STORYMIRROR

KSHIRODRA KUMAR SAHU

Others

4.0  

KSHIRODRA KUMAR SAHU

Others

ଜହ୍ନକୁ ଛୁଇଁବାର ଇଚ୍ଛା

ଜହ୍ନକୁ ଛୁଇଁବାର ଇଚ୍ଛା

1 min
237

ବାର ବାର 

ଜହ୍ନକୁ ଛୁଇଁ ବାର ଇଚ୍ଛା 

କିନ୍ତୁ ଜହ୍ନ ଧରା ଛୁଆଁ

ଦିଏନି ଜାଣିଛି।

ବାର ବାର

ହାତ ବଢ଼େଇ

ଧରିବାର ପ୍ରୟାସ

ବାମନ ମୁଁ ଚେଷ୍ଟା ନିରର୍ଥକ।

ଜହ୍ନ କେବେ ନେଇଆସେ

ଶୀତଳତାର ସ୍ପର୍ଶ 

ଆଉ କେବେ 

ଦାରୁଣ ଦୁଃସ୍ୱପ୍ନ।

ତଥାପି ଅଦମ୍ୟ ଇଚ୍ଛା

ଜହ୍ନର ଜୋତ୍ସ୍ନାରେ

ଭିଜିବାକୁ

ଆଉ ଥରେ ହାତ 

ବଢ଼େଇ ଛୁଇଁବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍