STORYMIRROR

Nirupama Tarai

Tragedy Thriller

3  

Nirupama Tarai

Tragedy Thriller

ସଜ ସକାଳର ଦୃଶ୍ୟ

ସଜ ସକାଳର ଦୃଶ୍ୟ

2 mins
246

ସେଦିନର ହୃଦୟ ବିଦାରକ ଦୃଶ୍ୟ ଭାବିଲେ ଦେହରେ ଶିହରଣ ଖେଳିଯାଏ। ଛାତି ଭିତରେ ଯୋର୍ ରେ ଶବ୍ଦ କରେ, ଆଜି ବି ମୋ ହୃଦୟ ର ସ୍ପନ୍ଦନ ଯୋରରେ ଶୁଣାଯାଏ। ସେଦିନର ର ସେଇ ଦୃଶ୍ୟ ଜୀବନ କୁ ଏମିତି ଏକ ଦୋଛକିରେ ଛିଡ଼ା କରିଥିଲା ଯେ ମୁଁ କ'ଣ କରିବି ଦ୍ବନ୍ଦ ମଧ୍ୟ ରେ ଗତି କରୁଥାଏ।

       ସେଦିନ ସମୟ ପ୍ରାୟ ସାଢ଼େ ଛଅଟା ବେଳକୁ ମୋର ହଠାତ୍ ନିଦ ଭାଙ୍ଗିଗଲା ମୁଁ କିଛି ଗୋଟାଏ ଶବ୍ଦ ଶୁଣି ଧାଇଁଲି ଆମ ଘର ଫାଟକ ଆଡକୁ , ସେଠାରେ ଦେଖିଲି କେତେ ଗୁଡାଏ ଲୋକ ସେଠାରେ ପରସ୍ପର ସହ ବାର୍ତ୍ତାଳାପ କରିଛନ୍ତି।

ସେଠାରେ ଦେଖିଲି ଆମ୍ବୁଲାନ୍ସ ଗୁଡିକ ଯୋର୍ ଯୋର୍

ଶବ୍ଦ କରି କ୍ଷୀପ୍ର ଗତି କରିଚାଲିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଡକୁ। ସେଦିନ ମୋତେ ଭୋୋ ଥିଲା ନାଁ ଶୋଷ ଥିଲା କିନ୍ତୁ ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରିଲା ଘଟଣା ବିଷୟରେ ଜାଣିବାକୁ

ମନ ବିଚଳିତ ହେଉଥାଏ।

           ମୁଁ କିଛି ସମୟ ପରେ ବାହାରିଲି ମୋ କର୍ମ କ୍ଷେତ୍ରକୁ କାର୍ଯ୍ୟ ତୁଲାଇବା ପାଇଁ, ସେତେବେଳକୁ ମୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସେବିକା ରୂପେ କାର୍ଯ୍ୟ କରୁଥାଏ। ମୁଁ ସେଠାକୁ ଯାଇ ଦେଖିଲା ବେଳକୁ କେତେ ଲୋକ

ଶଲ୍ୟ ଚିକିତ୍ସା ବିଭାଗରେ ଆଡ଼ମିଶନ ହୋଇଥାନ୍ତି।

ସେଠାରେ ଦେଖିଲି ଲୋକ ମାନେ ଦୁଃଖ ଦୁର୍ଦ୍ଦଶା କରୁଣ ଚିତ୍କାର କରୁଥାନ୍ତି।

          ଡାକ୍ତର ସେଠାକୁ କିିଛ ସମୟ ପରେ

ଆସି ରୋଗୀମାନଙ୍କ ଅବସ୍ଥା ଅନୁସାରେ ଚିକିତ୍ସା କଲେ। ମେଡିକାଲ ପକ୍ଷରୁ ସେମାନଙ୍କ ଖାଦ୍ୟ ପଦାର୍ଥ ଓ ମାଗଣା ଔଷଧ ଦିଆଗଲା। ମୁଁ ପରେ ସେମାନଙ୍କଠାରୁ ଘଟଣା ବିଷୟରେ ଧାରଣା ଦେଇଥିଲେ ଯେ ସେମାନେ ସେଦିନ ରାତିରେ ପର୍ଯ୍ୟଟନ ପାଇଁ ଆସୁଥିଲେ ଯୋଗୁଁ କୁ ନୂଆ ଡ୍ରାଇଭର ତାକୁ ମଧ୍ୟ ଘାଟି ବିଷୟରେ ଧାରଣା ନଥିଲା ଫଳରେ ଗାଡ଼ି ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କଥା ଶୁଣି ମିିିଡ଼ିଆ ମଧ୍ୟ ସେଠାରେ ପହଞ୍ଚିଥିଲେ।

       ଅଧିକ ଗୁୁରୁତର ହୋଇଥିବା ଲୋକ ମାନଙ୍କୁ ବଡ଼ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା।

ସେଦିନର ସେଇ ଦୃୃଶ୍ୟ କେତେ ଲୋକ ମାନଙ୍କ ଜୀବନକୁ ନଷ୍ଟ କରିଥିଲା ଓ କେତେ ଲୋକ ମାନଙ୍କ ଜୀବନ ବିପଦାପନ୍ନ କରି ସଂସାରକୁ ବିଛିନ୍ନ କରିଥିଲା ଭାବିଲେ ଆଖିରେ ଲୁହ ଧାର ଧାର ଝରିଯାଏ। ଭଗବାନଙ୍କ ନିକଟରେ ସେମାନଙ୍କ ମଙ୍ଗଳ କାମନା କରି ମୁଁ ଘରକୁ ଫେରିଲି।

ଘରେେପହଞ୍ଚି ମୋ ସାଙ୍ଗ ସହ ବାର୍ତ୍ତାଳାପ କରିବାକୁ ଲାଗିଲି,ମୋ ସାଙ୍ଗ  ମୋତେ ଆଶ୍ଵସନା ଦେଲା। ଜୀବନ କାହାକୁ ଖୁସି ଭରିଦିଏ ତ କାହାକୁ ଦୁଃଖ ଦୁର୍ଦ୍ଦଶା ଆଣି ଦିଏ ମୁଁ ସେଦିନ ସକାଳର ଦୃଶ୍ୟ

ଅନୁଭବ କଲି। ସେଦିନ ସକାଳର ଦୃଶ୍ୟ ଅତ୍ୟନ୍ତ ମର୍ମଵିଦାରକ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy