STORYMIRROR

Nirupama Tarai

Abstract Inspirational

3  

Nirupama Tarai

Abstract Inspirational

ଇସ୍ରୋ ରେ ଅଭିମନ୍ୟୁ ମଲିକ

ଇସ୍ରୋ ରେ ଅଭିମନ୍ୟୁ ମଲିକ

2 mins
234


ଆମ ଦେଶରେ କୋଣ ଅନୁକୋଣରେ ବସବାସ କରନ୍ତି ଭିନ୍ନ ଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ଭାଷାଭାଷୀ ଓ ବିଭିନ୍ନ ଜାତିର ଲୋକମାନେ ଯଥା ହିନ୍ଦୁ, ମୁସଲମାନ,ଶିଖ, ଖ୍ରୀଷ୍ଟିଆନ, ଜୈନ ଇତ୍ୟାଦି। ଓଡ଼ିଶାର ପଶ୍ଚିମାଞ୍ଚଳ ରେ ମୁଖ୍ୟତଃ କନ୍ଧ,କୋହ୍ଲ, ସାନ୍ତାଳମାନେ । ସେମାନଙ୍କ କଥା ବାର୍ତ୍ତା, ଚାଲିଚଳନ , ପର୍ବ ପର୍ବାଣୀ ଅନ୍ୟ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ।


          ସେମାନଙ୍କ ର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେମାନେ ପ୍ରାୟ ଦରିଦ୍ରତାର କଷାଘାତରେ ସଂଗ୍ରାମରତ ହୁଅନ୍ତି। ସେହିପରି ଦୁଃଖ ଦୁର୍ଦ୍ଦଶା ରେ ବଢ଼ି ଯିଏ ଆଜି ସାରା ଦେଶରେ ଚର୍ଚ୍ଚିତ, ସେ ଓଡ଼ିଶା ର କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳର ଖଜୁରୀପଡ଼ା ବ୍ଲକ ର ସିମ୍ବାଳୀ ଗାଁ ର ଅଭିମନ୍ୟୁ ମଲିକ। ସେ ୧୯୯୭ ମସିହାରେ ଜନ୍ମ ଲାଭ କରିଥିଲେ। ପରିବାର ର ଅବସ୍ଥା ଅନୁସାରେ ସେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି।ବାପା ତାଙ୍କର ଜଣେ କୃଷକ ଓ ମାତା ଗୃହିଣୀ। ଗାଁ କୁ ଯିବା କୁ ରାସ୍ତା ନାହିଁ। ଏମିତି କି ଦେହ ଖରାପ ହେଲେ ଯିବାକୁ ଆମ୍ବୁଲାନ୍ସ ସେବା ସ୍ୱାସ୍ଥ୍ୟ ବିଭାଗ ର ପହଞ୍ଚି ପାରିନାହିଁ। ଶିକ୍ଷା ର ମଧ୍ୟ ସୁବିଧା ମଧ୍ୟ ଫଳପ୍ରଦ ହୋଇପାରି ନ ଥିଲା।


      ଏହିଭଳି ପରିସ୍ଥିତିରେ ଅଭିମନ୍ୟୁ ନିଜର ପାଠ ପଢିଥିଲେ ମେକାନିକାଲ ଡିପ୍ଲୋମା ଇଞ୍ଜିନିୟର ଭାବେ। ପରେ ସେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଥିଲେ।ପରେ ତାଙ୍କ ର ପ୍ରଗାଢ଼ ଉଦ୍ୟମ ବଳରେ ସେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ନିଯୁକ୍ତି ପାଇଥିଲେ । କିଛି ଦିନ ପରେ ନିପଟ ମଫସଲ ର ହୋଇ ମଧ୍ୟ ଇସ୍ରୋ ର ରକେଟ୍ ଉଇଙ୍ଗ ରେ ବୈଜ୍ଞାନିକ ଭାବେଯୋଗଦାନ କରିଥିଲେ। ବର୍ତ୍ତମାନ ସେ ରକେଟ୍ ଟିମରେ ବିଦେଶ ଗସ୍ତରେ ପରିଭ୍ରମଣ କରୁଥିବା ସୂଚନା ମିଳିଛି।


       ସେ ଜଣେ ମଫସଲ ସ୍କୁଲର ର ଆଦିବାସୀ ପିଲା ହୋଇ ମଧ୍ୟ ତାଙ୍କ ର କୃତି ପାଇଁ ସେ ଆଜି ସାରା ଦେଶ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି। ପ୍ରକୃତ ଅର୍ଥ ରେ ଶିକ୍ଷା କେବେ ଜାତି ଧର୍ମ ବର୍ଣ୍ଣ ଦେଖି ନଥାଏ। ତାଙ୍କ ର କଠିନ ପରିଶ୍ରମ, ଉଦ୍ୟମ ବଳରେ ସେ ଆଜି ଉଚ୍ଚ ସୋପାନ ରେ ପହଂଚି ପାରୁଥିବାରୁ ବାପା ମା ଆଜି ଗର୍ବ ଅନୁଭବ କରୁଛନ୍ତି। ଆଗକୁ ବଢ଼ିବାରେ ଛୋଟ ପିଲାଙ୍କ ର ପ୍ରେରଣା ବଢାଇ ବା ସହ ଗାଁ ଲୋକଙ୍କ ଖୁସି ର ଲହରୀ ଖେଳିଯାଇଛି। ସଫଳତାର ପରିଚାୟକ ହେଉଛନ୍ତି ତାଙ୍କର ବାପା ମା ଯାହାଙ୍କ ଆଶିର୍ବାଦ ପାଇଁ ସେ ଆଜି ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବେଯୋଗଦାନ କରିଛନ୍ତି। ସତରେ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି ସାରା ଓଡ଼ିଶାବାସୀ, ଭଗବାନ କରନ୍ତୁ ସମସ୍ତଙ୍କୁ ତାଙ୍କ ଭଳି ପୁଅଟିଏ ମିଳୁ ପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛି।


        


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract