଼େଇ ଦଉଛନ କେତେ ।୧୬।
ଛନ୍ଦ କପଟ ନୁ ଧୁରିଆ କରି ମହାପୁରୁ
ବନେ ଠାନେ ଦିଅ ଠାନ
ଜଗତ କରତା ମୁକତି ଦାତା ହୋ
ସରନ ପରଭୁ ରାମ ।୧୭।
ତମେ ଗଢ଼ିଛ ତମେ ତ ଭାଙ୍ଗୁଛ
ଇ ସଁ ସାର ଖେଲ ଘର
ପରଭୁ ଦୟାମୟ ମଙ୍ଗଲ ଆଲୟ
ଜୟ ଜୟ ରଘୁବିର ।୧୮।
ସଁ ସାର ଜଂଜାଲୁ ଘାଏ ତ ଉଧାର
ଆହୋ ପରଭୁ ଆନନ୍ଦକନ୍ଦ
ଦୁଖର ଜଂଜାଲ ସାତ ସମୁଦରେ
ତମେ ଏଖା ସେତୁ ବନ୍ଧ ।୧୯।
ସମିଆଁ ର ଚକା କିନ୍ଦିରି ଜଉଛେ
ମାଡି ଆସୁଅଛେ କାଲ
ଆମକୁ ତମେ ପରଭୁ ସାହା ହେଇଥିବ
ତମର ପାଦେ ପଡୁ ପାଲ ।୨୦।
ସଅଁରେନ ବୁଢି ସରମନା ର କଥା
କହେବାକେ କରେ ଆସ
ତମର ନାଁ କେ ଲେଖମି ପରଭୁ ହୋ
ଖେଲି ଅଖରର ଫାସ ।୨୧।
ନବଧା ଭକ୍ତିର କଥା କେ ଇନ ମୁଇଁ
ସତେ ଗୁଟେ ଗୁଟେ କରି
ଅଏନ ଭାବେ ଲେଖମି ବଲୁଛେ ଭୋ
କେଡେ ଗୁଟେ ଆସ କରି ।୨୨।
ମାକର କାଏଁ ଜାନେ ହୋ କସାପିତା
ସବୁକେ ଦେସି ତ ଗେଫି
ହେନତା ସବୁ କଥା କେ ମୁଇଁ ପରଭୁ
ଦଉଛେ ଇଠାନେ ଲେଖି।୨୩।
ମୁରୁଖ ଆଏ ମୁଇଁ ଅଗିଆନି ମାହାପୁରୁ
ନାଇଁନ ମୋର ଗିଆନ
କେନତା ହେଇ ପାରମି କହ ମାହାପୁରୁ
ଲୋକର ଭିତରେ ସିଆନ।୨୪।
ଲେଖମି ବଲି ଆସ କରିଅଛେ ମୁଇଁ
ସଅଁରେନ ବୁଢ଼ୀର କଥା
ସାହାହେବ ମତେ ରାମ ମାହାପୁରୁ ହୋ
ଗତି ମୁକତି ର ଦାତା ।୨୫।
------00000-----
